June 23, 2025

Odia Express

Here, There and Everywhere

ଘରର ଏହି କୋଣରେ ରଖିବେ ଆଲମାରି ତ କେବେ ହେବ ନାହିଁ ଧନର ଅଭାବ…

1 min read

ଆପଣ ହୋଇପାରନ୍ତି ଧନୀ, ମଧ୍ୟବିତ୍ତ କିମ୍ବା ଗରିବ କିନ୍ତୁ ସବୁ ଘରେ ଗୋଟିଏ ଆଲମାରି ନିଶ୍ଚିତ ଥାଏ । ଏହି ଆଲମାରି ଆମର ଘରର ହୃଦୟ ହୋଇଥାଏ । ଏହା ମଧ୍ୟରେ ଲୋକମାନେ ଗହନ, ଟଙ୍କା, କପଡା, ଜରୁରୀ କାଗଜ ଭଳି ଅନେକ ପ୍ରକାର ଜିନିଷ ରଖନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଯେ ଏହି ଆଲମାରି ଆପଣଙ୍କ ଘରର ଅର୍ଥବ୍ୟବସ୍ଥା ଉପରେ ସିଧା ପ୍ରଭାବ ପକେଇଥାଏ । ଆପଣ ଆଲମାରିକୁ ଘରର କେଉଁ କୋଣରେ ରଖିଛନ୍ତି, ଆଲମାରି ଭିତରେ କେଉଁ ପ୍ରକାର ଜିନିଷ ରହିଛି, ଆଲମାରିର ରଙ୍ଗ କଣ ଅଟେ, ଏ ସମସ୍ତ କଥାର ପ୍ରଭାବ ଘରର ଗରିବ ଓ ଧନୀ ହେବା ଉପରେ ପ୍ରଭାବ ପକେଇଥାଏ । ସହଜ ଶବ୍ଦରେ କହିବୁ ତ ଆଲମାରି କୁ ବାସ୍ତୁ ହିସାବରେ ରଖିବା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହୋଇପାରେ କିନ୍ତୁ ଯଦି ଆପଣ ବାସ୍ତୁ ନିୟମର ପାଳନ କରନ୍ତି ନାହିଁ ତ ଆପଣଙ୍କ ଘରେ ଦରିଦ୍ରତା ପ୍ରବେଶ କରିପାରେ ।

ଘରେ ଆଲମାରି ରଖିବା ସମୟରେ ରଖନ୍ତୁ ଏକଥାର ଧ୍ୟାନ

ଘରର ଆଲମାରିର କବାଟ କେବେ ମଧ୍ୟ ଦକ୍ଷିଣ ଦିଗକୁ ଖୋଲିବା ଉଚିତ ନୁହେଁ । ଯେଉଁ ଆଲମାରିର ଦରଜା ଦକ୍ଷିଣ ଦିଗ ଆଡକୁ ଖୋଲିଥାଏ ତାହା ଟଙ୍କା ମାମଲାରେ ସବୁବେଳେ ଶୂନ୍ୟ ରହିଥାଏ ।

ଆଲମାରିକୁ କେବେ ମଧ୍ୟ ସିଧା ଭୂମି ଉପରେ ରଖିବା ଉଚିତ ନୁହେଁ । ତାର ତଳେ କାଠ ଠେକା କିମ୍ବା ଷ୍ଟାଣ୍ଡ ଲଗେଇବା ଉଚିତ। ଆପଣ ଚାହିଁଲେ ଆଲମାରି ତଳେ ପେପର, କିମ୍ବା କପଡା ବିଛେଇ ପାରିବେ ।

ଘରର ଉତ୍ତର-ପୂର୍ବ କୋଣରେ ଭୁଲରେ ମଧ୍ୟ ଆଲମାରି ରଖନ୍ତୁ ନାହିଁ। ଏହି କୋଣରେ ଆଲମାରି ରଖିବା ଅଶୁଭ ହୋଇଥାଏ ।

