November 22, 2024

Odia Express

Here, There and Everywhere

ଆପଣଙ୍କ ଘରେ କେଉଁ ଗଛ ଲଗେଇବା ଶୁଭ ହେଇଥାଏ ଆଉ କେଉଁ ଗଛ ଲଗେଇବା ଅଶୁଭ ହେଇଥାଏ , ଜାଣନ୍ତୁ ଗୃହ ବାସ୍ତୁ ଶାସ୍ତ୍ର।

1 min read

ବନ୍ଧୁଗଣ ଯେଉଁ ବ୍ୟକ୍ତି ପାଖରେ ବି ପଇସା ଥାଏ ସେ ତା ନିଜର ଏକ ଘର କରିବାକୁ ଇଛୁକ ଥାଏ ଆଉ ସେ ଘର କରିବା ପରେ ସେଠାରେ ଏକ ବହୁତ ବଡ଼ ଆଉ ସୁନ୍ଦର ବଗିଚା ବନେଇବାକୁ ଚେଷ୍ଟା କରି ଥାଏ। ମାତ୍ର ସେହି ବଗିଚା ରେ ସେ କି ପ୍ରକାର ଗଛ ଲାଗେଇବ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ହେଇ ଥାଏ। ତ ଆଜି ଆମେ ଜାଣିବା କି ଘରେ କେଉଁ ପ୍ରକାର ଗଛ ଲଗେଇବା ଶୁଭ ଆଉ କେଉଁ ପ୍ରକାର ବୃକ୍ଷ ଲଗେଇବା ଅଶୁଭ ହେଇ ଥାଏ।

୧: ବାଉଁଶ ଗଛ: ବାଉଁଶଗଛ ଆମ ପାଇଁ ଶୁଭ ମାନା ଯାଇଥାଏ। ଏହା ଆମର ସଫଳତା ତଥା ଆମର ସମୃଦ୍ଧି କୁ ବହୁତ ଉପରକୁ ନେଇଯିବାର କ୍ଷଣତା ରଖିଥାଏ। ଯଦି ବାରମ୍ବାର ଚେଷ୍ଟା କରିବା ପରେ ବି ଆପଣଙ୍କୁ ସଫଳତା ମିଳୁ ନାହିଁ ତ ଆପଣ ନିଜ ଘରେ ଆଣିକି ବାଉଁଶ ର ଗଛ ଲଗାନ୍ତୁ। ବାଉଁଶ କୁ ଆମର ବାସ୍ତୁ ଶାସ୍ତ୍ର ରେ ବହୁତ ବଡ଼ ର ମାନ୍ୟତା ଦିଆ ଯାଇଛି। ଏହା ଏକମାତ୍ର ଗଛ ଯାହା କି କିଛି ବି ପରିସ୍ଥିତି ରେ କେଉଁ ବି ପରିବେଶ ରେ ବହୁତ ଉପରକୁ ବଢିଥାଏ। ତେଣୁ ଏହାକୁ ଦୀର୍ଘାୟୁ ତଥା ସମୃଦ୍ଧି ର ପ୍ରତୀକ ମାନା ଯାଇଥାଏ।
ପୁରାଣ ରେ କୁହାଯାଏ କି ବାଉଁଶ ଥିବା ଜାଗା କୁ ଖରାପ ଆତ୍ମା ମାନେ ଆସିନଥାନ୍ତି। ଏହି ଗଛ କୁ ଘର ର ପୂର୍ବ ଦିଗ ରେ ଲଗେଇବା ଦରକାର।

୨: ମନି ପ୍ଲାଣ୍ଟ:  ଏପରି ମାନ୍ୟତା ଅଛି କି ଘରେ ମନୀ ପ୍ଲାଣ୍ଟ ଲଗେଇବା ଦ୍ୱାରା ସେଠାରେ ସୁଖ ସମୃଦ୍ଧି ର ବାସ ହେଇଥାଏ। ଏହା ଦେଖିବାକୁ ଯାଇ ଲୋକମାନେ ଘରେ ମନି ପ୍ଲାଣ୍ଟ ନିଶ୍ଚୟ ଲଗାନ୍ତି। ବାସ୍ତୁ ଅନୁସାରେ ଏହି ଗଛ କୁ ଘର ର ଅଗ୍ନି ଦିଗ ରେ ଲଗେଇବା ଦ୍ୱାରା ହି ଘରକୁ ସର୍ବାଧିକ ଲାଭ ମିଳିଥାଏ ଆଉ ଏହାକୁଆ ଅନ୍ୟ କେଉଁ ବି ଦିଗ ରେ ଲଗେଇବା ଦ୍ୱାରା ଏହି ଗଛ ଆମର ଘର ର ବାସ୍ତୁ କୁ ଖରାପ କରିଥାଏ। ଶୁକ୍ର ଙ୍କର ସମ୍ବନ୍ଧିତ ଏହି ବୃକ୍ଷ କୁ ଘର ର ଆଇସାନ୍ୟ ଦିଗ ରେ ଲଗେଇବା ଦ୍ୱାରା ଆମର କ୍ଷତି ହି ହେଇଥାଏ।

୩: କଦଳୀ ଗଛ:  କଦଳୀ ଗଛ କୁ ଧାର୍ମିକ କାରଣ ରୁ ବି ଅନେକ ମହତ୍ତ୍ୱ ପ୍ରଦାନ କରା ଯାଇଛି। ଏହାର ଫଳ କୁ ଭୋଗ ରେ ବ୍ୟବହାର କରାଯାଏ। ଏହି ଗଛ କୁ ଗୁରୁବାର ଦିନ ପୂଜା କରାଯାଏ ଆଉ ପୂଜା ପାଠ ରେ ବି କଦଳୀ ପତ୍ର ବ୍ୟବହାର କରାଯାଏ। ତେଣୁ ଏହି ପବିତ୍ର ଗଛ କୁ ଆପଣ ଘର ର ଐଶାନ୍ୟ କୋଣ ରେ ଲଗେଇବା ଦ୍ୱାରା ଘର ଧନ ସଂରୁଦ୍ଧି ରେ ଭରି ଯାଏ।

ମନ୍ଦାର ଗଛ:- ଜ୍ୟୋତିଷ ଅନୁସାରେ ଏହି ଗଛ ସୂର୍ଯ୍ୟ ଏବଂ ମଙ୍ଗଳ ସହ ସମ୍ବନ୍ଧ ରଖିଥାଏ। ଏହି ଗଛକୁ ଘରର କେଉଁଠି ବି ଲାଗେଇପାରିବେ । ଏହି ଫୁଲକୁ ଜଳ ସହିତ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ନାମ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ରେ ଲାଭ ଦାୟକ ହୋଇଥାଏ। ଯଦି କାନୁନ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ହନୁମାନ ଜି ଙ୍କୁ ପ୍ରତିଦିନ ସକାଳେ ଅର୍ପଣ କରନ୍ତୁ। ମା ଦୁର୍ଗା ଙ୍କୁ ସବୁବେଳେ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ୟା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *