November 22, 2024

Odia Express

Here, There and Everywhere

ଆଳିଆଗଦାରେ ଭୁଲରେ ଫିଙ୍ଗିଦେଲେ ୧୨ ଲକ୍ଷ ଟଙ୍କା , ତାପରେ ଯାହା ହେଲା ତାହା ଆପଣ ମଧ୍ୟ ଭାବି ପାରିବେ ନାହିଁ..

ପଇସା ଏକ ଏପରି ଜିନିଷ ଅଟେ ଯାହା ନିମନ୍ତେ ପ୍ରତ୍ୟେକ ଦିନରାତି ପରିଶ୍ରମ କରନ୍ତି। ଅନେକ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବା ପରେ ଏକ ମୋଟା ଅଙ୍କର ଟଙ୍କା ଜମା ହୋଇଥାଏ। ଯେବେ ମଧ୍ୟ ଆମ ପାଖରେ ଅଧିକ ମାତ୍ରାରେ ପଇସା ଜମା ହୋଇଯାଇଥାଏ ତ ତାହାକୁ ଆମେ ବ୍ୟାଙ୍କରେ ଯାଇ ଜମା କରିଦେଉ। ବ୍ୟାଙ୍କରେ ପଇସା ଜମା କରିବାର ଦୁଇଟି ଲାଭ ହୋଇଥାଏ। ପ୍ରଥମ ଏହା ଯେ ଆମର ପଇସା ସୁରକ୍ଷିତ ରହିଥାଏ ମାନେ ଚୋରୀ ହେବାର ଭୟ ନଥାଏ। ଦ୍ଵିତୀୟ ଲାଭ ଏହା ଯେ ଆପଣଙ୍କୁ ଏହି ପଇସାକୁ ବ୍ୟାଙ୍କରେ ରଖିବା ଉପରେ ସୁଧ ମଧ୍ୟ ମିଳିଥାଏ। ଏହି ପ୍ରକାର ଆପଣଙ୍କ ପଇସା ରଖିରଖି ବୃଦ୍ଧି ହୋଇଥାଏ। ଏହି କାରଣ ଅଟେ ଯେ ସାରା ଦୁନିଆରେ ଅନେକ ଲୋକ ନିଜର ସମସ୍ତ ପଇସା ବ୍ୟାଙ୍କରେ ହିଁ ରଖନ୍ତି ।

କିନ୍ତୁ ଯେବେ ଚୀନର ନିବାସୀ ଜଣେ ବ୍ୟକ୍ତି ବ୍ୟାଙ୍କରେ 12ଲକ୍ଷ ଟଙ୍କା ଜମା କରିବାକୁ ଗଲେ ତ ତାଙ୍କର ପାଦ ତଳୁ ଭୂମି ଧସି ଗଲା । ପ୍ରକୃତରେ ସେ ଯେଉଁ ଥଳିରେ ପଇସା ପୂର୍ଣ୍ଣ କରି ଆଣିଥିଲେ ସେଥିରେ ଅଳିଆ ବାହାରିଲା ଓ ଟଙ୍କା ଥିବା ଥଳି ସେ ଭୁଲରେ ଅଳିଆଗଦାରେ ଫିଙ୍ଗି ଦେଇଥିଲା। ଏହାପରେ କିଛି ଏପରି ହେଲା ଯାହାକୁ ଶୁଣିଲେ ଆପଣଙ୍କୁ ବିଶ୍ଵାସ ହେବନାହିଁ । ଆସନ୍ତୁ ବିସ୍ତାରପୂର୍ବକ ଜାଣିବା କଣ ସେହି ପୁରା ମାମଲା

ପ୍ରକୃତରେ ଏହି ପୁରା ଘଟଣା ଚୀନର ଲବନିଙ୍ଗର କୁହାଯାଉଛି। ଏଠାରେ ଜଣେ ବ୍ୟକ୍ତି ଯେବେ ଘରୁ ବ୍ୟାଙ୍କ ନିମନ୍ତେ ବାହାରୁଥିଲେ ତ ଏହା ସହିତ ହାତରେ ଦୁଇଟି ଥଳି ଧରିଥିଲେ। ପ୍ରଥମ ଥଳିରେ ସେ ଘରର ଅଳିଆ ପୁରେଇ ରଖିଥିଲେ ଓ ଦ୍ଵିତୀୟ ଥଳିରେ ବ୍ୟାଙ୍କରେ ଜମା କରିବା ନିମନ୍ତେ 12ଲକ୍ଷ ଟଙ୍କା ରଖିଥିଲେ। ଏହି ଲୋକ ଯେବେ ଘରୁ ବାହାରିଲେ ତ ସେ ଭୁଲରେ ଟଙ୍କାଭର୍ତ୍ତି ଥଳି ଅଳିଆଗଦାରେ ପକେଇଦେଲେ ଓ ଅଳିଆ ଥିବା ଥଳି ନେଇ ବ୍ୟାଙ୍କ ଚାଲିଗଲେ। ବ୍ୟାଙ୍କରେ ଯେବେ ସେ ପଇସା ଜମା କରିବା ଆଇନ ଥଳି ଖୋଲିଲେ ତ ତାଙ୍କର ହୋଶ ଉଡିଗଲା। ସେଥିରେ ପଇସା ବଦଳରେ ଅଳିଆ ପୂର୍ଣ୍ଣ ଥିଲା । ବ୍ୟକ୍ତିଙ୍କୁ ନିଜର ଭୁଲର ଅନୁଭବ ହେଲା ଓ ସେ ଦଉଡିକରି ସେହି ଅଳିଆ ଡବା ପାଖକୁ ଗଲେ ।

