ଫଟୋରେ ଦେଖାଯାଉଥିବା ଏହି ଛୋଟ ଝିଅଟି ଅକ୍ଷୟ କୁମାରଙ୍କ ଠାରୁ ନେଇକରି ଅମିତାଭ ବଚ୍ଚନଙ୍କ ସହ କରିସାରିଛନ୍ତି କାମ….
1 min readସେମିତି ଦେଖିବାକୁ ଗଲେ ବଲିଉଡ୍ ରେ ଆସିବା ଦିନରୁ ବହୁତ ନୁଆ ନୁଆ ଅଭିନେତା-ଅଭିନେତ୍ରୀ ଆସିବାର ଦେଖାଯାଏ , ବହୁତ ଅଛନ୍ତି ଯେଉଁମାନେ ବଲିଉଡ୍ ଇଣ୍ତଷ୍ଟ୍ରିରେ ଅଧିକା ଦିନ ସ୍ଥାୟୀ ହୋଇ ରହିପାରନ୍ତି ନାହିଁ , ଓ କିଛି କିଛି ଅଛନ୍ତି ଯେଉଁମାନେ ଧୀରେ ଧୀରେ ନିଜର୍ କ୍ୟାରିୟର ବଢାଇପାରନ୍ତି , ଯେଉଁଠି କିଛି ଅଭିନେତ୍ରୀ ବୋଲ୍ଡ ସିନ୍ କରି ନିଜ ସୁନ୍ଦରତାକୁ ଦେଖାଇ ଲୋକପ୍ରିୟ ହୋଇଥାନ୍ତି , ସେମିତି କିଛି କମ୍ ଥାନ୍ତି ଯିଏକି ନିଜ ଅଭିନୟ ବଳରେ ନିଜ ପ୍ରତିଭାକୁ ଦେଖାଇ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଥାନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଊଛୁ , ଯିଏ ପ୍ରମାଣିତ କରିଦେଇଛନ୍ତି କି ବଲିଉଡ୍ ରେ ଭଲ କ୍ୟାରିୟର ବନାଇବାପାଇଁ ଜରୁରୀ ନୁହେଁ କି ବୋଲଡ୍ ସିନ୍ ଦିଅନ୍ତୁ , କିମ୍ବା ଏକ୍ସପୋଜ୍ ହୁଅନ୍ତୁ ,
ନିଜ ଅଭିନୟ ଦମରେ ବି ସଫଳତା ମିଳିପାରିବ । ଆମେ କଥା ହେଉଛୁ ବଲିଉଡ୍ ର କ୍ୟୁଟ୍ ଗାର୍ଲ ତାପସୀ ପନ୍ନୁଙ୍କର , ତାପସୀ ଦିଲ୍ଲୀର ଏକ ସିଖ୍ ପରିବାରରୁ ସଂମ୍ପର୍କ ରଖନ୍ତି , ତାଙ୍କ ବାପା ଦିଲମୋହନ୍ ସିଂ ଏକ କାରୋବାରୀ ଅଟନ୍ତି ଯେବେ କି ମା ନିର୍ମଳଜିତ୍ ପନ୍ନୁ ଏକ ଗୃହଣୀ ଅଟନ୍ତି , ୧ ଅଗଷ୍ଟ ୧୯୮୭ କୁ ଜନ୍ମ ନେଇଥିବା ତାପସୀ ପୁରା ୩୧ ବର୍ଷର ହୋଇସାରିଛନିତ୍ , ତାପସୀ ଯେବେ ୮ ବର୍ଷର ଥିଲେ ତେବେ ସେ କଥକ ଓ ଭରତାନାଟ୍ୟମରେ ସିଖିବା ଆରମ୍ଭ କରିଥିଲେ, ଏହି ଦୁହେଁ କଳା ସେ ୮ ବର୍ଷ ଯାଏଁ ଶିଖିଲେ, ଓ ମହାରଥ ହାସିଲ୍ କଲେ ,
ତାପସୀ ଛୁଆ ବେଳରୁ ଦିଲ୍ଲୀର ଏକ ପବ୍ଲିକ୍ ସ୍କୁଲ୍ ରୁ ପାଠପଢା କରିଥିଲେ, ତାପସୀ ନା କେବଳ ପାଠପଢାରେ ଭଲ କରୁଥିଲେ ବରଂ ସେ ସ୍ପୋର୍ଟ୍ସ୍ ଓ ସାଂସ୍କୃତିକ ଗତିବିଧିରେ ବି ଆକ୍ଟିଭ୍ ରହୁଥିଲେ, ସ୍କୁଲ୍ ଶେଷ ହେବାପରେ ସେ ନିଜ ଆଗର ପାଠପଢାପାଇଁ ଗୁରୁ ତେଗ ବହାଦୁର୍ ଇନଷ୍ଟିଟ୍ୟୁଡ୍ ଅଫ୍ ଟେକ୍ନୋଲୋଜି କଲେଜରେ ଯୋଗଦେଲେ , ସେଠାରେ ସେ କମ୍ପ୍ୟୁଟର୍ ସାଇନ୍ସ ଇଞ୍ଜିନିୟରିଙ୍ଗ୍ ଡିଗ୍ରୀ ହାସିଲ୍ କଲେ, ପରେ ତାପସୀ ଏମ୍ ବିଏ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ ନିଜ ପସନ୍ଦର୍ କଲେଜ ମିଳିଲା ନାହିଁ , ଏମିତିରେ ସେ ଗୋଟେ କମ୍ପାନୀରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ହିସାବରେ କାମ କରିଥିଲେ, ଯେଉଁଠି ସେ ପ୍ରାୟ ୬ ମାସ କାମ କଲେ ।
ଏହି ସମୟରେ ତାପସୀ “Get Gorgeous Pageant’ ପାଇଁ ଆବେଦନ କଲେ , ଯେଉଁଠି ତାଙ୍କର୍ ସିଲେକ୍ସନ୍ ହୋଇଗଲା, ତାପରେ ସେ ସଫ୍ଟୱେର୍ ଇଞ୍ଜିନିୟରିଙ୍ଗ୍ ଜବ୍ ଛାଡି ମଡେଲିଙ୍ଗ୍ କରିବା ଆରମ୍ଭ କରିଦେଲେ , ମଡେଲିଙ୍ଗ୍ କାରଣାରୁ ତାଙ୍କୁ ସାଉଥ୍ ଫିଲ୍ମରେ କାମ କରିବାର ଅଫର୍ ଆସିଲା, ସେ ଅଭିନେତା ଧନୁଷଙ୍କ ସହ ଆଡୁକଲାମ୍ , ନାମକ ଫିଲ୍ମ ଯାହାକି ତାମିଲ୍ ଫିଲ୍ମ ଥିଲା ସେଥିରେ ସେ ଡେବ୍ୟୁ କଲେ, ଓ ଏହି ଫିଲ୍ମ ହିଟ୍ ହୋଇଥିଲା, ଓ ସେ ୬ ଥର ନ୍ୟାଶାନାଲ୍ ଆୱାର୍ଡ ପାଇଲେ, ତାମିଲ୍ ଫିଲ୍ମ ରେ ନାଁ କମାଇବାପରେ ସେ ବଲିଉଡ୍ ରେ ପ୍ରବେଶ କରିଲେ, ସେ ବଲିଉଡ୍ ରେ ପ୍ରଥମ ଫିଲ୍ମ ୨୦୧୩ ରେ ଆସିଥିବା ଚଷମେବଦୁର୍ ରୁ କରିଥିଲେ,
ଏହି ଫିଲ୍ମ ବକ୍ସ ଅଫିସ୍ ରେ ଫ୍ଲପ୍ ହୋଇଥିଲା, କିନ୍ତୁ ଫିଲ୍ମରେ ତାପସୀଙ୍କ ଅଭିନୟକୁ ଯେବେ ନୋଟିସ୍ କରାଗଲା ତେବେ ତାପସୀ ବଲିଉଡ୍ ରେ ଅସଲ ପରିଚୟ ପିଙ୍କ ନାମକ ଫିଲ୍ମରୁ ପାଇଥିଲେ ସୁଜିତ୍ ସରକାର୍ ଙ୍କ ଦ୍ୱାରା ନିର୍ଦ୍ଧେଶିତ ଏହି ଫିଲ୍ମରେ ତାପସିଙ୍କୁ ରାତାରାତି ଷ୍ଟାର୍ କରିଦେଲା , ଏହି ଫିଲ୍ମ ମହିଳାଙ୍କ ପାଇଁ ଓ ତାଙ୍କ ସହ ଯୋଡି ହୋଇଥିବା ମୁଦ୍ଧା ଉପରେ ପ୍ରଭାବିତ କରିଥିଲା, ଏହି ଫିଲ୍ମରେ ତାଙ୍କ ସହ ବଲିଉଡ୍ ର ମହାନାୟକ ଅମିତାଭ ବଚ୍ଚନ ବି ମୁଖ୍ୟ ଭୁମିକାରେ ଥିଲେ, ପିଙ୍କ୍ ଛଡା ବେବି , ନାମ ସବାନା, ଜୁଡବା ୨ , ସୁରମା, ଦ ଗାଜି ଆଟାକ୍ ପରି ଅନେକ ଫିଲ୍ମରେ ତାପସୀ କାମ କରି ପ୍ରଶଂସା ପାଇଛନ୍ତି , ତାପସୀ ବହୁତ ଜଲଦି ଅନୁଭବ ସିହ୍ନାଙ୍କ ନିର୍ଦ୍ଧେଶନାରେ ମୁଲକ୍ ନାମକ ଫିଲ୍ମରେ ନଜର ଆସିବେ , ଏହି ଫିଲ୍ମରେ ତାଙ୍କ ସହ ରୁଷି କାପୁର ଓ ରଜତ କାପୁର୍ ଦେଖାଦେବେ , ଏହି ଫିଲ୍ମ ୩ ଅଗଷ୍ଟକୁ ରିଲିଜ୍ ହେବ ।