November 17, 2024

Odia Express

Here, There and Everywhere

ମାତ୍ର କିଛି ଦିନରେ ସାରା ଓଡିଶା ମନ ଜିତିଥିବା ସୁବ୍ରତୋ ବାଗଚି ପ୍ରକୁତରେ କିଏ ? ଜାଣିରଖନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା….

1 min read

ବର୍ତମାନ ସମୟରେ ସାରା ବିଶ୍ୱ କରୋନା କୁ ନେଇ ଅତ୍ୟନ୍ତ ଖରାପ ସ୍ତିତି ଦେଇ ଗତି କରୂଚି |ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି | ତେବେ ଆପଣ ନିଶ୍ଚୟ ଏହା ଜାଣିଥିବେ ଯେ ଏହା ଚାଇନା ର ଏକ ସହରରୁ ଆରମ୍ଭ ହେଇ ସାରା ବିଶ୍ୱ ରେ ବର୍ତମାନ ନିଜର କାୟା ବିସ୍ତାର କରି ସାରିଛି | ତେବେ ବର୍ତମାନ ରିପୋର୍ଟ ସୁଦ୍ଧା ଏଥିରେ ସାରା ବିଶ୍ୱରେ ପ୍ରାୟ ୮ ଲକ୍ଷ ଲୋକ ଆକ୍ରାନ୍ତ ହେଇସାରିଲେଣି |ଓ ପ୍ରାୟ ୪୦ ହଜାର ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଲେଣି | ତେବେ ଏହା ପ୍ରଥମେ ଚାଇନା ରେ ଆରମ୍ଭ ହେଇଥିଲେ ମଧ୍ୟ ବର୍ତମାନ ସବୁଠୁ ଅଧିକ ପ୍ରଭାବିତ ହେଇଚି ଆମେରିକା ଓ ଇଟାଲୀ

ତେବେ ଭାରତରେ ମଧ୍ୟ ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଇସାରିଲେଣି ଓ ଆଜିର ରିପୋର୍ଟ ଅନୁସାରେ ଓଡ଼ିଶାରେ ୪ ଜଣ ଆକ୍ରାନ୍ତ ହେଇଛନ୍ତି | ତେବେ ବର୍ତମାନ ସମୟରେ ସାରା ଓଡ଼ିଶାରେ ଜଣେ ଲୋକ ଖୁବ ପରିଚିତ ହେଇ ପାରିଛନ୍ତି | ତାଙ୍କ କଥା କୁ ଓଡ଼ିଶାର ଲୋକ ଅକ୍ଷର ଅକ୍ଷର ପାଳନ କରୁଛନ୍ତି | ଆଜ୍ଞା ହଁ ସେ ହେଉଛନ୍ତି ସୁବ୍ରତୋ ବାଗଚି | ଓଡିଶା ସରକାରଙ୍କ ନିଯୁକ୍ତ କରୋନା ର ମୁକାବିଲା ର ମୁଖ୍ୟ ହେଉଛନ୍ତି ସୁବ୍ରତୋ ବାଗଚି | ବର୍ତମାନ ସମୟରେ ସେ ଓଡିଶା ସରକାର ଙ୍କ କରୋନା ମୁକାବିଲା ପାଇଁ ସାରଥୀ ସାଜିଛନ୍ତି କହିଲେ ଭୁଲ ହେବ ନାହିଁ

