June 20, 2025

Odia Express

Here, There and Everywhere

ଜାଣନ୍ତୁ କାହିଁକି ପେନର କ୍ୟାପରେ କଣା ଥାଏ , କଣ ଅଟେ ଏହା ପଛର କାରଣ …

ଆମେ ନିଜର ଦିନଚର୍ଜ୍ୟାରେ ଅନେକ ପ୍ରଶ୍ନ ସାଥିରେ ନେଇ ବୁଲୁଥାଉ କିନ୍ତୁ କେବେ ତାହାର ଉତ୍ତର ମିଳିପାରେ ନାହିଁ ଓ ନା ହିଁ ତାହାର ଉତ୍ତର ଦେବା ଯୋଗ୍ୟ ଆମ ପାଖରେ କିଏ ଥାଏ କାରଣ ଆମର ପ୍ରଶ୍ନ ମଧ୍ୟ ବଡ ବିଚିତ୍ର ହୋଇଥାଏ । କିନ୍ତୁ ଆଜି ଇଣ୍ଟରନେଟ ଯୁଗରେ ସବୁ ପ୍ରଶ୍ନର ଉତ୍ତର ମହଜୁଦ ରହିଛି । ଏପରି କୌଣସି ପ୍ରଶ୍ନ ନାହିଁ ଯାହାର ଉତ୍ତର ଆପଣଙ୍କୁ ମିଳିବ ନାହିଁ । ଏପରି ଏକ ପ୍ରଶ୍ନ ଆଜି ମୋର ମସ୍ତିସ୍କରେ ମଧ୍ୟ ଆସିଲା ତେବେ ଆସନ୍ତୁ କହିବୁ ସେହି ପ୍ରଶ୍ନ ବିଷୟରେ ଓ ତାହାର ଉତ୍ତର ମଧ୍ୟ ।

ବେଳେବେଳେ ଆମେ ନିଜର ପ୍ରତିଦିନର ଜୀବନରେ ଅନେକ ସବୁ ଜିନିଷର ବ୍ୟବହାର କରୁଛୁ ଓ ସେମାନଙ୍କ ମଧ୍ୟରେ କିଛି ଏପରି କଥା ଥାଏ ଯାହାକୁ ଆମେ ଅଣଦେଖା କରିଦେଇଥାଉ । କିନ୍ତୁ ବାସ୍ତବିକତାରେ ଏମାନଙ୍କ ବହୁତ ବଡ ମହତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ଏହି ସବୁ ମଧ୍ୟରୁ ଏକ ସାଧାରଣ ଜିନିଷ ବିଷୟରେ ଜଣେଇବୁ ଯାହାକି ପେନ ଯାହା ସାଧାରଣତଃ ଆମେ ସମସ୍ତେ ବ୍ୟବହାର କରିଥାଉ ଓ ଏହା ବହୁତ କାମର ଜିନିଷ ଅଟେ ।

ଜଣେଇଦେବୁ ଯେ ପେନ ଏକ ଏଭଳି ସାଧାରଣ ଜିନିଷ ଅଟେ ଯାହା ପ୍ରାୟତଃ ପ୍ରତ୍ୟେକ ମନୁଷ୍ୟ ବ୍ୟବହାର କରନ୍ତି ଓ ସମସ୍ତଙ୍କ ଘରେ ଏହା ମିଳିଥାଏ । କିନ୍ତୁ ଏହାସତ୍ବେ ମଧ୍ୟ କଣ ଆପଣ ଏକଥା କେବେ ନୋଟିସ କରିଛନ୍ତି ଯେ ପେନର କ୍ୟାପରେ ଉପରପଟେ ଏକ କଣା କାହିଁକି ରହିଥାଏ? ବୋଧହୁଏ ଜନିନାହାନ୍ତି । ତେଣୁ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ଏହାର କାରଣ କର ହୋଇଥାଏ ।

ଆମ ମଧ୍ୟରୁ କିଛି ଲୋକଙ୍କୁ ଏହାର ଉତ୍ତର ଜଣା ଥିବ ପ୍ରକୃତରେ ସେମାନଙ୍କର କହିବା ଏହା ଯେ ପେନ କ୍ୟାପରେ କଣା ଏଥିପାଇଁ ଥାଏ ଯେ ନିବ ର ସାହି ନଶୁଖିବ ବୋଲି କିନ୍ତୁ ଏହା ଭୁଲ ଅଟେ । ଜଣେଇଦେବୁ ଯେ ଏହାର କାରଣ ଅଟେ ଏହା ଯେ ପେନକୁ କିଛି ଲୋକ କେବେ ଛୁଆ କିମ୍ବା ବଡ ମାନେ ମୁହଁରେ କ୍ୟାପ ସମେତ ପୁରେଇ ଦିଅନ୍ତି, ମୁଖ୍ୟତଃ ଛୋଟ ଛୁଆ ମାନେ ଏହା ଅଧିକ କରନ୍ତି ଯାହା ତାଙ୍କୁ ଜଣାନଥାଏ ଏହାଦ୍ୱାରା ସେମାନଙ୍କ ଜୀବନ ମଧ୍ୟ ଯାଇପାରେ । ହଁ ଆଜ୍ଞା ଯଦି ଭୁଲରେ କ୍ୟାପ ମୁହଁ ଭିତରକୁ ଚାଲିଯାଏ ତେବେ ଭିତରେ ପବନ ପାଖକୁ ଆସିପାରେ ନାହିଁ ଓ ହୋଇପାରେ ଯେ ସେହି ସମୟ ତାଙ୍କର ଜୀବନ ମଧ୍ୟ ଚାଲିଯାଏ ।

ଏହି କାରଣରୁ ବହୁପୂର୍ବରୁ ପେନ ନିର୍ମାତାମାନେ ଏହାର ଖୋଳରେ ଗୋଟିଏ କଣା ରଖାଯାଇଛି, ଯେଉଁ କାରଣରୁ ଯଦି କୌଣସି ଛୁଆ କିମ୍ବା ବଡ ଏହାକୁ ଗିଳି ଦିଏ ତେବେ ଏହାଦ୍ୱାରା ଜୀବନ ଯିବାର ଭୟ କିଛି ପରିମାଣ କମ ହୋଇଥାଏ କାରଣ ତାହା ଭିତରକୁ ଅମ୍ଳଜାନ ପ୍ରବେଶ କରିଥାଏ । ଯଦିଓ ଏହି କଣା ପେନ ର ତଳଭାଗ କିମ୍ବା କ୍ୟାପ ଉପରେ ରହିଥାଏ ।

Leave a Reply

Your email address will not be published. Required fields are marked *