‘ମହାଭାରତ’ ଉପରେ ନିର୍ମିତ ହେବାକୁ ଫିଲ୍ମ – ଯେଉଁଥିରେ କୃଷ୍ଣଙ୍କ ଭୂମିକା କରିପାରନ୍ତି ବଡ ହିରୋ – ଦେଖନ୍ତୁ କିଏ ସେ ହିରୋ…
ବନ୍ଧୁଗଣ ଭାରତରେ ପୋଳୁରଣିକ କଥାବସ୍ତୁ ଓ ସେହି ଚରିତ୍ର ଉପରେ ଫିଲ୍ମ ଏବଂ ତିବ ଶୋ ନିର୍ମାଣ କରିବାର ଅନେକ ବର୍ଷରୁ ଚାଲିଆସୁଛି । ହିନ୍ଦୁ ଧର୍ମରେ ଯେତେ ମଧ୍ୟ ପ୍ରସିଦ୍ଧ କଥା ଓ ଚରିତ୍ର ଅଛନ୍ତି ସେମାନଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହୋଇଛି ନହେଲେ କୌଣସି ଟିଭି ଶୋ ଟେଲିକାଷ୍ଟ ହୋଇସାରିଛି। ଉଦାହରଣ ନିମନ୍ତେ ହିନ୍ଦୁଙ୍କର ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ ‘ରାମାୟଣ’କୁ ନିନତୁ। ଏହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଜାଣେ କେତେ ଫିଲ୍ମ, ଟିଭି ଶୋ ଓ କାର୍ଟୁନ ନିର୍ମିତ ସାରିଛି। ରାମାୟଣ ପରେ ଯଦି କୌଣସି ଦ୍ଵିତୀୟ ପ୍ରସିଦ୍ଧ ଗ୍ରନ୍ଥର ନାମ ଆସେ ତେବେ ତାହା ଅଟେ ମହାଭାରତ। ଯଦି ଆପଣ ଧ୍ୟାନ ଦେଇଥିବେ ତେବେ ମହାଭାରତ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଟିଭି ଶୋ ନିର୍ମିତ ହୋଇସାରିଛି କିନ୍ତୁ କୌଣସି ବି ଚର୍ଚ୍ଚିତ ଫିଲ୍ମ ଏହି ବିଷୟ ଉପରେ ନିର୍ମାଣ କରାଯାଇ ନାହିଁ । ଏହାର ଗୋଟିଏ କାରଣ ଏହା ଯେ ମହାଭାରତ ନିଜ ଅନୁଯାୟୀ ଏକ ବିଶାଳ ଗ୍ରନ୍ଥ ଅଟେ। ଏହାର ସମସ୍ତ ପାତ୍ର ଓ କଥା ସବୁ 2 ରୁ 3ଘଣ୍ଟାର ଫିଲ୍ମରେ ପ୍ରଦର୍ଶନ କରିବା ଏକ ଫିଲ୍ମ ଡାଇରେକ୍ଟର ଓ ରାଇଟରଙ୍କ ନିମନ୍ତେ ବହୁତ ମୁସ୍କିଲ ଅଟେ।
ଯଦି ସୂତ୍ରଙ୍କ କଥା ମାନିବା ତେବେ ଶୀଘ୍ର ଫିଲ୍ମ ‘ବାହୁବଳୀ’ର ନିର୍ଦ୍ଦେଶକ ରାଜାମୌଳି ଏହି ବିଷୟ ଉପରେ ଫିଲ୍ମ ନିର୍ମାଣ କରିବାର ଦାୟିତ୍ଵ ନିଜର କାନ୍ଧ ଉପରେ ଉଠେଇବାକୁ ଯାଉଛନ୍ତି । ଯଦିଓ ଏହି କଥା ଏବେ ଯାଏଁ ଅଧିକାରିକ ରୂପେ ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ଗୁପ୍ତ ମିଡିଆ ସୂତ୍ରରୁ ଜଣାପଡିଛି ଯେ ବାହୁବଳୀର ନିର୍ଦ୍ଦେଶକ ଏସଏସ ରାଜାମୌଳିଙ୍କର ଆଗାମୀ ପ୍ରୋଜେକ୍ଟ ମହାଭାରତ ହୋଇପାରେ। ଏକଥା ମଧ୍ୟ ପ୍ରଚାର ହେଉଛି ଯେ ଆଗାମୀ ସମୟରେ ଶୀଘ୍ର ଏହା ଉପରେ ଅଧିକାରିକ ମୋହର ଲାଗିପରେ ।
