ନ୍ୟୁଜିଲାଣ୍ତ ଭାରତ ମ୍ୟାଚ – ବିରାଟ କୋହଲିଙ୍କ ଏହି ଛୋଟ ଭୁଲ୍ ପାଇଁ ରୋମାଞ୍ଚକର ମୁକାବଲାରେ ଭାରତ ୨୨ ରନରେ ହାରିଲା – ଦେଖନ୍ତୁ କଣ ପାଇଁ ହାରିଲା ଭାରତ…
1 min readହେମିଲଟନ୍ ରେ ନ୍ୟୁଜିଲାଣ୍ତ ଟିମ୍ ଟି ଟ୍ୱେଣ୍ଟି ସିରିଜ୍ ରେ ଭାରତକୁ ୪ ୱିକେଟ୍ ରୁ ଏକଦିବସୀୟ ମ୍ୟାଚ୍ ଜିତିଲେ , ଆଜି ଅକଲ୍ୟାଣ୍ତ ରେ ଏହି ଦୁହେମ୍ଂ ଟିମ୍ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା , ଯେଉଁଠି ପ୍ରଥମେ ବ୍ୟାଟିଙ୍ଗ୍ କରି ଭାରତୀୟ ଟିମ୍ ସମ୍ମାନଜନକ ସ୍କୋର୍ ଠିଆ କରିଥିଲେ , ନିଜ ବୋଲର୍ ଙ୍କ ଦମ୍ ରେ ନ୍ୟୁଜିଲାଣ୍ତ ଟିମ୍ ଭାରତକୁ ୨୨ ରନ୍ ରେ ହରାଇକରି ସିରିଜ୍ ନିଜ ନାଁରେ କରିନେଇଛି । ମ୍ୟାଚରେ ଭାରତୀୟ ଟିମ୍ ଟସ୍ ଜିତିକରି ପ୍ରଥମେ ବୋଲିଙ୍ଗ୍ କରିବାର ଫଇସଲା କରିଥିଲେ , ଯାହାପରେ ନ୍ୟୁଜିଲାଣ୍ତ ଟିମ୍ ଭଲ ଆରମ୍ଭ କରିଥିଲେ, ମାର୍ଟିନ୍ ଗଫଟିଲ୍ ୭୯ ରନ୍ ଓ ହେନରୀ ନିକୋଲସ୍ ୪୧ ରନ୍ କରିଥିଲେ, ଯାହାପରେ କେହି ବି ବ୍ୟାଟ୍ସମ୍ୟାନ୍ ମଇଦାନରେ ସଫଳ ହୋଇପାରିନଥିଲେ, ବୋଲିଙ୍ଗ୍ ରେ ଭାରତ ବହୁତ ଭଲ ପ୍ରଦର୍ଶନ କରିଥିଲା, ରସ୍ ଟ୍ରେଲର୍ ଅନ୍ତରେ ୭୩ ରନ୍ କରି ସଂଘର୍ଷ କରିଥିଲେ ।
ଯାହାର କାରଣରୁ ନ୍ୟୁଜିଲାଣ୍ତ ଟିମ୍ ମାତ୍ର ୨୭୩ ରନ୍ ହିଁ କରିପାରିଥିଲେ, ଭାରତ ପାଇଁ ଶାର୍ଦ୍ଧୁଲ୍ ଠାକୁର୍ ୨ ଓ ୟଜୁବେନ୍ଦ୍ର ଚେହେଲ୍ ୩ ଟି ୱିକେଟ୍ ନେଇଥିଲେ, ଯେବେ କି ରବିନ୍ଦ୍ର ଜାଡେଜା କମ୍ ରନ୍ ଦେଇକରି ଗୋଟେ ମହତ୍ତ୍ୱପୁର୍ଣ୍ଣ ୱିକେଟ୍ ନେଇଥିଲେ, ନ୍ୟୁଜିଲାଣ୍ତର ୱିକେଟ୍ ରନ୍ ଆଉଟ୍ ହୋଇକରି ହରାଇଲେ , ଯାହାର କାରଣରୁ ତାଙ୍କର ଟିମ୍ ବଡ ସ୍କୋର୍ କରିପାରିନଥିଲା । ଲକ୍ଷ୍ୟର ପିଛା କରି ଭାରତୀୟ ଟିମ୍ ଭଲ ଆରମ୍ଭ କରିପାରିନଥିଲା, ପ୍ରଥମ ୧୫ ଓଭରରେ ସେ ୭୫ ରନ୍ କରି ୪ ଟି ୱିକେଟ୍ ହରାଇସାରିଥିଲେ, ଯେଉଁଥିରେ ବିରାଟକୋହଲି ଏକ ସଠିକ୍ ଲୟରେଚାଲୁଥିଲେ, କେଏଲ୍ ରାହୁଲ୍ ୱିକେଟ୍ ବି ସାମିଲ୍ ଥିଲା , ପୃଥ୍ବୀ ଶୋ ୨୪ ରନ୍ କରିଥିଲେ, ଶ୍ରେୟସ୍ ଆୟର୍ ୫୨ ରନ୍ କରି ମ୍ୟାଚକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ, କିନ୍ତୁ ଦ୍ୱିତୀୟ ପଟୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସାଥ୍ ମିଳିଲା ନାହିଁ ,
