June 24, 2025

Odia Express

Here, There and Everywhere

ଏହି ରାଶିର ବ୍ୟକ୍ତିଙ୍କର ମସ୍ତିସ୍କ କମ୍ପ୍ୟୁଟର ଠାରୁ ମଧ୍ୟ ଦ୍ରୁତ ଚାଲିଥାଏ – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି..

ହିନ୍ଦୁ ଧର୍ମରେ ରାଶିଙ୍କର ବହୁତ ଅଧିକ ମହତ୍ଵ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମେଷରାଶିରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଜାତକ ସମସ୍ତଙ୍କ ସ୍ଵାମୀ କୌଣସି ନା କୌଣସି ଗୃହ ସହିତ ଜଡିତ ଅଛନ୍ତି । ଏହି ଗୃହ ସେହି ବିଶେଷ ରାଶିର ବ୍ୟକ୍ତିଙ୍କର ଭାଗ୍ୟ, ସ୍ଵଭାବ ଓ ବ୍ୟକ୍ତିତ୍ବ ଉପରେ ମଧ୍ୟ ପୂର୍ଣ୍ଣ ପ୍ରଭାବ ପକେଇଥାନ୍ତି । ସହଜ ଶବ୍ଦରେ କହିବୁ ତ ଏହି ଗ୍ରହଙ୍କର ହାତରେ ଜାତକର ସ୍ଵଭାବ, ଆଚରଣ ଓ କ୍ଷମତାର ଡୋର ଥାଏ ଯେଉଁଥିରେ ସେହି ଜାତକର ରାଶି ଅନୁଯାୟୀ ପରିବର୍ତ୍ତନ କରନ୍ତି। ଏହି ଗ୍ରହଙ୍କର ସ୍ଥିତି ଆଧାରରେ ଗୋଟିଏ ରାଶି ଏଭଳି ମଧ୍ୟ ଅଛି ଯାହାର ଜାତକର ମସ୍ତିସ୍କ ଓ ବୁଦ୍ଧି ମାମଲାରେ ସବୁଠାରୁ ଆଗରେ ରହିଥାଏ । ଆଜି ଆମେ ଆପଣଙ୍କୁ ଏହି ରାଶିର ଲୋକଙ୍କ ବିଷୟରେ ବିସ୍ତାରପୂର୍ବକ ଜଣେଇବୁ ।

ବୃଶ୍ଚିକ ରାଶିର ଜାତକ ହୋଇଥାନ୍ତି ସବୁଠାରୁ ଅଧିକ ବୁଦ୍ଧିମାନ – ବୃଶ୍ଚିକ ରାଶିର ଲୋକଙ୍କର ମସ୍ତିସ୍କ ଅନ୍ୟ ରାଶିର ଲୋକଙ୍କ ତୁଳନାରେ ଅଧିକ କ୍ଷିପ୍ର ହୋଇଥାଏ। ଏହି ଲୋକଙ୍କର ବୁଦ୍ଧିର ଲେଭେଲ ଏତେ ଅଧିକ ହୋଇଥାଏ ଯେ ଲୋକମାନେ ଏହାଙ୍କର ମସ୍ତିସ୍କ ଶକ୍ତିକୁ ମଣିବାକୁ ବାଧ୍ୟ ହୋଇଥାନ୍ତି । ଏହି ରାଶିର ଜାତକର ସ୍ଵତନ୍ତ୍ରତା ଏହା ଯେ ଏମାନେ ନା କେବଳ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥାନ୍ତି, ତାସହ ଏମାନେ ଏହାକୁ ଶୀଘ୍ର ସମାଧାନ ମଧ୍ୟ କରିପାରନ୍ତି । ଏଥିପାଇଁ ଆମେ କହିବୁ ଯେ ଏହି ରାଶିର ଜାତକଙ୍କର ବୁଦ୍ଧି କମ୍ପ୍ୟୁଟର ଭଳି ତୀକ୍ଷଣ ହୋଇଥାଏ ।

ବୁଦ୍ଧିମାନ ହେବା ବ୍ୟତୀତ ଏମାନେ ବହୁତ ଚତୁର ଓ ଚାଲାକ ମଧ୍ୟ ହୋଇଥାନ୍ତି। କାହାକୁ କଥାର ଜାଲରେ ଫଶେଇ କିପରି କାମ ଆଦାଯ କରାଯାଏ ଏହା ଏମାନଙ୍କୁ ଭଲଭାବରେ ଆସେ । ଏଥିପାଇଁ ଏହି ରାଶିର ଜାତକ ମାର୍କେଟିଙ୍ଗ ଓ ସେଲ୍ସରେ ବହୁତ ସଫଳ କ୍ୟାରିଆର ବନେଇଥାନ୍ତି । ବୃଶ୍ଚିକ ରାଶିର ଜାତକଙ୍କୁ ବୋକା ବନେଇବା ସହଜ କାମ ହୋଇନଥାଏ। ଯଦି କେହି ଏମାନଙ୍କୁ ବୋକା ବନାଉଥାଏ ତ ଏ କଥା ସେମାନେ ପୂର୍ବରୁ ଜାଣିନେଇଥାନ୍ତି । ଏମାନେ କେବେ କାହାର ଠକାମିରେ ଆସନ୍ତି ନାହିଁ ଓ ଯେକୌଣସି ନିର୍ଣ୍ଣୟ ବୁଝିବିଚାରୀ ପୂର୍ଣ୍ଣ କୁଶଳତାର ସହିତ ନେଇଥାନ୍ତି ।

ଆକର୍ଷକ ବ୍ୟକ୍ତିତ୍ବର ହୋଇଥାନ୍ତି ବୃଶ୍ଚିକ ରାଶିର ଲୋକମାନେ – ନିଜର କ୍ଷିପ୍ର ବୁଦ୍ଧି ଯୋଗୁ ଏମାନେ ସ୍ଵୟଂର ବ୍ୟକ୍ତିତ୍ବକୁ ଏଭଳି ରୂପ ଦେଇଥାନ୍ତି ଯେ ଯେକୌଣସି ବ୍ୟକ୍ତି ଏମାନଙ୍କ ସହ ମିଶନ୍ତି ସେ ଏମାନଙ୍କ ବ୍ୟକ୍ତିତ୍ଵର ପ୍ରଶଂସକ ହୋଇଯାଏ । ଏମାନେ ଭିଡରେ ଯେଉଁଠାରେ ମଧ୍ୟ ଯାଆନ୍ତୁ ସେଠାରେ ଅନେକ ଲୋକଙ୍କର ଧ୍ୟାନ ନିଜ ତରଫକୁ ଆକର୍ଷିତ କରିବାର କ୍ଷମତା ରଖନ୍ତି । ଏହି କାରଣ ଯୋଗୁ ଏହି ରାଶି ର ଲୋକମାନଙ୍କର ଅନେକ ବନ୍ଧୁ ଓ ପ୍ରଶଂସକ ଥାଆନ୍ତି । ସଂକ୍ଷେପରେ କହିବାକୁ ଗଲେ ଏହି ରାଶିର ଲୋକ ଯେଉଁଠାରେ ମଧ୍ୟ ପାଦ ଦିଅନ୍ତି ସେଠାରେ ଲୋକଙ୍କର ହୃଦୟରେ ନିଜର ଛାପ ଛାଡିଯାଆନ୍ତି ।

Leave a Reply

Your email address will not be published. Required fields are marked *