ଘରର ଦକ୍ଷିଣ ପଶ୍ଚିମ କୋଣ କିମ୍ବା କେବଳ ପଶ୍ଚିମ ଦିଗରେ ଆଲମାରି ରଖିବା ଶୁଭ ହୋଇଥାଏ। ଏହି ସ୍ଥାନରେ ରଖାଯାଇଥିବା ଆଲମାରି ରେ କେବେ ମଧ୍ୟ ଧନର ଅଭାବ ହୋଇନଥାଏ।

ଆଲମାରି ଭିତରେ ଥିବା ସିଂଦୁକକୁ କେବେ ଖାଲି ରଖନ୍ତୁ ନାହିଁ। ଏହା ଭିତରେ କିଛି ନା କିଛି ପଇସା ଓ ଗହଣା ଅବଶ୍ୟ ରଖନ୍ତୁ। ଏଭଳି ଭାବରେ ଗୃହରେ ଉନ୍ନତି ବନିରହିଥାଏ ।

ଆଲମାରି ଭିତରେ ଗଣେଶ ଓ ଲକ୍ଷ୍ମୀଙ୍କର ଫଟୋ ନିଶ୍ଚିତ ରଖନ୍ତୁ। ଏହାକୁ ଆପଣ ଆଲମାରି ଭିତରେ କିମ୍ବା ବାହାର ଅଂଶରେ ଲଗେଇ ପାରିବେ। ଏଭଳି କରିବା ଦ୍ଵାରା ଆଲମାରି ଭିତରେ ଥିବା ଧନର ବୃଦ୍ଧି ହୋଇଥାଏ ।

ଆଲମାରି ଭିତରେ 5 କିମ୍ବା 7 ଚାନ୍ଦିର ମୁଦ୍ରା ନିଶ୍ଚିତ ରଖନ୍ତୁ। ଏଭଳି କରିବା ଦ୍ଵାରା ଗୃହରେ ଅଚାନକ ଧନଲାଭର ସମ୍ଭାବନା ବୃଦ୍ଧି ହୋଇଥାଏ ।

ଘର ଭିତରେ ରଖାଯାଇଥିବା ଆଲମାରିର ର ରଙ୍ଗ କ୍ରିମ କିମ୍ବା ହାଲୁକା ହଳଦୀ ରଙ୍ଗର ହେବା ଉଚିତ। ଭୁଲରେ ମଧ୍ୟ ସବୁଜ କିମ୍ବା ଲାଲ ରଙ୍ଗର ଆଲମାରି ରଖନ୍ତୁ ନାହିଁ ।

ଘରର ଦକ୍ଷିଣ ପଶ୍ଚିମ କୋଣ କିମ୍ବା ପଶ୍ଚିମ ଦିଗରେ ଆଲମାରି ରଖିବା ପୂର୍ବରୁ ସେହି ସ୍ଥାନକୁ ମାନେ ଆଲମାରିର ଠିକ ତଳେ ସ୍ଵସ୍ତିକ ଚିହ୍ନ ଅଙ୍କିତ କରନ୍ତୁ। ଏକ ସ୍ଵସ୍ତିକ ଚିହ୍ନ ଆପଣ ଆଲମାରି ଉପରେ ମଧ୍ୟ ଅଙ୍କିତ କରିପାରିବେ । ଏଭଳି କରିବା ଦ୍ଵାରା ଘରେ ଧନ ଚୋରୀ ହେବାର ବିପଦ ଟଳିଯାଇଥାଏ ।

ଆଲମାରି ଉପରେ ଧୁଳି ଜମା ହେବାକୁ ଦିଅନ୍ତୁ ନାହିଁ । ଏହାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ତେବେ ଲକ୍ଷ୍ମୀ ଏହା ଭିତରକୁ ଆସିବେ ।

Leave a Reply

Your email address will not be published. Required fields are marked *