October 17, 2024

Odia Express

Here, There and Everywhere

ବିରାଟ କୋହଲି କହିଲେ କଣ ପାଇଁ କେବଳ ୩ ଟି T20 ମ୍ୟାଚ୍ ଖେଳି ଥିବା ସଞ୍ଜୁ ସାମସନ୍ ଙ୍କୁ ଦିଆଗଲା ସୁପରଓଭର ଖେଳିବାର ଦାୟିତ୍ୱ – ଜାଣିଲେ ଆପଣ ମଧ୍ୟ ଖୁସି ହେବେ..

1 min read

ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ପାଞ୍ଚଟି ମ୍ୟାଚରୁ ଟି ଟ୍ୱେଣ୍ଟି ସିରିଜ୍ ର ଚତୁର୍ଥ ମୁକାବଲା ୱାଲିଗଟନ୍ ସ୍କାଇ ଷ୍ଟାଡିୟମ୍ ରେ ଖେଳାଯାଇଥିଲା , ଏହି ମୁକାବଲାରେ ଭାରତୀୟ ଟିମ୍ ଶାନଦାର୍ ପ୍ରଦର୍ଶନ କରି ସୁପର ଓଭରରେ ଜିତ୍ ହାସିଲ୍ କଲେ ଓ ସିରିଜ୍ କୁ ୪-୦ ରେ ଆଗୁଆ ରହିଲେ , ଏହି ମୁକାବଲାରେ ନ୍ୟୁଜିଲାଣ୍ତ ଟିମ୍ ଟସ୍ ଜିତିକରି ପ୍ରଥମ ବୋଲିଙ୍ଗ୍ କରିବାର ଫଇସଲା ନେଲେ , ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ଆସିଥିବା ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ଟି ୱିକେଟ୍ କ୍ଷତିରେ ୧୬୫ ରନ୍ କରିଥିଲେ , ନିର୍ଦ୍ଧାରିତ ୨୦ ଓଭରରେ ୮ ଟି ୱିକେଟ୍ କ୍ଷତିରେ ୧୬୫ ରନ୍ ସ୍କୋର୍ କୁ ପିଛା କରି ନ୍ୟୁଜିଲାଣ୍ତ ଟିମ୍ ୭ ୱିକେଟ୍ କ୍ଷତିରେ ୧୬୫ ରନ୍ କରିପାରିଲେ ।

ଭାରତ ଏହି ଜିତ୍ ପରେ ଅଧିନାୟକ ବିରାଟ କୋହଲି ନିଜ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟଟେସନ୍ ରେ କହିଲେ କି ଏଠାରେ କିଛି ନୁଆ ଶିଖିବାକୁ ମିଳିଲା , କି ଆପଣ ଖେଳରେ କେତେ ଶାନ୍ତ ରହିବାକୁ ଚାହୁଁଛନ୍ତି , ନିରିକ୍ଷଣ କରୁଛନ୍ତି , ଯଦି ଅବସର ମିଳିଛି ତେବେ ଆପଣ ଏହାକୁ ପ୍ରମାଣିତ କରିବାରେ ପ୍ରସ୍ତୁତ ରୁହନ୍ତୁ ।

ପ୍ରଶଂସକ ପାଇଁ ଲଗାତାର ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଏହି ସିରିଜ୍ ପୂର୍ବରୁ ଆମେ ସୁପର ଓଭର୍ ଖେଳିନଥିଲୁ,  ଏବେ ଆମେ ବ୍ୟାକ୍ ଟୁ ବ୍ୟାକ୍ ଖେଳିଛୁ , ଏହା ଭଲ ଲାଗିଥାଏ , ଯେବେ ଆପଣ ଖେଳରେ ବାହାର ହୋଇଯାଆନ୍ତି , ଓ ନିଜକୁ ଆଉଥରେ ଫେରାଇଆଣନ୍ତି । ଗତ ଟି ଟିଟ୍ୱେଣ୍ଟିରେ ଶିବମ୍ ଦୁବେ ନମ୍ବର ୩ ରେ ପଠାଯାଇଥିଲା,  ଆଜି ନିଜେ ନମ୍ବର ୩ ରେ ଆସିବାର କାରଣରେ ବିରାଟ କହିଲେ କି ଆରମ୍ଭରୁ ସଞ୍ଜୁ ଓ କେଏଲ୍ ରାହୁଲ୍ ଭଲ ବଲ୍ କୁ ମାରୁଥିଲେ,  କିନ୍ତୁ ସଞ୍ଜୁ ଜଲଦି ଆଉଟ୍ ହୋଇଗଲେ,  ଏଥିପାଇଁ ମୁଁ ଗଲି କାରଣ ଅଧିକା ଅନୁଭବି ଥିଲା ଓ ଏଭଳି ପରିସ୍ଥିତିକୁ ମୋର ପାଇଁ ସମ୍ଭାଳିବା ମହତ୍ତ୍ୱପୁର୍ଣ୍ଣ ଥିଲା ,

ସୁପର ଓଭର ବିଷୟରେ ବିରାଟ କହିଲେ କି ପ୍ରଥମ ଦୁଇଟି ବଲ୍ ଦୁଇଟି ପ୍ରହାର ମହତ୍ତ୍ୱପୁର୍ଣ୍ଣ ଥିଲା , ଓ ମୁଂ ଭାବିଲି କି ବଲକୁ ହାଲକା ହାତରେ ଖେଳିବି , ମୁଁ ବହୁତ୍ ଲମ୍ବା ସମୟ ସୁପର ଓଭର୍ ଖେଳିନାହିଁ , କିନ୍ତୁ ନିଜ ଟିମ୍ ପାଇଁ ଖୁସି ଅଛି , ସଞ୍ଜୁ ସାମସନ୍ ସୁପର୍ ଓଭରରେ ଭଲ ବ୍ୟାଟିଙ୍ଗ୍ କରି ବିରାଟ କହିଲେ କି ମୋତେ ଲାଗିଲା ସଞ୍ଜୁ ନିଡର୍ ଅଛନ୍ତି , ସେ ଭଲ ସର୍ଟସ୍ ଖେଳିପାରିବେ , ଏଥିପାଇଁ ତାଙ୍କୁ ମୁଁ ସୁପରଓଭର୍ ରେ ମଉକା ଦେଇଥିଲି , ମୁଁ ବହୁତ ଗର୍ବିତ କି ନ୍ୟୁଜିଲାଣ୍ତ ଏକ ସମୟରୁ ଭଲ ଖେଳୁଥିବା ସତ୍ତ୍ୱେ ବି ଆମ ଟିମ୍ ଆଉଥରେ ମ୍ୟାଚ୍ ଜିତିପାରିଛି ।

Leave a Reply

Your email address will not be published. Required fields are marked *