June 26, 2025

Odia Express

Here, There and Everywhere

ପାଞ୍ଚ ମିନିଟ୍ ର ନିଲାମୀରେ ୨ ଆରବ ଲାଗିଗଲା ଏହି ଗିନାର ଦାମ୍ – ଏହା ଅଛି ଏହାର ଖାସିୟତ୍ …

ଯଦି ଆପଣଙ୍କ ପାଖରେ କୋଟିଏ ଆରବ ଉପରେ ଟଙ୍କା ଅଛି ତେବେ ଆପଣ କଣ କିଣିବା ଚାହିଁବେ ମହଙ୍ଗା ଗାଡି, ବଙ୍ଗଳା କିମ୍ବା କେଉଁ ପ୍ରପୋଟି, କିମ୍ବା ଶାନ୍ ଓ ବିଳାସନ ପ୍ରଦର୍ଶନ କରିବାପାଇଁ ଲକ୍ଜୁରିୟସ୍ ଆଇଟମ୍ , ଚିନ୍ ର ଜଣେ ବ୍ୟକ୍ତି ୨ ଆରବ ଦାମର ଏକ ଗିନା କିଣିନେଇଛନ୍ତି , ହଁ ଆଜ୍ଞା ୨ ଆରବ ଏହି ଦାମ୍ ଦୁନିଆଁର ସବୁ ଐଶ୍ୱର୍ଯ୍ୟ ଓ ଦରକାରିତା ଜିନିଷ କିଣାଯାଇପାରିବ , ସେତେ ସେ ଏକ ଗିନା ପାଇଁ ଲଗାଇଦେଇଛନ୍ତି , ସେମିତି ଏଥିରେ କିଛି ଖାସ୍ ତ ଥିବ । ଆସନ୍ତୁ ଜାଣିବା ଏହାର ଖାସିୟତ୍ ବିଷୟରେ । ସେମିତି ସାଧାରଣତଃ ଚାଇନାରେ ଜିନିଷ ଓ ବସ୍ତୁଗୁଡିକ ଶସ୍ତା ବୋଲି ଜଣାଯାଏ , କିନ୍ତୁ ଚାଇନାରେ ଏହି ଗିନାର ଦାମ୍ ପୁରା ଦୁନିଆଁରେ ଚକିତ କରିଦେଇଛି , ଏହି ଗିନାର ନିଲାମୀ ଓ ତାର ଦାମ୍ ଆଜି କାଲି ଚର୍ଚ୍ଚାରେ ଅଛି ,

ଯଦି ଆପଣ ଭାବୁଛନ୍ତି କି ଏହି ମାମୁଲି ଦେଖାଯାଉଥିବା ଗିନାରେ ଏମିତି କଣ ଖାସ୍ ଅଛି , ତେବେ କହିଦେବୁ କି ଖାସ୍ ଅଛି ଏହାର ଐତିହାସିକତା , ଦୁନିଆଁରେ ପୁରୁଣା ଓ ଆଣ୍ଟିକ୍ ଆଇଟମ୍ ଜିନିଷ ଉପରେ ଲୋକଙ୍କର ବେଶୀ ଆଗ୍ରହ ଥାଏ , ଯେବେ ଏହି ଜିନିଷ ନିଲାମୀ ଲାଗିଥାଏ , ତେବେ ଏହି ମାମୁଲି ଦେଖାଯାଉଥିବା ଜିନିଷ କୋଟିଏ ଉପରେ ବିକ୍ରି ହୋଇଥାଏ , ଏହିଥର କିଛି ଏପରି ହୋଇଥିଲା , ଅସଲରେ ଏହି ଗିନା କେଉଁ ସାଧାରଣ ଗିନା ନୁହେଁ , ବରଂ ଚିନ୍ ରାଜବଂଶର ଏକ ଦୁଲ୍ଲଭ ଗିନା ଅଟେ ,ଯାହାକି ନିଲାମୀରେ ୩,୦୪ କୋଟି ଡଲାର୍ ମାନେ ୧ଆରବ ଓ ୯୮ କୋଟିରେ ବିକ୍ରି ହୋଇଛି ।

