November 22, 2024

Odia Express

Here, There and Everywhere

ଆପଣଙ୍କୁ କଣ ଜଣା ଅଟେ ଯେ CV,Resume ଏବଂ Biodata ମଧ୍ୟରେ କଣ ଅନ୍ତର ଅଛି? ୯୦ ପ୍ରତିଶତ ଲୋକ ଏ ବିଷୟରେ ଜାଣି ନଥିବେ..

1 min read

ସିଭି ରିଜ୍ୟୁମ ଏବଂ ବାଇଓଡାଟାର ଆମ ଜୀବନରେ ମହତ୍ଵପୂର୍ଣ୍ଣ ସ୍ଥାନ ଅଛି, ଇଣ୍ଟରଭିୟୁ ରେ ଯିବା ସମୟରେ ପ୍ରାଯତଃ ଆମେ ଆମର ସିଭି, ବାଇଓଡାଟା ଏବଂ ରିଜ୍ୟୁମ ସାଙ୍ଗରେ ନେଇ ଯାଇଥାଉ। ଏଥିରେ ଆମର ଶିକ୍ଷାଗତ ଯୋଗ୍ୟତା ରୁ ନେଇ ସମସ୍ତ ନଥି ଲେଖାଯାଇଥାଏ । ଆପଣ କେତେ ପାଠ ପଢିଛନ୍ତି ଏବଂ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ କଣ କଣ ଉପଲବ୍ଧି ଅଛି ଏ ସମସ୍ତ କଥା ସିଭି, ରିଜ୍ୟୁମ ଏବଂ ବାଇଓଡାଟାରେ ଲେଖାଯାଇଥାଏ, ଏହି ତିନି ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସମସ୍ତେ ଶୁଣିଛେ, କିନ୍ତୁ  କଣ ଆପଣ ଜାଣନ୍ତି ଯେ ସିଭି,ରିଜ୍ୟୁମ ଏବଂ ବାଇଓଡାଟା ମଧ୍ୟରେ କଣ ଅନ୍ତର ହୋଇଥାଏ?CV,Resume ଏବଂ Biodata ର ଅନ୍ତର:

CV,Resume ଏବଂ Biodata ର ଅନ୍ତର: ସିଭି କୁ ଏକ ପୂର୍ଣ୍ଣ ଏବଂ ବିସ୍ତ୍ରୁତ ଦସ୍ତାବେଜର ମାନ୍ୟତା ମିଳିଥାଏ। ଏଥିରେ ଆପଣଙ୍କ କ୍ୟାରିଆର, ପଢା ଏବଂ ଉପଲବ୍ଧି ସବୁର ପୂର୍ଣ୍ଣ ସୂଚନା ରହିଥାଏ। ଏହା ବ୍ୟକ୍ତିନ୍ନକର ଯୋଗ୍ୟତା, ଅନୁଭବ, କୌଶଳ, ଦକ୍ଷତା ଏବଂ ଉପଲବ୍ଧି ସବୁକୁ ଦର୍ଶାଇଥାଏ । ସିଭିରେ ଆପଣଙ୍କ ସଂପୂର୍ଣ୍ଣ ଶିକ୍ଷାଗତ ଯୋଗ୍ୟତା ଲେଖା ଥାଏ ଏବଂ ତାସହ ସେଥିରେ ଆପଣଙ୍କ ବିଗତ ସମସ୍ତ କର୍ମ ଯେପରିକି ପ୍ରକାଶନ, ପୁରସ୍କାର , ସମ୍ମାନ ଏବଂ ଅନ୍ୟ ଗତିବିଧିର ସୂଚନା ଥାଏ । ସିଭିରେ ଅନ୍ୟମାନଙ୍କର ସୁପାରିଶ ପତ୍ର ଏବଂ କଭର ଲେଟର ମଧ୍ୟ ସାମିଲ କରାଯାଇଥାଏ। ସିଭିରେ କମ ସେ କମ ଦୁଇ ପେଜ ତ ହୋଇଥାଏ। ପେଜ ସଂଖ୍ୟା ଦୁଇ ରୁ ଅଧିକ ମଧ୍ୟ ହୋଇପାରେ । ଏଥିରେ ଆପଣଙ୍କ ସହିତ ଜଡିତ ପ୍ରାୟ ସମସ୍ତ କଥାର ସୂଚନା ହୋଇଥାଏ ତ ଏହାକୁ ଚାକିରି ହିସାବରେ ବଦଳେଇବାକୁ ପଡିନଥାଏ ।

CV,Resume ଏବଂ Biodata ର ଅନ୍ତର: ବାୟୋଡାଟାର ଫୁଲ ଫର୍ମ ବାୟୋଗ୍ରାଫିକାଲ ଡାଟା ଅଟେ। ବାୟୋଡାଟାରେ ବ୍ୟକ୍ତି ନିଜର ବ୍ୟକ୍ତିଗତ ସୂଚନା ରଖନ୍ତି। ଏଥିରେ ବ୍ୟକ୍ତିଙ୍କର ବୈବାହିକ ସୂଚନା, ଜନ୍ମ ତାରିଖ, ଧର୍ମ, ଲିଙ୍ଗ ଆଦି ର ସୂଚନା ଦିଆଯାଇଥାଏ। ଭାରତରେ ଲୋକମାନେ ବୟୋଡାଟା ର ବ୍ୟବହାର ପ୍ରାଯତଃ ବିବାହ ପୂର୍ବରୁ ନିଜର ବ୍ୟକ୍ତିଗତ ସୂଚନା ଦେବା ନିମନ୍ତେ କରୁଥିଲେ। ଏହାର ଚାକିରିରେ ମଧ୍ୟ ବ୍ୟବହାର ହେଉଛି କିନ୍ତୁ ସେତେବେଳେ ଯେବେ ବ୍ୟକ୍ତି ସରକାରୀ ଚାକିରି ନିମନ୍ତେ ଆବେଦନ କରନ୍ତି । ଆନ୍ତର୍ଜାତୀୟ ସ୍ତରରେ ଯେଉଁଠାରେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସୂଚନା ମୂଲ୍ୟ ରଖେ ନାହିନ ସେଠାରେ ଏହାର ବ୍ୟବହାର କରାଯାଏ ନାହିଁ ।

CV,Resume ଏବଂ Biodata ର ଅନ୍ତର:ରିଜ୍ୟୁମରେ ଆପଣଙ୍କର ଶିକ୍ଷା, କାର୍ଯ୍ୟ ଅନୁଭବ, ଦକ୍ଷତା ଏବଂ ବିଗତ ଚାକିରି ଉପଲବ୍ଧି ସବୁର ମହତ୍ଵପୂର୍ଣ୍ଣ ସୂଚନାର ପ୍ରସଙ୍ଗ ଥାଏ । ରିଜ୍ୟୁମ ଅଧିକ ବଡ ହୋଇନଥାଏ। ଏହା ସାଧାରଣତଃ ଏକ କିମ୍ବା ଦୁଇ ପେଜର ହୋଇଥାଏ। ରିଜ୍ୟୁମ ଛୋଟ ହୋଇଥାଏ ଏଥିପାଇଁ ଏଥିରେ ସେହି କଥାର ଆଲୋକପାତ କରାଯାଏ ଯାହା ସେହି ଚାକିରିର ଆବଶ୍ୟକତା ରହିଥିବ । ରିଜ୍ୟୁମକୁ ଆବେଦକ ନିଜ ଆବଶ୍ୟକତା ଅନୁଯାୟୀ ବଦଳେଇ ପାରିବେ। ଏଥିରେ ଚାକିରି ଏବଂ ବିଶିଷ୍ଟ ପଦର ହିସାବ ଅନୁଯାୟୀ ପରିବର୍ତ୍ତନ ମଧ୍ୟ କରାଯାଇଥାଏ । ରିଜ୍ୟୁମ ନିଜର ସମସ୍ତ ଉପଲବ୍ଧିକୁ ସଂକ୍ଷିପ୍ତରେ ଲେଖାଯାଏ ।

ତ ଏହା ଥିଲା ସିଭି, ବାୟୋଡାଟା ଏବଂ ରିଜ୍ୟୁମ ମଧ୍ୟରେ ଥିବା ଅନ୍ତର। ଏବେ ଆଗକୁ ପଚରାଗଲେ ଆପଣ ଏହାର ଉତ୍ତର ସହଜରେ ଦେଇପାରିବେ। ବନ୍ଧୁଗଣ ଆମର ଆଶା ଅଛି ଯେ ଆପଣଙ୍କୁ ଆମର ଏହି ଲେଖା  ଆସିବ । ପସନ୍ଦ ଆସିଲେ ଆପଣ ଏହାକୁ ନିଜର ବନ୍ଧୁ ମାନଙ୍କ ସହିତ ସେୟାର କରିବେ ।

Leave a Reply

Your email address will not be published. Required fields are marked *