ଅଳିଆ ଡବାକୁ ଖୋଲିବା ପରେ ବ୍ୟକ୍ତିଙ୍କ ଦ୍ଵାରା ଫିଙ୍ଗାଯାଇଥିବା ଟଙ୍କାଥଳି ନଥିଲା। ବ୍ୟକ୍ତି ବହୁତ ଚିନ୍ତାରେ ଥିଲେ। ଏହି ଟଙ୍କା ତାଙ୍କର ଅନେକ ବର୍ଷର ପରିଶ୍ରମର ଆୟ ଥିଲା । ଏହାପରେ ସେ ସିଧା ପୋଲିସ ଷ୍ଟେସନ ଗଲେ ଓ ପୁରା ଘଟଣା ଜଣେଇଲେ । ପୋଲିସ ଅଳିଆଡବା ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଦ୍ଵାରା ଅନୁସନ୍ଧାନ ଚଲେଇଲେ ତ ଜଣା ପଡିଲା ଯେ ଏକ ବ୍ୟକ୍ତି ସେହି ଟଙ୍କା ଭର୍ତ୍ତି ଥଳି ଅଳିଆଡବାରୁ ବାହାର କରିଛନ୍ତି । ଯଦିଓ ଭିଡିଓ କ୍ଵାଲିଟି ବହୁତ ଅଧିକ ଖରାପ ହେବା କାରଣରୁ ଆରୋପିଙ୍କ ଚେହେରା ପରିଷ୍କାର ଦେଖାଯାଉନଥିଲା । ପୋଲିସ ଆରୋପିଙ୍କୁ ଖୋଜିବାରେ ଅସଫଳ ହେଲେ ଓ ବ୍ୟକ୍ତି ନିରାଶ ହୋଇ ଘରକୁ ଫେରିଗଲେ ।

କିଛି ଦିନ ପରେ ବ୍ୟକ୍ତିଙ୍କ ପାଖକୁ ଏକ ଏପରି କଲ ଆସିଲା ଯାହା ତାଙ୍କର ସମସ୍ତ ଦୁଃଖକୁ ଖୁସିରେ ବଦଳେଇ ଦେଲା। ଏହି କଲ ପୋଲିସର ଥିଲା ଯେଉଁମାନେ ତାଙ୍କୁ ଫୋନରେ ଜଣେଇଲେ ଯେ ଆପଣଙ୍କ ପଇସା ଭର୍ତ୍ତି ବ୍ୟାଗ ମିଳିଯାଇଛି। ନେବାକୁ ଆସନ୍ତୁ । ବ୍ୟକ୍ତି ଜଣକ ଦଉଡି ଧାଇଁ ପୋଲିସ ଷ୍ଟେସନ ଗଲେ ତେବେ ତାଙ୍କୁ ଜଣା ପଡିଲା ଯେ ଏହି ବ୍ୟାଗକୁ ଯେଉଁ ମହିଳା ଅଳିଆଡବାରୁ ବାହାର କରିଥିଲେ ସେ ହିଁ ଏହାକୁ ଫେରସ୍ତ ଦେବା ପୂର୍ବକ କହିଲେ ଯେ ଏତେ ଅଧିକ ଟଙ୍କା କାରଣରୁ ତାଙ୍କୁ ନିଦ ଆସୁନଥିଲା । ପରେ ସେ ମହିଳାଙ୍କୁ ତାଙ୍କର ସଚ୍ଚୋଟତା କାରଣରୁ କୋଡିଏ ହଜାର ଟଙ୍କା ପୁରସ୍କାର ଆକାରରେ ଦିଆଗଲା ।

Leave a Reply

Your email address will not be published. Required fields are marked *