November 17, 2024

Odia Express

Here, There and Everywhere

ମାସିକ ରାଶିଫଳ: ଫେବୃଆରି ମାସରେ ଏହି 7 ରାଶି ଉପରେ ହେବ ଧନବର୍ଷା, ରାଜଯୋଗର ପ୍ରବଳ ସମ୍ଭାବନା….

1 min read

ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥିବ ଯେ ଫେବୃଆରି ମାସ ଆମମାନଙ୍କ ପାଇଁ କିପରି ହେବ? ଆଜି ଆମେ ଆପଣଙ୍କୁ ଫେବୃଆରି ମାସର ରାଶିଫଳ ଜଣେଇବାକୁ ଯାଉଛୁ । ଏହି ମାସିକ ରାଶିଫଳ ଆପଣ ନିଜର ରାଶି ଅନୁସାରେ ଜାଣିପାରିବେ ଯେ ଆସୁଥିବା ମାସରେ ଆପଣଙ୍କ ପ୍ରେମ, ବୃତ୍ତି ତଥା ସ୍ୱାସ୍ଥ୍ୟ ବିଷୟକ କିପରି ରହିବା। ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କର ଜୀବନରେ ହେବାକୁ ଥିବା ଏକ ମାସର ଘଟଣାର ସଂକ୍ଷିପ୍ତ ବିବରଣୀ ଦିଆଯାଇଛି ।

ମେଷରାଶି (Aries) ଚ, ଚୁ, ଚେ, ଲା, ଲି, ଲୁ, ଲେ, ଆ: ଚଳିତ ମାସରେ ଆପଣଙ୍କ ଉତ୍ତମ ବ୍ୟବହାର କାରଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ଘଟିବ। ମୂଲ୍ୟବାନ ବସ୍ତୁ ଯତ୍ନର ସହିତ ରଖନ୍ତୁ । ଧନ ତଥା ମାନହାନିର ଆଶଙ୍କା ରହିଛି । ବିବାଦକୁ ବଢାନ୍ତୁ ନାହିଁ। ଟଙ୍କା ଦେବା ନେବାର ଅନୁକୂଳ ସମୟ । ସହକର୍ମୀ ଏବଂ ଅଧିକାରୀଙ୍କ ସହଯୋଗ ମିଳିବ। ନୂତନ ଦାୟିତ୍ଵ ଦିଆଯାଇପାରେ । କୋର୍ଟ କଚେରୀ ମାମଲାରେ ବିଜୟପ୍ରାପ୍ତ ହୋଇପାରେ। ବିଦ୍ୟାର୍ଥୀ ପଠନରେ ଅଧିକ ଧ୍ୟାନ ଦିଅନ୍ତୁ । ପ୍ରେମ ପ୍ରସଙ୍ଗରେ: ପ୍ରେମ ଜୀବନ ଉତ୍ତମ ରହିବ । ଦମ୍ପତ୍ତି ଜୀବନରେ ସୁଖ ପ୍ରାପ୍ତି ହେବ ।

ବୃତ୍ତି ବିଷୟରେ: ବ୍ୟବସାୟ ନିରନ୍ତର ପ୍ରଗତି କରିବ। ଆର୍ଥିକ ପକ୍ଷ ଆପଣଙ୍କ ପାଇଁ ଅନୁକୂଳ ରହିବ ।