ନିଲାମୀ ମୁତାବିକ ଏହି ବିଶେଷ ଗିନା ଚିନ୍ ସମ୍ରାଟ କାଂଙ୍ଗଶି ପାଇଁ ତିଆରି ହୋଇଥିଲା,  ଯାହାକୁ ସମ୍ରାଟ ୧୮ତମ ଶତାଦ୍ଧୀରେ ବ୍ୟବହାର କରିଥିଲେ , ଏହି ଗିନା ଚିନର ପାରମ୍ପାରିକ ଚିତ୍ରକଳା ଓ ୟୁରୋପିୟ ଟେକନିକର ମିଶ୍ରିତ ଅଦଭୁତ ନମୁନା ଅଟେ,  ଏମିତିରେ ଯେବେ ଏହି ଐତିହାସିକ ଗିନାର ନିଲାମୀ ଡକାଯାଈଥିଲା ତେବେ ଚିନର ଏକ ନିଲାମୀରେ ଭାଗ ନେଇଥିବା ଜଣେ ବ୍ୟକ୍ତି ନିଲାମର ପାଞ୍ଚ ମିନିଟ୍ ମଧ୍ୟରେ କିଣିନେଇଥିଲେ,  ଗତ ବର୍ଷ ଚିନର ସୋଙ୍ଗ ବଂଶର ସହ ଯୋଡି ହୋଇଥିବା ଏକ ହଜାର ବର୍ଷ ପୁରୁଣା ଗିନା ୩,୭୭ କୋଟି ଡଲାରରେ ବିକ୍ରି ହୋଇଥିଲା ।

ସେମିତି ଦ୍ୱିତିୟ ପଟେ ଚିନ୍ , ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ ଜୋର୍ ଦିଆଯାଇଛି , ଏହାପାଇଁ ଏକ ଚିନ୍ ଅଧିକାରୀ ମଙ୍ଗଳବାରକୁ କହିଲେ କି ଚିନ୍ ପାଦରିୟୋ ଙ୍କ ନିଯୁକ୍ତି କରୁଥିବା ଅଧିକାର ସରକାରଙ୍କ ପାଖରେ ହେବା ଜରୁରୀ , ଏହାର ଜରିଆରେ ଜୋର୍ ଦିଆଯାଈଥିଲା କି ପାଦରିୟାଙ୍କ ନିଯୁକ୍ତି ଉପରେ ପୋପ୍ ନିୟନ୍ତ୍ରଣ ନ ଦେବା ଦ୍ୱାରା ଶ୍ରଦ୍ଧାଳୁ ଧାର୍ମିକ ସ୍ୱାଧିନତା ଦଖଲ ପଡୁନି ,

ଏହି ମାମଲାରେ ଚିନ୍ ସରକାର ମଙ୍ଗଳବାରକୁ ଏକ ଶ୍ୱେତ ପତ୍ରରେ ଜାରି ସାମ୍ୟବାଦୀ ଚିନ୍ ରେ ଧର୍ମ ଉପରେ ନିଜ ଜାହିର୍ କଲେ , ଏହି ଦସ୍ତାବେଜ ନାମ ଅଟେ ଧାର୍ମିକ ଆସ୍ଥାର ସ୍ୱାଧିନତା ସଂରକ୍ଷଣ ଉପରେ ଚିନ୍ ନିତିଗୁଡିକ ଓ ବ୍ୟବହାର , ଏମିତିରେ ଶ୍ୱେତ ପତ୍ର ଜାରି କରି ଧାର୍ମିକ ମାମଲାରେ ରାଜ୍ୟ ପ୍ରଶାସନ ଉପ ପ୍ରଶାସକ ଚେନ୍ ଜାଙ୍ଗରୋଗ୍ ମିଡିଆକୁ କହିଲେ କି ଚିନ୍ ର ଧାର୍ମିକ ସଂଗଠନ ବିଦେଶୀ ଶକ୍ତିରୁ ବଞ୍ଚାଇବାପାଇଂ ବେଜିଙ୍ଗ୍ ପାଖରେ ପଦରିଆ ନିଯୁକ୍ତି ଅଧିକାର ବନାଇବା ଉଚିତ୍ , ଅଧିକାରୀ କହିଲେ କି ଚିନ୍ ସଂବିଧାନ ଅନୁସାରେ ଧାର୍ମିକ ସଂଗଠନ ଏବଂ ଧାର୍ମିକ ମାମଲାରେ ବିଦେଶୀ ନିୟନ୍ତ୍ରଣ ରହିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *