ଶୋଲେ ଫିଲ୍ମର ସୁରମା ଭୋପାଳିଙ୍କର ପୁତ୍ର ଅଟନ୍ତି, ବଲିଉଡର ଏହି ସବୁଠାରୁ ବଡ ଅଭିନେତା, ନାମ ଜାଣିଲେ ବିସ୍ମିତ ହୋଇଯିବେ…
ଯଦି ଆମେ ଫିଲ୍ମ ଜଗତର କଥା କହିବୁ , ତେବେ ବଲିଉଡରେ ଏଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟ ସହରରୁ ଆସିଛନ୍ତି, କିନ୍ତୁ ଏହା ପରେ ମଧ୍ୟ ସେମାନେ ଫିଲ୍ମ ଜଗତରେ ଏକ ବଡ ନାମ କମେଇଛନ୍ତି । ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ ଯେ ଏହି ସ୍ଥାନକୁ ହାସିଲ କରିବା ପାଇଁ ଏହି କଳାକାର ବହୁତ ପରିଶ୍ରମ ଓ କଠିନ ଧ୍ୟାନ ମଧ୍ୟ କରନ୍ତି । ଜଡୋ ଏମାନଙ୍କ ମଧ୍ୟରୁ କିଛି କଳାକାର ଏଭଳି ଅଟନ୍ତି ଯେଉଁମାନେ ଏବେ ମଧ୍ୟ ଫିଲ୍ମ ପରଦାରେ ରହି ଲୋକଙ୍କ ମନୋରଞ୍ଜନ କରୁଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ କିଛି ପ୍ରସିଦ୍ଧ ଅଭିନେତା ଏପରି ଅଟନ୍ତି, ଯେଉଁମାନେ ଏବେ ଫିଲ୍ମରେ କାମ କରିବା ବନ୍ଦ କରିଦେଇଛନ୍ତି ଓ ଏବେ ଅନ୍ଧାରରେ ହଜିଯାଇଛନ୍ତି ।
ଏମିତିରେ ଯେବେ ମଧ୍ୟ କମେଡି କଳାକାରଙ୍କ କଥା ଆସେ , ତ ସମସ୍ତଙ୍କ ମନରେ ପ୍ରଥମେ ଜନି ୱାକର, ଜନି ଲିଭର, ଅସରାନୀ, କାଦର ଖାନ ଓ ସୁର୍ମା ଭୁପାଳିଙ୍କର ନାମ ଆସିଥାଏ । ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ ଏମାନେ ନିଜର କମେଡି ଦ୍ଵାରା ଲୋକଙ୍କୁ ଏତେ ହସେଇଛନ୍ତି ଯେ ଲୋକମାନେ ଏହାଙ୍କ କମେଡି ଦେଖି ନିଜର ଦୁଃଖ କଷ୍ଟ ଭୁଲି ଯାଇଥାନ୍ତି । । ମାନେ ଯଦି ଆମେ ସିଧାକଥା କହିବୁ ତ ଏମାନେ ନିଜର ଉନ୍ନତମାନର କମେଡି ଦ୍ଵାରା ହାସ୍ୟପ୍ରସଙ୍ଗକୁ ଏକ ନୂତନ ରୂପ ଦେବାରେ ସକ୍ଷମ ହୋଇଛନ୍ତି । ଆଜି ପଛେ ଏହି କଳାକାର ବୃଦ୍ଧ ହୋଇସାରିଛନ୍ତି, କିନ୍ତୁ ତଥାପି ଏମାନଙ୍କର ସନ୍ତାନ ଆଜି ମଧ୍ୟ ବଲିଉଡର ଦୁନିଆରେ ଏମାନଙ୍କ ନାମ ଉଜ୍ଜ୍ଵଳ କରୁଛନ୍ତି ।