ସ୍ୱାସ୍ଥ୍ୟ ବିଷୟରେ: ଶ୍ଵାସ ରୋଗରେ ପ୍ରଭାବିତ ଲୋକ ସାବଧାନ ରୁହନ୍ତୁ ।

ବୃଷଭ ରାଶି (Taurus) ଈ, ଊ, ଏ, ଓ, ୱା, ୱି, ୱୁ, ୱେ, ୱୋ, ବ, ବୋ:  ଚଳିତ ମାସ ଆପଣଙ୍କୁ ନୂତନ ଲାଭଦାୟକ ଅବସର ପ୍ରଦାନ କରିବ । କୌଣସି ପ୍ରକାରର ଭୟ ମଧ୍ୟ ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆପଣ ଯେଉଁ କାମ କରୁଛନ୍ତି ସେଥିରେ ପରିଶ୍ରମ ହିସାବରେ ଫଳ ଅବଶ୍ୟ ମିଳିବ । ପରିବାରରେ ଧାର୍ମିକ ଯାତ୍ରାର ଯୋଗ ରହିଛି । ବ୍ୟବସାୟରେ, ଏକ ନୂତନ କାର୍ଯ୍ୟର ପ୍ରାରମ୍ଭ ହୋଇପାରେ କିମ୍ବା ଆପଣ ଏକ ନୂତନ ପ୍ରସ୍ତାବକୁ ଅନ୍ତିମ ରୂପ ଦେଇପାରନ୍ତି। ଯାହାକି ଭବିଷ୍ୟରେ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ ।

ପ୍ରେମ ପ୍ରସଙ୍ଗ: ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ। ଅବିବାହିତ ଲୋକଙ୍କ ପ୍ରେମ ଜୀବନ ଭଲ ରହିବ ।

ବୃତ୍ତି ବିଷୟ: ଏହି ମାସରେ ଛାତ୍ରଙ୍କ ନିମନ୍ତେ ନୂଆ ଚାକିରି ଅବସର ମିଳିପାରେ

ସ୍ୱାସ୍ଥ୍ୟ ସମ୍ବନ୍ଧ: ଏହି ମାସରେ ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି (Gemini) କା, କି, କୂ, ଘ, ଡ଼, ଛ, କେ, କୋ, ହ: କାର୍ଯ୍ୟରେ ସଫଳତା ଓ ନୂତନ କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ ମାସଟି ଅନୁକୂଳ। ପୁରାତନ ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ। କାର୍ଯ୍ୟକ୍ଷେତ୍ର ଓ ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ । ଘରୋଇ ଦାୟିତ୍ଵର କୁଶଳତା ପୂର୍ବକ ସମ୍ପନ୍ନ ହେତୁ ଆପଣଙ୍କ ମହତ୍ଵ ବୃଦ୍ଧି ହେବ । ଭାଇ-ଭଉଣୀଙ୍କ ସହିତ ସମ୍ପର୍କରେ ମଧୁରତାର ଅନୁଭବ ହେବ । ଆର୍ଥିକ ଲାଭ ପାଇଁ କିଛି ଅଧିକ ପରିଶ୍ରମ କରିବାକୁ ହୋଇପାରେ।

ପ୍ରେମ ସମ୍ବନ୍ଧରେ: ପ୍ରେମ ରୋମାନ୍ସରେ ସଫଳତା ପ୍ରାପ୍ତ ହୋଇପାରେ ପ୍ରେମିକାଙ୍କ ହୃଦୟ ଜିତିପାରିବେ ।

ବୃତ୍ତି ସମ୍ବନ୍ଧରେ : କାର୍ଯ୍ୟସିଦ୍ଧିର ପ୍ରୟାସ ସଫଳ ହେବ। ଆର୍ଥିକ ଉନ୍ନତି ନିମନ୍ତେ ନୂତନ ଯୋଜନା କରିବେ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ରହିବ ।

କର୍କଟ ରାଶି(Cancer) ହି, ହୁ, ହେ, ହୋ, ଡା, ଡି, ଡୁ, ଡେ, ଡୋ: ଏହି ମାସଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଭୂମି ଭବନ ଆଦି କିଣାବିକା ଲାଭଦାୟକ ରହିବ । ସହଯୋଗୀଙ୍କ ସହାୟତା ମିଳିବ । ପରିବାରଲୋକଙ୍କ ସହଯୋଗ ମିଳିବ । ନୂତନ ବିଚାର, ଉପାୟ ଆପଣଙ୍କ ପାଇଁ ସଫଳତା ସିଦ୍ଧ ହେବ । ଯଦି ଆପଣ ନିଜର କାର୍ଯ୍ୟାଳୟ କିମ୍ବା ଘର ବଦଳେଇବାକୁ ଚାହୁଁଛନ୍ତି , ତେବେ ଆପଣ ସଫଳ ହେବେ। ଭାଇ-ଭଉଣୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଅନୁଭବ କରିବେ