ମହାଭାରତର ସମସ୍ତ ଚରିତ୍ରଙ୍କ ମଧ୍ୟରେ କୃଷ୍ଣଙ୍କ ଭୂମିକା ସବୁଠାରୁ ମହତ୍ଵପୂର୍ଣ୍ଣ ଥିଲା। ଏମିତିରେ ଯଦି ଏହି ବିଷୟ ଉପରେ ଫିଲ୍ମ ତିଆରି ହୁଏ ତ ଏହି ଚରିତ୍ରକୁ ବଲିଉଡର ମିଷ୍ଟରପରଫେକ୍ଟନିଷ୍ଟ ଅମିର ଖାନ କରିବାକୁ ପସନ୍ଦ କରିବେ। ପ୍ରକୃତରେ ଏକ ସାକ୍ଷାତକାର ସମୟରେ ଅମିର ‘ମହାଭାରତ’ ଭଳି ବିଶାଳ ପ୍ରୋଜେକ୍ଟ ଉପରେ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଏଥିମଧ୍ୟରେ ସେ କହିଲେ ଯେ ଯଦି ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳେ ତେବେ ସେ ‘କର୍ଣ୍ଣ’ଙ୍କ ଚରିତ୍ର କରିବାକୁ ପସନ୍ଦ କରିବେ । ‘କର୍ଣ୍ଣ’ଙ୍କ ପରେ ସେ କୃଷ୍ଣଙ୍କୁ ନିଜର ପ୍ରିୟ ଚରିତ୍ର କହି ତାଙ୍କର ଭୂମିକା କରିବାକୁ କହିଥିଲେ। ମିଡିଆ ସୂତ୍ରଙ୍କ ଅନୁଯାଇ ଡାଙ୍କଗାର ଉଚ୍ଚକୋଟିର ସଫଳତା ପରେ ଅମିରଙ୍କର ଆଗାମୀ ପ୍ରୋଜେକ୍ଟ ମହାଭାରତ ହୋଇପାରେ। କିନ୍ତୁ ଏ ବିଷୟରେ ବର୍ତ୍ତମାନ କିଛି ସ୍ପଷ୍ଟ ରୂପରେ କୁହାଯାଇ ପାରିବ ନାହିଁ ।
ଉଲ୍ଲେଖାଯୋଗ୍ୟ ଯେ ଅମିର ବଲିଉଡର ସବୁଠାରୁ ଉତ୍କୃଷ୍ଟ କଳାକାରଙ୍କ ରୂପରେ ପରିଚିତ ଅଟନ୍ତି। ସେ ଯେବେ ମଧ୍ୟ କୌଣସି ଫିଲ୍ମ ନିର୍ମାଣ କରନ୍ତି ତ ତାହା ଉପରେ ସଂପୂର୍ଣ୍ଣ ରିସର୍ଚ କରନ୍ତି। ସେ ନିଜର ଚରିତ୍ରକୁ ଛେଚି ବାଟି ପିଇ ଯାଆନ୍ତି । ଏହି କାରଣ ଅଟେ ଯେ ଯେବେ ସେ ବିଗ ସ୍କ୍ରୀନରେ ନିଜର ଅଭିନୟର ଜାଦୁ ପ୍ରଦର୍ଶନ କରନ୍ତି ତ ଲୋକମାନେ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଉଠନ୍ତି । ଅମିରଙ୍କର ଫିଲ୍ମ କେବଳ ଭାରତରେ ହିଁ ନୁହେଁ କିନ୍ତୁ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ ହୋଇଥାଏ। ନିକଟରେ ତାଙ୍କର ଦୁଇଟି ଫିଲ୍ମ ‘ଦଙ୍ଗଲ’ ଓ ‘ସିକ୍ରେଟ ସୁପରଷ୍ଟାର’ ଚୀନରେ ମୁକ୍ତିଲାଭ ହୋଇଛି। ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ ତ ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ 450କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିସାରିଛି। ଏପରି ଅନୁମାନ କରାଯାଉଛି ଯେ ଏହି ଫିଲ୍ମ ଶୀଘ୍ର 500କୋଟିର ସଂଖ୍ୟା ପାର କରିଯିବ ।
ଗୋଟିଏ କଥା ସ୍ଥିର ଯେ ଯଦି ମହାଭାରତ ଉପରେ ଫିଲ୍ମ ନିର୍ମିତ ହେବ ତ ତାହା ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ବଜେଟର ଫିଲ୍ମ ହେବ। ଏମିତିରେ ଯଦି ଏହି ବିଷୟ ଉପରେ ଫିଲ୍ମ ହୁଏ ତ ଆପଣ କେଉଁ କେଉଁ କଳାକାରଙ୍କୁ ଏଥିରେ ଅଭିନୟ କରିବାର ଦେଖିବାକୁ ଚାହିଁବେ? ନିଜର ଉତ୍ତର କମେଣ୍ଟରେ ନିଶ୍ଚିତ ଜଣେଇବେ ।