June 27, 2025

Odia Express

Here, There and Everywhere

ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ସବୁଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି , ଜାଣନ୍ତୁ କଣ ଆପଣ ଅଛନ୍ତି ଏଥିରେ?

ଯେବେ ମଧ୍ୟ କାହା ଘରେ କୌଣସି ନୂତନ ଅତିଥି ଆସେ ତ ଘରଲୋକମାନଙ୍କ ମନରେ ଜିଜ୍ଞାସା ହୋଇଥାଏ ଯେ ନୂତନ ଅତିଥି କିପରି ଅଟନ୍ତି? ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବେ? ଜୀବନରେ କଣ କରିବେ? ଏହାର ସ୍ଵଭାବ କିପରି ହେବ? ଏ ନୂତନ ଅତିଥି କୌଣସି ନବଜାତ ଶିଶୁ ମଧ୍ୟ ହୋଇପାରେ ଓ ଆପଣଙ୍କ ଘରର ନୂତନ ବଧୁ ମଧ୍ୟ ହୋଇପାରେ। ଏମିତିରେ ଜଣା କଥା ଏହା ଯେ ଆପଣ ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହିଁବେ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବ୍ୟକ୍ତିଙ୍କର ଜନ୍ମ ଆଧାରରେ ତାଙ୍କର ସ୍ଵଭାବ ଜଣେଇବାକୁ ଯାଉଛୁ।

ଆଜିର ଏହି ଲେଖାରେ ଆପଣ ଜାଣିବେ ଯେ କେଉଁ ମାସରେ ଜନ୍ମିତ ଶିଶୁ ସବୁଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ। ନିଜର ଏହି ବୁଦ୍ଧିମତା ଆଧାରରେ ଆପଣ ନିଜର କ୍ୟାରିଆରର ଚୟନ ମଧ୍ୟ କରିପାରିବେ । ଏହି ସୂଚନା ଦ୍ଵାରା ଆପଣଙ୍କୁ ଜଣା ପଡିବ ଯେ ଆପଣଙ୍କ ସନ୍ତାନ ଆଗାମୀ ଭବିଷ୍ୟରେ ଲେଖାପଢାର କ୍ଷେତ୍ରରେ କେତେ ଆଗକୁ ଯିବ। କିନ୍ତୁ ବୁଦ୍ଧିମାନ ହେବାର ସମ୍ବନ୍ଧ କେବଳ ଲେଖାପଢା ସହିତ ଜଡିତ ନଥାଏ। ଅନେକ ବୁଦ୍ଧିମାନ ଶିଶୁ ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ଚତୁର ବୁଦ୍ଧି ଦ୍ଵାରା ସଫଳତା ପାଇଛନ୍ତି। ତେଣୁ ଆସନ୍ତୁ ଜାଣିବା ଏହି ତାଲିକାରେ ଆପଣ ଅଛନ୍ତି ନା ନାହିଁ | ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କର ମସ୍ତିସ୍କ ହୋଇଥାଏ ଶାଣିତ

ଫେବୃଆରୀ ମାସ: ଏହି ମାସରେ ଜନ୍ମିତ ଶିଶୁ ନିଜର ବୁଦ୍ଧି ବଳରେ ଜୀବନରେ ସବୁକିଛି ହାସଲ କରିଥାନ୍ତି। ଏମାନଙ୍କର ମସ୍ତିସ୍କ ଏତେ ଅଧିକ ଶାଣିତ ଓ ଦ୍ରୁତ ହୋଇଥାଏ ଯେ ଏମାନେ ଜୀବନରେ କେବେ ଭୋକରେ ମରିବେ ନାହିଁ । ଏମାନଙ୍କ ଜୀବନରେ କେତେ ମଧ୍ୟ ସମସ୍ୟା ଆସୁ ଏମାନେ ନିଜର ଦ୍ରୁତ ବୁଦ୍ଧି ଦ୍ଵାରା ଅନେକ ରାସ୍ତା ବାହାର କରି ନିଜର କାମ ଚଳେଇ ନିଅନ୍ତି। ଏହି ମାସରେ ଜନ୍ମିତ ଶିଶୁଙ୍କର ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଅନେକ ଭିନ୍ନ ହୋଇଥାଏ ଯାହା ଏମାନଙ୍କୁ ଜୀବନରେ ଶୀଘ୍ର ସଫଳତା ଦେଇଥାଏ। ଏହି ଲୋକମାନେ ବଡ ହୋଇ କୌଣସି ସୃଜନାତ୍ମକ କ୍ଷେତ୍ରରେ ଅଧିକ ସଫଳତା ପାଇଥାନ୍ତି ।