ପ୍ରେମ ପ୍ରସଙ୍ଗରେ: ଲଭଲାଇଫରେ ଫାଟ ଆପଣଙ୍କୁ ବିଚଳିତ କରିପାରେ

ବୃତ୍ତି ସମ୍ବନ୍ଧୀୟ: ବିପଦପୂର୍ଣ୍ଣ ଘଟଣାରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ କ୍ଷତି ହୋଇପାରେ

ସ୍ୱାସ୍ଥ୍ୟ ସମ୍ବନ୍ଧରେ : ଋତୁ ପରିବର୍ତ୍ତନ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି ।

ସିଂହ ରାଶି (Leo) ମା, ମି, ମୁ, ମେ, ମୋ, ଟା, ଟି, ଟୁ, ଟେ: ସିଂହ ରାଶିର ଜାତକ ଙ୍କୁ ସହଯୋଗ ଓ ସହଭାଗିତା ସହିତ ବିରୋଧର ସାମନା କରିବାକୁ ହୋଇପାରେ। ରଚନାତ୍ମକ କାର୍ଯ୍ୟରେ ରୁଚି ରହିବ । ପରିବାରରେ ଦୁଃଖହେବାରୁ ଘରର ବାତାବରଣ ଦୂଷିତ ହେବ । ସନ୍ତାନ ପକ୍ଷରୁ ଶୁଭ ସମାଚାର ପ୍ରାପ୍ତି ହୋଇପାରେ । ମାତା ପିତାଙ୍କ ସହଯୋଗରୁ ପୁରାତନ କରଜ ସୁଝିବେ । ଧୌର୍ଯ୍ୟ ଓ ପ୍ରଚେଷ୍ଟା ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ , ତେବେ ଅଧିକତର ସମସ୍ୟାର ସମାଧାନ ହୋଇଯିବ ।

ପ୍ରେମ ପ୍ରସଙ୍ଗରେ : ପ୍ରେମଭରା ବୈବାହିକ ଜୀବନ ଆପଣଙ୍କୁ ପ୍ରସନ୍ନ ରଖିବ ।

ବୃତ୍ତି ସମ୍ବନ୍ଧରେ : ବ୍ୟବସାୟରେ କୌଣସି ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଧନାଗମନର ସମ୍ଭାବନା ରହିଛି ।

ସ୍ୱାସ୍ଥ୍ୟ ପ୍ରସଙ୍ଗରେ: ସ୍ୱାସ୍ଥ୍ୟ ବିଷୟରେ କେବେ ମଧ୍ୟ ଦାୟିତ୍ଵହୀନ ହୁଅନ୍ତୁ ନାହିଁ ।

କନ୍ୟା ରାଶି (Virgo) ଢୋ, ପା, ପି, ପୂ, ଷ, ଣ, ଠ, ପେ, ପୋ :

ତୁଳା ରାଶି (Taurus) ରା, ରି, ରୁ, ରେ, ରୋ, ତା, ତି, ତୁ, ତେ: ଚଳିତ ମାସରେ ଆପଣଙ୍କର ଚାକିରିରେ ପରିବର୍ତ୍ତନର ସମ୍ଭାବନା ରହିଛି । ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ । ବନ୍ଧୁଙ୍କ ସହଯୋଗରୁ ଅଡୁଆ କାମ ସଜାଡି ହୋଇଯିବ । ବ୍ୟବସାୟ ନିଜର ଚରମ ସୀମାରେ ପହଞ୍ଚିବ । କୁସଙ୍ଗ ଓ ସ୍ଵାର୍ଥୀ ଲୋକଙ୍କଠାରୁ ଦୂରେଇ ରହିଲେ ମଙ୍ଗଳ ହେବ । ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନାତ୍ମକ କଳା ପ୍ରତି ରୁଚି ବଢିବ । କାର୍ଯ୍ୟକ୍ଷେତ୍ରରେ ବୁଝିବିଚାରୀ ନିର୍ଣ୍ଣୟ ନିଅନ୍ତୁ । ସଂଶାଧନ ଅଭାବ କାରଣରୁ ବ୍ଯବସାୟିକ କାର୍ଯ୍ୟ ଅଟକିବ ।

