November 22, 2024

Odia Express

Here, There and Everywhere

ଭଗବାନ ଶିବଙ୍କୁ କଣ ପାଇଁ ବାଘର ଛାଲ ଧାରଣ କରିଥାନ୍ତି , ଏଠାରେ ଜାଣନ୍ତୁ ଏହାର ପଛରେ ଥିବା ବଡ ରହସ୍ୟ ବିଷୟରେ…

ହିନ୍ଦୁ ଧର୍ମକୁ ଆମେ ସମସ୍ତେ ବହୁତ ପୁରାତନ ଧର୍ମ ହିସାବରେ ଜାଣିଛେ , ଯେଉଁଠି ଅନେକ ଦେବାଦେବୀଙ୍କର ଆରାଧନା ହୋଇଥାଏ , ଆଜି ଆମେ କଥା ହେବା ଭଗବାନ ଭୋଳାନାଥଙ୍କର , ଦେବଙ୍କ ଦେବ ମହାଦେବଙ୍କ ସଂଙ୍ଘାର ରୁପ ସମସ୍ତେ ଜାଣିଛନ୍ତି , ଭଗବାନ ଭୋଳାଶଙ୍କରର ୧୨ ଟି ପ୍ରସିଦ୍ଧ ନାଁ ଅଛି , ପୁରାଣର ସେହି ରୁପରେ ବର୍ଣ୍ଣନ ବିସ୍ତାର ପୁର୍ବକ କରାଯାଏ , ସେ ଶିବଙ୍କର କଣ୍ଠରେ ସାପର ମାଲା , ଜଟାରେ ଗଙ୍ଗାମାତା , ଓ ଭଗବାନ ଶିବ ନିଜ ଶରୀରରେ ପୁରା ଭସ୍ମ ଲଗାନ୍ତି  ଓ ବାଘର ଛାଲ ରୁପକ କପଡା ଧାରଣ କରନ୍ତି । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ଶିବ କଣ ପାଇଁ ବାଘର ଛାଲ ବ୍ୟବହାର କରନ୍ତି , ଏହାର ପଛରେ ରହସ୍ୟ ବିଷୟରେ ପକାଇବା ଏକ ନଜର ।

ଏହି ବିଷୟରେ ଶିବପୁରାଣରେ ବିସ୍ତାର ପୂର୍ବକ କୁହାଯାଇଛି , ଶିବ ପୁରାଣରେ କୁହାଯାଇଛି କି ଗୋଟେ ସମୟ ଥିଲା ଯେବେ ଭୋଳା ସଙ୍କର ପୁରା ବ୍ରହ୍ମାଣ୍ତର୍ ଭ୍ରମଣ କରୁହ୍ତିଲେ,  ସେହି ସମୟରେ ସେ ଜଙ୍ଗଲ ଦେଇ ଯାଉଥିଲେ , ତେବେ ରୁଷିମୁନି ନିଜ ପରିବାର ସହ ରହୁଥିଲେ  ଓ ଭଗବାନ ଶିବଙ୍କୁ ଏହି କଥା ବିଲକୁଲ୍ ଜଣାନଥିଲା , ଭଗବାନ ଶିବ ବିନା କେଉଁ ବସ୍ତ୍ରରେ ଜଙ୍ଗଲରେ ଯାଉଥିଲେ,  ଏହା ଦେଖି ରୁଷିମୁନିଙ୍କ ଧର୍ମପତ୍ନୀ ତାଙ୍କ ଆଡକୁ ଆକର୍ଷିତ ହେଲେ , ଓ ସବୁ କାର୍ଯ୍ୟ ଛାଡିକରି ଭଗବାନ ଶିବଙ୍କୁ ଦେଖିବାକୁ ଲାଗିଲେ,  ଏହି କଥାରେ ରୁଷିମୁନି ମାନେ କ୍ରୋଧିତ ହୋଇଗଲେ , ତାଙ୍କୁ ଏହି କଥା ବିଲକୁଲ୍ ଜଣା ନଥିଲା କି ସାଧାରଣ ଦେଖାଯାଉଥିବା ଏହି ମନୁଷ୍ୟ ପ୍ରକୃତରେ ଭୋଳାସଙ୍କର ଅଟନ୍ତି ।

ଏମିତିରେ ରୁଷିମୁନିଙ୍କୁ ଲାଗିଲା କି ତାଙ୍କ ସ୍ତ୍ରୀମାନେ ନିଜ ମାର୍ଗରୁ ଭଟକିଯାଇଛନ୍ତି , ଓ ସେମାନେ ଭଗବାନ ଶିବଙ୍କୁ ଦଣ୍ତ ଦେବାର ପ୍ରାବଧାନ କଲେ,  ଓ ସମସ୍ତେ ମିଶିକରି ଏକ ଗାତ ଖୋଳିଦେଲେ  ଓ ଯେତେବେଳେ ଭଗବାନ ଶିବ ସେହି ବାଟ ଦେଇଯାଉଥିଲେ ତେବେ ସେ ସେଠାରେ ଫସିଗଲେ , ଏହାପରେ ରୁଷିମୁନି ମାନେ ତାଙ୍କୁ ଜାଲରେ ଫସାଇଦେଲେ , ଓ ସେତିକି ନୁହେଁ ସେହି ଗାତରେ କ୍ରୋଧିତ ହୋଇ ଏକ ବାଘ ଛାଡିଦେଲେ , ଯାହା ଦ୍ୱାରା ବାଘ ନିଜ ଶିକାରରେ ଭଗବାନ ଶିବଙ୍କୁ ଆହାର ରୁପେ ଖାଇଦେଉ । ଯେବେ ସେ ଦେଖିଲେ କି ବାଘ ଭଗବାନ ଶିବଙ୍କୁ ନ ମାରିକରି ତାଙ୍କୁ ବାଘର ଛାଲରେ ତିଆରି ବସ୍ତ୍ର ପିନ୍ଧାଇଦେଲେ , ତେବେ ସମସ୍ତେ ଆଚମ୍ବିତ ହୋଇଗଲେ ।

Leave a Reply

Your email address will not be published. Required fields are marked *