ତାଙ୍କ ପ୍ରାଞ୍ଜଳ ଓଡ଼ିଆ କହିବା ଶୈଳୀ ଓ ଲୋକଙ୍କୁ ବୁଝେଇବାର ଶୈଳୀ ପାଇଁ ସେ ସାରା ଓଡ଼ିଶାର ଘରେ ଘରେ ପରିଚିତ ହେଇଛନ୍ତି | କେବେ ଭଗବାନ ଜଗନ୍ନାଥ ଙ୍କ ବିଷୟରେ ବିଭିର୍ନ ଉଦାହରଣ ଦେଇ ତ ଆଉ କେତେବେଳେ ବିଜ୍ଞାନର ଉଦାହରଣ ଦେଇ  ସାରା ଓଡ଼ିଶାର ମନ ଜିତିଛନ୍ତି ସୁବ୍ରତୋ ବାଗଚି | ତେବେ ଓଡ଼ିଶାର ଲୋକ ତାଙ୍କୁ ବୋଧ ହୁଏ ଏହା ପୂର୍ବରୁ ବହୁତ କମ କିମ୍ବା କେବେ ଦେଖି ନଥିବେ | ତେବେ ଏହି ଲୋକ କିପରି ହଟାତ କରୋନା ଭଳି ମହାମାରୀ ପାଇଁ ସରକାର ନିଯୁକ୍ତି କଲେ ଓ କିଏ ଏହି ସୁବ୍ରତ ବାଗଚି ? ଏହି କଥା ଜାଣିବା ପାଇଁ ସମସ୍ତଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବା | ତେବେ ଆପଣଙ୍କ ପାଇଁ କହିରଖୁ ଆମେ ଏହି ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିଛୁ | ତେବେ ଚାଲନ୍ତୁ ଆମେ ଆଜି ସୁବ୍ରତ ବାଗଚି ଙ୍କ ବିଷୟରେ କିଛି କଥା କହିବୁ

ତେବେ ସୁବ୍ରତୋ ବାଗଚି ଆମ ଓଡ଼ିଶାର ବଲାଙ୍ଗୀରି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ |ମେ ମାସ ୩୧ ତାରିଖ ୧୯୫୭ ମସିହା ରେ ସେ ଜନ୍ମ ଗ୍ରହଣ କରିଥିଲେ | ସେ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ରାଜନୀତି ବିଜ୍ଞାନ ରେ ଶିକ୍ଷା ଗ୍ରହଣ କରିଥିଲେ| ଆପଣ ଜାଣିଲେ ଖୁସି ହେବେ ଯେ ସାରା ଭାରତରେ ସେ ଜଣେ ଭଲ Business Leader ଭାବେ ବେଶ ପରିଚିତ ମଧ୍ୟ | ସେ ଭାରତୀୟ ସେନାର ପାରାଚ୍ୟୁଟ୍ ରେଜିମେଣ୍ଟ ସହିତ ତାଲିମ ନେଇଥିଲେ ଏବଂ “ପାରା ୱିଙ୍ଗ୍ସ” ପାଇବା ପାଇଁ 5 ଟି ବାଧ୍ୟତାମୂଳକ ଜମ୍ପକୁ ସଫଳତାର ସହ ସମାପ୍ତ କରିଥିଲେ | 1975 ମସିହାରେ ତାଙ୍କୁ ଦିଲ୍ଲୀର ରିପବ୍ଲିକ୍ ଡେ ପ୍ୟାରେଡରେ ଭାରତର ଶ୍ରେଷ୍ଠ ଏନସିସି କ୍ୟାଡେଟ୍ ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା

ତେବେ ଆପଣ ଜାଣିଛନ୍ତି କି ସେ ସ୍ନାତକୋତ୍ତର ଅଧ୍ୟୟନ ଛାଡିବା ପରେ ୧୯୭୬ ମସିହାରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗରେ କିରାଣୀ ଭାବରେ ତାଙ୍କର ଚାକିରୀ ଜୀବନ ଆରମ୍ଭ କରିଥିଲେ।ଏହାପରେ ସେ ଏଠି ୧ ବର୍ଷ କାର୍ଯ୍ୟ କରିବା ପରେ, ସେ ୧୯୭୭ ରେ DCM ରେ ମ୍ୟାନେଜମେଣ୍ଟ ଟ୍ରେନିଂ ହେବା ପାଇଁ ଯୋଗ୍ୟତା ହାସଲ କରିଥିଲେ ଯେଉଁଠାରେ ସେ ପରବର୍ତ୍ତୀ ୫ ବର୍ଷ ପାଇଁ କାମ କରିଥିଲେ। ଏହାପରେ ସେ ୧୯୮୧ ମସିହାରେ, କମ୍ପ୍ୟୁଟର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ୧୯୮୧ ରୁ ୧୯୯୯ ମଧ୍ୟରେ ଅନେକ କମ୍ପ୍ୟୁଟର କମ୍ପାନୀରେ ବିକ୍ରୟ, ମାର୍କେଟିଂ ଏବଂ ଅପରେସନ୍ ଭଳି କାର୍ଯ୍ୟ କରିଥିଲେ |

