କମ ଉଚ୍ଚତା ଯୋଗୁ ଯଦି ବିବ୍ରତ ଅଟନ୍ତି ତେବେ ଆଜିହିଁ ବ୍ୟବହାର କରନ୍ତୁ ଏହି ଉତ୍ତମ ଉପଚାର, ନିଶ୍ଚିତ ଫାଇଦା ଦେଖାଯିବ…
ଯେଉଁ ଲୋକଙ୍କର ଉଚ୍ଚତା କମ ହୋଇଥାଏ ସେହି ଲୋକ ନିଜର ଉଚ୍ଚତାକୁ ନେଇ ଅସହଜ ଅନୁଭବ କରନ୍ତି । ଭଲ ଉଚ୍ଚତା କାହାର ମଧ୍ୟ ବ୍ୟକ୍ତିତ୍ବକୁ ବୃଦ୍ଧି କରିଥାଏ। ଆପଣଙ୍କ ଉଚ୍ଚତା ଆପଣଙ୍କ ପରିବାରବର୍ଗଙ୍କ ଉଚ୍ଚତା ଉପରେ ନିର୍ଭର କରିଥାଏ । ଅନେକ ଥର କମ ଉଚ୍ଚତା କାରଣରୁ ଲୋକ ରହସ୍ୟର ପାତ୍ର ହୋଇଥାନ୍ତି । କମ ଉଚ୍ଚତା କାରଣରୁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜେଭଳିକି ବିବାହ ହେବାରେ ଅସୁବିଧା, କ୍ୟାରିଆରରେ ବାଧା ଯେପରିକି ମିଲିଟାରୀ କିମ୍ବା ମଡେଲିଙ୍ଗରେ ଅଧିକ ଉଚ୍ଚତା ବାଲାଙ୍କୁ ପ୍ରଥମିକତା ଦିଆଯାଇଥାଏ । ଆଜି ଆମେ ଆପଣଙ୍କୁ ଉଚ୍ଚତା ବୃଦ୍ଧି କରିବାର ଏକ ଅମୋଘ ଉପଚାର ଜଣେଇବୁ ଯାହାର ବ୍ୟବହାର ଦ୍ଵାରା ଆପଣ ନିଜର ଉଚ୍ଚତା ବୃଦ୍ଧି କରିପାରିବେ । ଆସନ୍ତୁ ଜାଣିବା କଣ ସେହି ଉପଚାର ।
ଆପଣ ସବୁବେଳେ ନିଜର ଗୁରୁଜନଙ୍କ ଠାରୁ ଶୁଣିଥିବେ ଯେ କ୍ଷୀର ପିଅ କ୍ଷୀର ପିଇଲେ ଉଚ୍ଚତା ବଢିଥାଏ । ହଁ ଏହା ବିଲକୁଲ ସତ କଥା ଅଟେ ଯେ କ୍ଷୀର ପିଇବା ଦ୍ଵାରା ଉଚ୍ଚତା ବଢିଥାଏ କିନ୍ତୁ ଯଦି କ୍ଷୀର ଗାଈର ହୋଇଥିବ ତେବେ ଉଚ୍ଚତା ଶୀଘ୍ର ବଢିଥାଏ। ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗାଈର କ୍ଷୀର ରେ ଗୁଡ ମିଶେଇ ପିଇବେ ତେବେ ଆପଣଙ୍କ ଉଚ୍ଚତା ନିଶ୍ଚିତ ବଢିବ । ଧ୍ୟାନ ରଖିବେ ଯେ କ୍ଷୀର ଉଷୁମ ଥିବ ।
କ୍ଷୀରରେ କ୍ୟାଲସିୟମ ଥାଏ ଯାହା ଉଚ୍ଚତା ବୃଦ୍ଧି କରିବାରେ ସବୁଠାରୁ ଅଧିକ ସହାୟକ ହୋଇଥାଏ। ଗାଈର କ୍ଷୀରରେ ବହୁତ ଅଧିକ ମାତ୍ରା ରେ କ୍ୟାଲସିୟମ ଥାଏ ଏଥିପାଇଁ ନିୟମିତ ରୂପରେ ଗାଈ କ୍ଷୀର ରେ ଗୁଡ ମିଶିଏ ପିଇବା ଦ୍ଵାରା ଉଚ୍ଚତା ବଢେ। କ୍ୟାଲସିୟମ ବ୍ୟତୀତ ଗାଈ କ୍ଷୀରରେ ପ୍ରୋଟିନ ମଧ୍ୟ ଅଧିକ ଥାଏ ଯାହା ଉଚ୍ଚତା ବଢେଇବାରେ ସାହାଯ୍ୟ କରିଥାଏ। ଏବେ ଆପଣ ଭାବୁଥିବେ ଯେ କ୍ଷୀର ତ ଠିକ କିନ୍ତୁ ଗୁଡର ଉଚ୍ଚତା ସହିତ କଣ ସମ୍ବନ୍ଧ। ଆସନ୍ତୁ ଆପଣଙ୍କୁ ଜଣେଇବୁ ଯେ ଗୁଡର ଉଚ୍ଚତା ବଢେଇବାର କଣ କାମ ରହିଛି ।
ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେବୁ ଯେ ଗୁଡରେ ଗ୍ଳୁକୋଜର ମାତ୍ରା ଅଧିକ ଥାଏ ଯାହା ଅସ୍ଥିକୁ ସଠିକ ଭାବରେ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଗୁଡରେ କ୍ୟାଲସିୟମ, ଆଇରନ ଓ କପର ମଧ୍ୟ ଥାଏ ।