ଅନ୍ତରୀକ୍ଷରେ ମିଳିଲା ଏତେ ମୂଲ୍ୟବାନ ରତ୍ନଭଣ୍ଡାର, ଯାହାଦ୍ୱାରା ଦୁନିଆର ସମସ୍ତ ବ୍ୟକ୍ତି ହୋଇପାରିବେ ଧନୀ – ଦେଖନ୍ତୁ କଣ ସେହି ଦାମୀ ଜିନିଷ…
1 min readପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାକୁ ଚାହାନ୍ତି। କିନ୍ତୁ କେବେ କେହି ଏହା ଦେଖିନଥିବେ ଯେ ଅନ୍ତରୀକ୍ଷରେ ମଧ୍ୟ କିଛି ଏପରି ହୋଇପାରେ ଯାହାକୁ ଯଦି ବାଣ୍ଟିଦିଆଯାଏ ତ ଦୁନିଆର ସମସ୍ତ ବ୍ୟକ୍ତି ଧନୀ ହୋଇପାରିବେ। ଅଟେ ନା ଆଶ୍ଚର୍ଯ୍ୟ ହେବାଭଳି କଥା । କିନ୍ତୁ ଏପରି ହୋଇଛି, ଆମର ବୈଜ୍ଞାନିକମାନେ ଅନ୍ତରୀକ୍ଷରେ ଏହିଭଳି ରତ୍ନଭଣ୍ଡାର ଖୋଜି ପାଇଛନ୍ତି। ଆସନ୍ତୁ ଆପଣଙ୍କୁ ଜଣେଇବୁ ପୁରା ଘଟଣା।ଆପଣଙ୍କୁ ଜଣେଇଦେବୁ ଯେ ନାସା ଅନ୍ତରୀକ୍ଷରେ ବହୁତ ମାତ୍ରାରେ ଲୌହର ଭଣ୍ଡାର ଖୋଜି ପାଇଛି । ପ୍ରକୃତରେ ଏହ ଏକ କ୍ଷୁଦ୍ର ଗ୍ରହ (ଛୋଟ ତାରା) ଅଟେ, ଯାହାକୁ 16ସାଇକି ନାମ ଦିଆଯାଇଛି। ପ୍ରାୟ 120ମାଇଲ ଚଉଡା ଏହି କ୍ଷୁଦ୍ରଗ୍ରହସଂପୂର୍ଣ୍ଣ ରୂପେ ଲୌହରେ ନିର୍ମିତ ଅଟେ । ଏତିକି ନୁହେଁ, ଏଥିରେ ସୁନା, ପ୍ଲାଟିନମ ଓ ନିକେଲର ଭଣ୍ଡାର ମଧ୍ୟ ରହିଛି ।
ନାସାର ଅନୁମାନ ମୁତାବିକ, ଏହି କ୍ଷୁଦ୍ରଗ୍ରହରେ ମହଜୁଦ ଧାତୁଙ୍କର ମୂଲ୍ୟ ପ୍ରାୟ 8000କ୍ୟୋଡ୍ରିଲିଆନ ପାଉଣ୍ଡ ଅଟେ। କ୍ୟୋଡ୍ରିଲିଆନକୁ ଏଭଳି ମଧ୍ୟ ବୁଝିହେବ ଯେ 8000ପରେ ଆପଣଙ୍କୁ ଆଗରେ 15ଶୂନ(zero) ଲଗେଇବାକୁ ହେବ । ଅନୁମାନ ହୋଇଛି ଯେ ଯଦି ଏହାକୁ ଦୁନିଆର ପ୍ରାୟ 8ଅର୍ବ ଲୋକଙ୍କ ମଧ୍ୟରେ ବଣ୍ଟାଯାଏ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗରେ 9500କୋଟି ଟଙ୍କାରୁ ଅଧିକ ଟଙ୍କା ଆସିବ ।
ନାସା ମୁତାବିକ, ଏହି କ୍ଷୁଦ୍ରଗ୍ରହ ପୃଥିବୀ ଠାରୁ 24ଅର୍ବ ମାଇଲ ଦୂରରେ ରହିଛି, ଯେଉଁଠାରେ କୌଣସି ଅନ୍ତରିକ୍ଷ ଯାନକୁ ପହଞ୍ଚିବାକୁ ପ୍ରାୟ 4ବର୍ଷ ଲାଗିବ । ଏହା ମଙ୍ଗଳ ଓ ବୃହଷ୍ପତ୍ତି ମଧ୍ୟରେ ସୂର୍ଯ୍ୟଙ୍କର ପରିକ୍ରମା କରୁଛି । କିନ୍ତୁ ନାସା ନିଜର ଏକ ବୟାନରେ କହିଛି ଯେ ସେ ଶୀଘ୍ର ଏହି ଅଦ୍ଵିତୀୟ ଧାତୁ ସମୃଦ୍ଧ କ୍ଷୁଦ୍ରଗ୍ରହ ପର୍ଯ୍ୟନ୍ତ ପହଞ୍ଚିବାକୁ ଏକ ମିଶନ ଆରମ୍ଭ କରିବ ।
ଏହି ମିଶନ ସ୍ପେସ ଏକ୍ସ ସହଯୋଗରେ ଆରମ୍ଭ କରାଯିବ । ଯଦି ସବୁକିଛି ଠିକ ରହିବ ତେବେ ଏହା ଜଣାପଡୁଛି ଯେ ଏହି ମିଶନର ପ୍ରାରମ୍ଭ 2022ମସିହାରେ ହେବ । ଏରିଜୋନା ଷ୍ଟେଟ ୟୁନିଭର୍ସିଟିର ଗବେଷକଙ୍କର କହିବା ଏହା ଯେ ସାଇକି 16 ନାମକ ଏହି କ୍ଷୁଦ୍ରଗ୍ରହକୁ 1852ମସିହାରେ ଇଟାଲୀର ମହାକାଶ ବିଜ୍ଞାନୀ ଏଣିବୋଲ ଡି ଗ୍ୟାସ୍ପାରିଶ ଖୋଜିଥିଲେ । ସେ ମଧ୍ୟ ଏହାର ନାମ ଆତ୍ମାର ପ୍ରାଚୀନ ଗ୍ରୀକ ଦେବୀଙ୍କ ନାମରେ ରଖିଥିଲେ ।