ଏହାପରେ ସେ ୧୯୯୯ ରେ ଅନ୍ୟ ୯ ଜଣ ସହ-ପ୍ରତିଷ୍ଠାତାଙ୍କ ସହ ମାଇଣ୍ଡଟ୍ରି ନାମକ ଏକ କମ୍ପାନୀ ଖୋଲିଥିଲେ  | ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁ ମାଇଣ୍ଡଟ୍ରି ହେଉଛି ଏକ ବିଲିୟନ ଡ଼ଲାର୍ କମ୍ପାନୀ| ତେବେ ସେ ୧୯୯୯ ରୁ ୨୦୦୭ ମଧ୍ୟରେ ମାଇଣ୍ଡଟ୍ରିଙ୍କ ମିଶନ୍, ଦୂରଦୃଷ୍ଟି ଏବଂ ମୂଲ୍ୟବୋଧକୁ ସ୍ପଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ୨୦୦୭ ରେ, ସେ ସର୍ବୋଚ୍ଚ ଦଳର ଏକ ଅଂଶ ଥିଲେ ଯାହାକି ମାଇଣ୍ଡଟ୍ରିଙ୍କୁ ଏକ ଧାରଣାରୁ IPO କୁ ନେଇ ଆସିଥିଲା | ଏହାପରେ ଶ୍ରୀଯୁକ୍ତ ସୁବ୍ରତୋ ବାଗଚି ଜାନୁଆରୀ ୨୦୧୬ ରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଓଡିଶା ମୁହାଁ ହେଇଥିଲେ ଶ୍ରୀ ବାଗଚି ଅର୍ଥାତ ମେ ମାସ ୨୦୧୬ ରେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିମନ୍ତ୍ରଣ ପରେ ସେ ବାର୍ଷିକ ବେତନରେ କ୍ୟାବିନେଟ ପାହ୍ୟା ପଦ ଭାବେ ନିଯୁକ୍ତ ହେଲେ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର (Odisha Skill Development Authority) ପୂର୍ଣ୍ଣକାଳୀନ ଭୂମିକା ଗ୍ରହଣ କରିଥିଲେ।

ତେବେ ଆପଣ ଜାଣିଛନ୍ତି କି ସୂଚନା ମୁତାବକ ଶ୍ରୀଯୁକ୍ତ ସୁବ୍ରତୋ ବାଗଚି କ୍ୟାବିନେଟ ପାହ୍ୟା ରେ ଚାକିରୀ କରିଥିଲେ ମଧ୍ୟ ମାସକୁ ମାତ୍ର ୧ ଟଙ୍କା ଦରମା ନିୟନ୍ତି |ତେବେ ତାଙ୍କର କଥା ରେ ମିଠା ଥିଲା ପରି ସାରା ଓଡ଼ିଶାର ଲୋକ ତାଙ୍କୁ ଖୁବ ଭଲ ପାଉଛନ୍ତି | ଲୋକମାନେ ବର୍ତମାନ ଅନେଇକି ରହୁଛନ୍ତି କି ସାର ପ୍ରତିଦିନ ୪.୩୦ ରେ ଆସିବେ ଓ ପ୍ରତିଦିନ ଭଳି କରୋନା ବିଷୟରେ ନୂଆ ସୂଚନା ଦେବେ | ବର୍ତମାନ ପିଲାଠାରୁ ବୁଢା ସମସ୍ତଙ୍କର ଅତି ପ୍ରିୟ ହେଇପାରିଛନ୍ତି ସେ | ତେବେ ବନ୍ଧୁଗଣ ଆପଣ ଙ୍କୁ ସାର ଙ୍କ ଜୀବନ ଶୈଳୀ ଯଦି ଭଲ ଲାଗିଛି ତେବେ ନିଶ୍ଚୟ ଅନ୍ୟ ମାନକୁ ସେୟାର କରନ୍ତୁ | ଶେଷରେ କହିବୁ ନିଜ ନିଜ ଘରେ ରୁହନ୍ତୁ ଓ ସାରା ଓଡିଶା ଓ ସାରା ଦେଶକୁ କରୋନା ରୁ ମୁକ୍ତ କରିବାରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *