November 22, 2024

Odia Express

Here, There and Everywhere

ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ? କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ଦେଇପାରିବେ ଏହି ପ୍ରଶ୍ନର ଉତ୍ତର….

ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି ଏକ ତ ବୁଦ୍ଧିମାନ ଓ ଦ୍ଵିତୀୟ ହେଲେ ଓଭରସ୍ମାର୍ଟ, ବୁଦ୍ଧିମାନ ବ୍ୟକ୍ତି ପ୍ରକୃତରେ ସେହି ଅଟନ୍ତି ଯିଏ ତାର୍କିକ ରୂପେ ବଞ୍ଚିବା ଭଲରୂପେ ଜାଣନ୍ତି। ଆଜି ଆମେ ଆପଣଙ୍କ ବୁଦ୍ଧିର ପରୀକ୍ଷଣ କରିବୁ। ଆପଣଙ୍କ ସମସ୍ତ ଡିଗ୍ରୀ ଆପଣଙ୍କ ପାଇଁ ବେକାର ଅଟେ ଯେ ପର୍ଯ୍ୟନ୍ତ ଆପଣ ନିଜକୁ ସ୍ମାର୍ଟ ପ୍ରତିପାଦିତ କରିନାହାନ୍ତି। ତେବେ ଯଦି ଆପଣ ଆମର ଆଜିର ଚାଲେଞ୍ଜ ପାଇଁ ପ୍ରସ୍ତୁତ ତେବେ ଜାଣନ୍ତୁ ଆପଣଙ୍କୁ ଜୀବନରେ କୌଣସି ବ୍ୟକ୍ତି ପରାସ୍ତ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ କିଛି ମଜାଦାର ଓ ଚଟପଟା ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହାର ଉତ୍ତର ଆପଣଙ୍କୁ ଜଣା ଥାଇପାରେ କିନ୍ତୁ ତଥାପି ଆପଣ ସନ୍ଦେହରେ ରହିବେ। ଆମର ଚାଲେଞ୍ଜ ପ୍ରମାଣିତ କରିବ ଯେ ଆପଣଙ୍କ ମସ୍ତିସ୍କ କେତେ ପ୍ରଖର ହୋଇପାରେ ।

ଆମେ ସର୍ତ୍ତ ଲଗେଇ କହିବୁ ଯେ ଆମର ଆଜିର ପ୍ରଶ୍ନ ଗୁଡିକର ଉତ୍ତର ଖୋଜିଖୋଜି ଆପଣଙ୍କର ମୁଣ୍ଡ ମଧ୍ୟ ବୁଲେଇ ଦେବ । ଆପଣଙ୍କ ପାଖରେ ପ୍ରତି ପ୍ରଶ୍ନର ଉତ୍ତର ଦେବାପାଇଁ 20ସେକଣ୍ଡର ସମୟ ରହିବ । ଯଦି ଆପଣ ଏହି କୋଡିଏ ସେକଣ୍ଡ ରେ ସଠିକ ଉତ୍ତର ଦେବାରେ ଅସଫଳ ହୁଅନ୍ତି ତେବେନିଜେ ଜାଣିଯିବେ ଯେ ଆପଣଙ୍କ ବୁଦ୍ଧିର ସ୍ତର ଏବେ କେଉଁ ପର୍ଯ୍ୟନ୍ତ ରହିଛି । ତେବେ ଆସନ୍ତୁ ପ୍ରାରମ୍ଭ କରିବା ଆଜିର ଆମର ସ୍ଵତନ୍ତ୍ର ପ୍ରଶ୍ନ ଭିତ୍ତିକ ଆହ୍ଵାନ।

ପ୍ରଥମ ପ୍ରଶ୍ନ: ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ?

ତେବେ ବନ୍ଧୁଗଣ ଆପଣଙ୍କ 20ସେକଣ୍ଡର ସମୟ ପ୍ରାରମ୍ଭ ହୋଇସାରିଛି । ଏବେ ଟିକେ ଧ୍ୟାନ ଦିଅନ୍ତୁ ଓ ମସ୍ତିସ୍କ ରୂପୀ ଘୋଡାକୁ ଚାଳନ କରନ୍ତୁ ଓ ଭଲରୂପେ ଭାବନ୍ତୁ। ଉତ୍ତର ଆପଣଙ୍କ ମନରେ କେଉଁଠାରେ ଅଛି ବାସ ଆପଣଙ୍କୁ କିଛି ଅଧିକ ଜୋର ଦେବାର ଆବଶ୍ୟକତା ଅଟେ । ଭାବନ୍ତୁ ଓ କୁହନ୍ତୁ ଯେ ଏହାର ସଠିକ ଉତ୍ତର କଣ ହୋଇପାରେ?