ରବିନ୍ଦ୍ର ଜାଡେଜା ୫୫ ରନ୍ କରିଥିଲେ, ନବଦୀପ ସୈନୀ ୪୫ ରନ୍ କଲେ , ନ୍ୟୁଜିଲାଣ୍ତ ପାଇଁ ହାମିସ୍ ବେନେଟ୍ ୨ ଓ ଟିମ୍ ସାଉଦି ୨ ୱିକେଟ୍ ହାସିଲ୍ କଲେ , ଯାହାର କାରଣରୁ ଭାରତୀୟ ଟିମ୍ ୨୫୧ ରନ୍ ସ୍କୋର୍ ରେ ଅଲଆଉଟ୍ ହୋଇକରି ୨୨ ରନ୍ ରେ ମ୍ୟାଚରେ ପରାସ୍ତ ହେଲା , ତାହା ସହ ନ୍ୟୁଜିଲାଣ୍ତ ଏକ ଦିବସୀୟ ସିରିଜ୍ କୁ ୨-୦ ରେ ଜିତିନେଲେ । ଏକ ଦିବସୀୟ ସିରିଜ୍ ର ତୃତୀୟ ଓ ଶେଷ ମ୍ୟାଚ୍ ଓଭାଲ୍ ରେ ୧୧ ଫେବୃୟାରୀକୁ ଖେଳାଯିବ , ଯେଉଁଠି ଦୁହେଁ ଟିମ୍ ଜିତ୍ ଦର୍ଜ କରିବାର ପ୍ରୟାସ କରିବେ , ଭାରତ ପାଇଁ ଏହା ବହୁତମହତ୍ତ୍ୱପୁର୍ଣ୍ଣ ହେବ ,
ଏହାପରେ ଭାରତ ଟେଷ୍ଟ ସିରିଜ୍ ଖେଳିବ ଯାହାକି ଏହା ଫେବୃୟାରୀରୁ ଆରମ୍ଭ ହୋଈଯିବ , ରୋହିତ୍ ଶର୍ମାଙ୍କ ଅନୁପସ୍ଥିତିରେ ସଲାମୀ ଯୋଡି ଭଲ କରିପାରିନାହାନ୍ତି , ଯାହା ଏକ ବଡ ଝଟକା ଲାଗିଛି । ଭାରତୀୟ ଟିମ୍ ଅଧିନାୟକ ବିରାଟ କୋହଲି ସବୁଠାରୁ ଅନୁଭବି ଓ ପ୍ରେସର୍ ରେ ଭଲ ବ୍ୟାଟିଙ୍ଗ୍ କରୁଥିବାରେ ସକ୍ଷମ ମନୀଷ ପାଣ୍ତେଙ୍କୁ ବାହାର କରି କେଦାର୍ ଯାଦବଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଜାଗା ଦେଉଛନ୍ତି , ମନିଷ ପାଣ୍ତେ ଯଦି ନମ୍ବର ୫ ରେ କେଦାର୍ ଯାଦବଙ୍କ ପାଇଁ ଖେଳନ୍ତେ ତେବେ ଭଲ ବିକଳ୍ପ ହୁଅନ୍ତା ,
ଭାରତୀୟ ଅଧିନାୟକଙ୍କ ପାଖରେ ଜଶପ୍ରିତ୍ ବୁମରାହ , ଶାର୍ଦ୍ଧୁଲ୍ ଠାକୁର୍ , ନବଦୀପ ସୈନୀ ପରି ଦ୍ରୁତ ବୋଲର୍ ଅଛନ୍ତି , ଯିଏକି ନିଜ ଓଭର୍ ପୁରା କରିବାରେ ସକ୍ଷମ ଅଛନ୍ତି , ସେମିତି ୟଜୁବେନ୍ଦ୍ର ଚେହେଲେ ଓ ରବିନ୍ଦ୍ର ଜାଡେଜା ରୁପରେ ୨ ବିଶ୍ୱସ୍ତରିୟ ସ୍ପିନର୍ ଅଛନ୍ତି , ଏମିତିରେ ମନୀଷ ପାଣ୍ତେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଜାଗା ନ ଦେବା ଭାରତ୍ ପାଇଁ ହାର୍ ହେବାର କାରଣ ହୋଇପାରେ ।