ପ୍ରେମ ପ୍ରସଙ୍ଗରେ : ଏହି ମାସରେ ତୁଳା ରାଶି ବ୍ୟକ୍ତିଙ୍କର ବୈବାହିକ ଜୀବନ ମଧୁର ରହିବ ।

ବୃତ୍ତି ପ୍ରସଙ୍ଗରେ: ଭାଗ୍ୟ ସହାୟ ହେବ, ଆୟରେ ବୃଦ୍ଧି ଘଟିବ, ବ୍ୟବସାୟିକ ଯାତ୍ରା ସଫଳ ହେବ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ମାସ ଶେଷରେ କୌଣସି ପ୍ରକାର ଶାରୀରିକ କଷ୍ଟର ଆଶଙ୍କା ରହିଛି ।

ବୃଶ୍ଚିକ ରାଶି (Scorpio)ତୋ, ନି, ନୁ, ନେ, ନୋ, ୟା, ୟି, ୟୁ: ଏହି ମାସରେ ଆପଣଙ୍କୁ ସନ୍ତାନ ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ବ୍ୟୟ କରିବାକୁ ହେବ । ଘର ବାହାର ସବୁଠାରୁ ସହଯୋଗ ମିଳିବ । ବିପଦ ଉଠେଇବାର ସାହସ କରିପାରିବେ। କୌଣସି ନୂତନ ଜିନିଷ ଶିଖିବାର ଉତ୍ସୁକତା ରହିବ। ମାନବାଞ୍ଛିତ ବସ୍ତୁ ମିଳିବା ଦ୍ଵାରା ମନ ହରସପୂର୍ଣ୍ଣ ରହିବ। ସନ୍ତାନ ପକ୍ଷରୁ ଚିନ୍ତାମୁକ୍ତ ରହିବେ । ପରିଶ୍ରମ ତୁଳନାରେ ସଫଳତା ପ୍ରାପ୍ତି କାମ ହେବାରୁ ଆର୍ଥିକ ଚିନ୍ତା ରହିବ ।

ପ୍ରେମ ପ୍ରସଙ୍ଗରେ : କେହି ପ୍ରପୋଜ କରିପାରନ୍ତି, ଉତ୍ତର ଦେବାରେ ଶୀଘ୍ରତା କରନ୍ତୁ ନାହିଁ ବୁଝିବିଚାରୀ କାର୍ଯ୍ୟ କରନ୍ତୁ

ବୃତ୍ତି ସମ୍ବନ୍ଧୀୟ: ବେରୋଜଗାରି ଦୂର ହୋଇ ସନ୍ତୁଷ୍ଟି ପ୍ରାପ୍ତ ହେବ। ଚାକିରି ରେ ପଦୋନ୍ନତି ହୋଇପାରେ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ସ୍ୱାସ୍ଥ୍ୟ ଉନ୍ନତ ରହିବ । ଶ୍ଵାସ ରୋଗୀ ସାବଧାନତା ଅବଲମ୍ବନ କରନ୍ତୁ ।