ମେ ମାସ: ଏହି ମାସରେ ଜନ୍ମିତ ଶିଶୁ ସବୁବେଳେ ଜୀବନରେ ଇଛି ଏପରି କାର୍ଯ୍ୟ କରିଦେଖନ୍ତି ଯାହା ଯୋଗୁ ତାଙ୍କର ଘରଲୋକ ମାନଙ୍କୁ ଗର୍ବ ହୋଇଥାଏ। ଏହି ଶିଶୁ ଲେଖାପଢା କ୍ଷେତ୍ରରେ ବହୁତ ଆଗକୁ ଯାଆନ୍ତି । ଏମାନଙ୍କ ମସ୍ତିସ୍କ ସବୁଠାରୁ କ୍ଷିପ୍ର ବେଗରେ ଚାଲିଥାଏ। ଏମାନଙ୍କୁ ଖାଲି ବସିବାକୁ ଭଲ ଲାଗେନାହିଁ । ଏମାନେ ସବୁବେଳେ କିଛି ନା କିଛି ଶିକ୍ଷା କରିବାର ଲକ୍ଷ ରଖନ୍ତି। ଏମାନଙ୍କ ମସ୍ତିସ୍କରେ ବହୁତ ଗୁଡିଏ ସୂଚନା ଏମାନଙ୍କୁ ଅନ୍ୟମାନଙ୍କ ଠାରୁ ଅଧିକ ବୁଦ୍ଧିମାନ କରିଥାଏ। କୌଣସି ବୁଦ୍ଧିଖେଳ ପ୍ରତିଯୋଗୀତାରେ ଏମାନଙ୍କୁ ହରେଇବା ବହୁତ ମୁସ୍କିଲ ହୋଇଥାଏ। ଏମାନେ ସବୁବେଳେ ଜୀବନରେ ବିଜୟ ପ୍ରାପ୍ତ କରିବା ବିଷୟରେ ଚିନ୍ତା କରନ୍ତି ।

ସେପ୍ଟେମ୍ବର ମାସ: ଏହି ମାସରେ ଜନ୍ମିତ ଶିଶୁଙ୍କର ମେମୋରୀ ପାୱାର ବହୁତ ଅଧିକ ହୋଇଥାଏ। ଏମାନେ ଜିନିଷ ଘୋଷିବା ବଦଳରେ ବୁଝିବାରେ ବିଶ୍ଵାସ ରଖନ୍ତି। ଏହି ମାସରେ ଲୋକମାନେ ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତି କରନ୍ତି। ଏମାନଙ୍କୁ ପ୍ରହେଳିକା ସମାଧାନ କରିବାରେ ବହୁତ ମଜା ଆସିଥାଏ। ଏମାନଙ୍କର ସବୁଠାରୁ ମୁଖ୍ୟ କଥା ଏହା ଯେ ଏମାନେ ନିଜର ଜ୍ଞାନକୁ ଅନ୍ୟମାନଙ୍କୁ ବାଣ୍ଟିବାରେ ଖୁସି ପାଆନ୍ତି । ଏମାନେ ନିଜର ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ଶିକ୍ଷିତ କରିବା ପସନ୍ଦ କରନ୍ତି। ଏମାନଙ୍କର ଏହି ସାହାଯ୍ୟ ବ୍ୟବହାର ଓ ଦ୍ରୁତ ମସ୍ତିସ୍କ ଯୋଗୁ ଏମାନଙ୍କୁ ସମାଜରେ ବହୁତ ଇଜ୍ଜତ ମିଳିଥାଏ। ଲୋକମାନେ ସବୁବେଳେ ଏମାନଙ୍କ ସହିତ ଯୋଡି ହେବାକୁ ଚାହାନ୍ତି ।

Leave a Reply

Your email address will not be published. Required fields are marked *