ଆପଣମାନଙ୍କୁ ବଲିଉଡର ଚର୍ଚ୍ଚିତ ଫିଲ୍ମ ଶୋଲେ ତ ସ୍ମରଣ ଥିବ। ଏହି ଫିଲ୍ମରେ ଅମିତାଭ, ଜୟା ବଚ୍ଚନ, ଧର୍ମେନ୍ଦ୍ର, ହେମାମାଳିନୀ ଓ ଅମଜାଦ ଖାନଙ୍କ ଭଳି ବଡବଡ ତାରକାଙ୍କ ବ୍ୟତୀତ ଜଣେ କଳାକାର ଏପରି ମଧ୍ୟ ଥିଲେ, ଯିଏ ନିଜର କମେଡି ଦ୍ଵାରା ଏହି ଫିଲ୍ମକୁ ଉଚ୍ଚତମ ସ୍ତରରେ ପହଞ୍ଚେଇଦେଇଥିଲେ । ଆମେ ଏଠାରେ ଅନ୍ୟ କାହାର ନୁହେଁ ତା ପରିବର୍ତ୍ତେ ସୁର୍ମା ଭୋପାଳିଙ୍କ କଥା କହୁଛୁ । ଜଣେଇଦେବୁ କି ଫିଲ୍ମରେ ଏହି ଚରିତ୍ରରେ ଜଗଦୀପ ଜାଫ୍ରି ଅଭିନୟ କରିଥିଲେ । ଯଦିଓ ଆଜି ଆମେ ଆପଣଙ୍କୁ ତାଙ୍କର ପୁତ୍ର ସହିତ ପରିଚିତ କରିବାକୁ ଯାଉଛୁ । ଯାହା ବିଷୟରେ ବୋଧଉହେ ଆପଣ ଜାଣନ୍ତି ନାହିଁ।
ହଁ ଆଜ୍ଞା ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ହେବ, କିନ୍ତୁ ଏହାଙ୍କର ପୁତ୍ର ମଧ୍ୟ ବଲିଉଡରେ କାମ କରୁଛନ୍ତି । ବର୍ତ୍ତମାନ ତ ଜଗଦୀପ ଙ୍କର ଛଅ ସନ୍ତାନ ଅଛନ୍ତି, କିନ୍ତୁ ଆଜି ଆମେ ଯାହାଙ୍କର କଥା କହୁଛୁ, ତାଙ୍କର ନାମ ଜାଭେଦ ଜାଫ୍ରି ଅଟେ । ଯାହାଙ୍କୁ ଲୋକମାନେ ବୁଗିବୁଗି ଭଳି ହିଟ ଶୋ ରେ ଦେଖିସାରିଛନ୍ତି । ଏମିତିରେ ତ ଜାଭେଦ ଜାଫ୍ରି ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି, କିନ୍ତୁ ମେରି ଜଙ୍ଗ ଫିଲ୍ମରେ ତାଙ୍କର ଅଭିନୟ ସହିତ ତାଙ୍କର ନୃତ୍ୟକୁ ମଧ୍ୟ ବହୁତ ପ୍ରଶଂସା କରଯାଇଥିଲା । ଏହି ଫିଲ୍ମରେ ସେ ଅନିଲ କପୁରଙ୍କର ଶତ୍ରୁର ଚରିତ୍ରରେ ଅଭିନୟ କରିଥିଲେ। ଏହାଛଡା ଜାଭେଦ ସଲାମ ନମସ୍ତେ, ତାରାରମ ପମ ତାରା ରମ ପମ ଓ ସିଂହ ଇଜ କିଙ୍ଗ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।
ଯଦିଓ ସେ ନିଜର ପେଶା ପ୍ରାରମ୍ଭ ଏକ ବିଜ୍ଞାପନରୁ କରିଥିଲେ। ଏହାସହ ଜାଭେଦ ଏକ କୋରିଓଗ୍ରାଫର, ଡାଇରେକ୍ଟର ଓ ପ୍ରଡ୍ୟୁସର ରୂପରେ ମଧ୍ୟ କାମ କରିସାରିଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ ମେରି ଜଙ୍ଗ ଜାଭେଦଙ୍କର ବଲିଉଡରେ ପ୍ରଥମ ଫିଲ୍ମ ଥିଲା ଓ ଏହି ଫିଲ୍ମରୁ ତାଙ୍କୁ ଏକ ନୂତନ ପରିଚୟ ମିଳିଥିଲା । ତାଙ୍କୁ ତାଙ୍କର ଉଚ୍ଚକୋଟିରଅଭିନୟ ନିମନ୍ତେ ଷ୍ଟାର ସ୍କ୍ରୀନ ଓ ଆଇଫା ପୁରସ୍କାର ମଧ୍ୟ ମିଳିସାରିଛି । ଏବେ ଜାଭେଦ ପ୍ରାୟ ତିନିଶହ ପଚାଶ ଜାତୀୟ ଓ ଆନ୍ତର୍ଜାତୀୟ ଫିଲ୍ମରେ କାମ କରିସାରିଛନ୍ତି ।
ବର୍ତ୍ତମାନ ଆମେ ଏହା ଆଶା କରୁଛୁ ଯେ ଜାଭେଦ ଏହିଭଳି ନିଜର ପିତାଙ୍କ ନାମ ଖୁବ ଉଜ୍ଜ୍ଵଳ କରନ୍ତୁ ।