ଧନୁ ରାଶି (Sagitarius) ୟେ, ୟୋ, ଭା, ଭି, ଭୂ, ଧା, ଫା, ଢା, ଭେ: ଆପଣଙ୍କର ବ୍ୟବସାୟରେ ଲାଭ ହୋଇପାରେ। ଆପଣ ନିଜର କାର୍ଯ୍ୟ ବିଷୟରେ ଖୁସି ହେବେ ଓ କିଛି ମହିଳାଙ୍କ କାରଣରୁ ଲାଭ କରିବେ । ନିଜର ଆତ୍ମବିଶ୍ଵାସ ଓ ନିଜର ଆତ୍ମସମ୍ମାନକୁ ବୃଦ୍ଧି କରିବା ନିମନ୍ତେ ଏହି ମାସ ବହୁତ ଭଲ ଅଟେ । ଅନାବଶ୍ୟକ ତର୍କବିତର୍କରୁ ନିବୃତ୍ତ ରୁହନ୍ତୁ । ନକରାତ୍ମକ ବିଚାରକୁ ମନକୁ ଆସିବାକୁ ଦିଅନ୍ତୁ ନାହିଁ । ସରକାର ବିରୋଧୀ ପ୍ରବୃତ୍ତି କାରଣରୁ ଅସୁବିଧା ନହେବ ଏହାର ଧ୍ୟାନ ରଖନ୍ତୁ ।

ପ୍ରେମ ପ୍ରସଙ୍ଗରେ : ଏହି ମାସରେ ପ୍ରେମୀଙ୍କ ଠାରୁ ଦୂରେଇ ରହିବାର ଯୋଗ ଅଛି , ମନ ଉଦାସ ରହିବ

ବୃତ୍ତି ସମ୍ବନ୍ଧୀୟ: ଏହି ମାସରେ ଆପଣଙ୍କୁ ରୋଜଗାରର ଉନ୍ନତ ଓ ଉଚିତ ଅବସର ପ୍ରାପ୍ତ ହେବ

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ଆପଣ ନିଜର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି ।

ମକର ରାଶି (Capricorn)ଭୋ,ଜା, ଜି, ଖି, ଖୁ, ଖେ, ଖୋ, ଗା, ଗି: ନିବେଶ ଦୃଷ୍ଟିରୁ ଏହି ମାସଟି ଉତ୍ତମ ଅଟେ ।  ନିଜର କ୍ରୋଧ କାରଣରୁ ଗମ୍ଭୀର ସମସ୍ୟାରେ ପଡ଼ିପାରନ୍ତି । ଆପଣଙ୍କୁ ନିଜର କାର୍ଯ୍ୟରେ ତଳଉପର ର ସମ୍ମୁଖୀନ ହେବାକୁ ପଡିପାରେ । ଚାକିରି ରେ ଉଚ୍ଚ ଅଧିକାରୀଙ୍କ ସହିତ ସାବଧାନତା ପୂର୍ବକ କାର୍ଯ୍ୟ କରନ୍ତୁ। ସ୍ଵାଭିମାନ ଭଙ୍ଗ ନହେବ ଏହାର ଧ୍ୟାନ ରଖନ୍ତୁ । ଚାକିରି ର୍ରେ ଉଚ୍ଚ ଅଧିକାରୀଙ୍କ କୃପା ଦୃଷ୍ଟିରୁ ଆପଣଙ୍କର ପଦୋନ୍ନତି ହୋଇପାରେ ।

ପ୍ରେମ ପ୍ରସଙ୍ଗରେ : କିଛି ଜାତକ ଏହି ମାସରେ ନିଜର ପ୍ରେମୀସହିତ ପ୍ରଥମ ଡେଟରେ ଯାଇପାରନ୍ତି । ବୃତ୍ତି ସମ୍ବନ୍ଧୀୟ: ବୃତ୍ତିରେ ପରିବର୍ତ୍ତନ ଦୃଷ୍ଟିରୁ ସମୟ ଉଚିତ କୁହାଯାଇପାରିବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯଦିଓ ଥଣ୍ଡା କାଶରୁ କିଛି ଅସୁବିଧା ହୋଇପାରେ ।

କୁମ୍ଭ ରାଶି (Aquarius)ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା: ଏହି ମାସରେ ପରିବାରରେ ଆନନ୍ଦ ମାହୋଲ ରହିବ । ଚାକିରିବୃତ୍ତି ଲୋକଙ୍କ ପାଇଁ ଏହି ମାସ ଉତ୍ତମ ରହିବ । ଆପଣଙ୍କୁ ଧନ ପ୍ରାପ୍ତ ହେବ ଓ ଭଲ ଜିନିଷ ଉପରେ ଖର୍ଚ୍ଚ ମଧ୍ୟ ହେବ । ଭୁଲ ବୁଝାମଣା କାରଣରୁ ବ୍ୟବସାୟ ସମ୍ବନ୍ଧ ପ୍ରଭାବିତ ହୋଇପାରେ । ଗୁରୁଜନଙ୍କର ପରାମର୍ଶରେ ନିବେଶ ଲାଭଦାୟକ ରହିବ । ଆଖପାଖ ଓ ସହଯୋଗୀଙ୍କ ସହିତ କାର୍ଯ୍ୟ କରୁଥିବା ଲୋକ ଆପଣଙ୍କ ପ୍ରଶଂସା କରିବେ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ ।

ପ୍ରେମ ପ୍ରସଙ୍ଗରେ: ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ

ବୃତ୍ତି ସମ୍ବନ୍ଧୀୟ: ଆପଣଙ୍କ ପରିଶ୍ରମର  ଆପଣଙ୍କୁ ଲାଭ ମିଳିବ । ଚାକିରିଆ ମାନଙ୍କ ନିମନ୍ତେ ନୂତନ ଅବସର ପ୍ରାପ୍ତ ହେବ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ : ମାସର ପ୍ରାରମ୍ଭରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯୋଗ ରହିପାରେ

ମୀନ ରାଶି (Pisces) ଦି, ଦୁ, ଥ, ଝ, ନ୍ନ, ଦେ, ଦୋ, ଚା, ଚି: ଏହି ମାସରେ ଧାଁଦଉଡ ଅଧିକ ରହିବ । ଆୟ ନିଶ୍ଚିତତା ରହିବ । କାର୍ଯ୍ୟରେ ଆପଣଙ୍କ ବରିଷ୍ଠମାନଙ୍କର ସହଯୋଗ ମିଳିବ। ସମସ୍ତ ପ୍ରକାର ସୁଖରେ ବୃଦ୍ଧି ଘଟିବ । ପ୍ରୟାସ ଅଧିକ କରିବାକୁ ପଡିପାରେ। ନୂତନ ସମ୍ପତ୍ତି କ୍ରୟ କରିବାର ଯୋଗ ଅଛି । ଟଙ୍କା କ୍ଷେତ୍ରରେ ମଧ୍ୟ ଉତ୍ତମ ସୁଧାର ହେବାର ଯୋଗ ଅଛି । ଚାକିରିଆ ମାନଙ୍କୁ ସାଥି କର୍ମଚାରୀଙ୍କ ସହଯୋଗ ପ୍ରାପ୍ତ ହେବ । ମାତୃ ପକ୍ଷରୁ ଶୁଭ ସମାଚାର ମିଳିବ ।

ପ୍ରେମ ପ୍ରସଙ୍ଗରେ: ଆପଣ ନିଜର ସମ୍ପର୍କ ବିଷୟରେ ଘରଲୋକଙ୍କୁ କହିପାରନ୍ତି, ଉତ୍ତର ଅନୁକୂଳ ରହିପାରେ

ବୃତ୍ତି ସମ୍ବନ୍ଧୀୟ: ଏହି ମାସରେ କିଛି ନୂଆ ଶିଖିବାକୁ ମିଳିପାରେ । ଆୟର ନୂତନ ରାସ୍ତା ଖୋଳିପାରେ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ଶାରୀରିକ ରୂପେ ସ୍ଵସ୍ଥ ଓ ମାନସିକ ରୂପେ ପ୍ରସନ୍ନ ରହିବେ ।

Leave a Reply

Your email address will not be published. Required fields are marked *