ଉତ୍ତର: ଏବେ ଆପଣଙ୍କ ସମୟ ଶେଷ ହୋଇସାରିଛି ଯଦି ଆପଣଙ୍କୁ ଉତ୍ତର ଜଣାନାହିଁ ତେବେ ଆପଣଙ୍କୁ ଜଣେଇଦେଉଛୁ ଯେ ଏହାର ଉତ୍ତର “ଦୋକାନୀ” ଅଟେ। କେବଳ ଏକ ଦୋକାନୀ ଅଟେ ଯେ କି ଏହି ଦୁଇଟି ଜିନିଷ ଦେଇପାରେ ।

ଦ୍ଵିତୀୟ ପ୍ରଶ୍ନ: ଏପରି କେଉଁ ଫଳ ଅଛି ଯାହା କି ମିଠା ହେବ ସତ୍ବେ ମଧ୍ୟ ବଜାରରେ ମିଳେ ନାହିଁ?

ଏହି ପ୍ରଶ୍ନର ଉତ୍ତର ବହୁତ ସହଜ ଅଟେ ଆପଣ କେବଳ ଟିକେ ଭାବନ୍ତୁ, ଆମକୁ ଜଣା ଯେ ଆପଣ ଏହାର ଉତ୍ତର ନିଶ୍ଚିତ ଦେଇପାରିବେ ।

ଉତ୍ତର: ଧୌର୍ଯ୍ୟର ଫଳ ହିଁ ଏକମାତ୍ର ଏପରି ଫଳ ଅଟେ ଯାହା କି ଦୋକାନରେ ବିକ୍ରି ହୁଏନାହିଁ ।

ତୃତୀୟ ପ୍ରଶ୍ନ: ଏକ ମଣିଷ ଗୋଟିଏ ଅଙ୍ଗୁଳି ସାହାଯ୍ୟରେ 6ଜଣ ମଣିଷଙ୍କୁ ଉପରକୁ ପହଞ୍ଚେଇ ଦେଲା ତ ସେହି ମଣିଷ କିଏ ହୋଇଥିବ?

ଏହା ତ ବହୁତ ଜଟିଳ ପ୍ରଶ୍ନ ଅଟେ ନା? କିନ୍ତୁ ବିବ୍ରତ ନହୋଇ ଏହାର ଉତ୍ତର ଚିନ୍ତା କରନ୍ତୁ ଆପଣଙ୍କ ଆଖପାଖରେ ଏହା ଅଛି । ଟିକେ ଭାବନ୍ତୁ ଏବେ ।

ଉତ୍ତର: କେବଳ ଜଣେ “ଲିଫ୍ଟମ୍ୟାନ” ହିଁ ଅଟେ ଜିଏକି ଗୋଟିଏ ଅଙ୍ଗୁଳି ଦ୍ଵାରା ବଟନ ଦବେଇ ଏକା ସାଥିରେ 6ଲୋକଙ୍କୁ ଉପର ମହଲା ପର୍ଯ୍ୟନ୍ତ ପହଞ୍ଚେଇ ପାରେ ।

ଚତୁର୍ଥ ପ୍ରଶ୍ନ: ତାହା କିଭଳି ଡ୍ରେସ ଅଟେ ଯାହାକୁ ଆପଣ ଚାହିଁଲେ ମଧ୍ୟ ପିନ୍ଧି ପାରିବେ ନାହିଁ?

ଯଦି ଆପଣ ଡ୍ରେସ ପସନ୍ଦ କରିବାରେ ଓସ୍ତାଦ ତେବେ ଆପଣ ଏହାର ଉତ୍ତର ସଠିକ ରୂପେ ଦେଇପାରିବେ। ଭାବନ୍ତୁ ହୁଏତ ଆପଣ ସଠିକ ଉତ୍ତର ଦେଇପାରିବେ ।

ଉତ୍ତର: ଏହାର ସଠିକ ଉତ୍ତର ହେଲା “ଆଡ୍ରେସ” ଯାହାକୁ ଚାହିଁଲେ ମଧ୍ୟ ଆମେ ପିନ୍ଧି ପାରିବା ନାହିଁ ।

 

Leave a Reply

Your email address will not be published. Required fields are marked *