ଖରାପ LED ବଲବ୍ କୁ ସମ୍ପୂର୍ଣ୍ଣ ମାଗଣାରେ ଠିକ କରିପାରିବେ – ତାହା ବି କେବଳ ମାତ୍ର ଦୁଇ ମିନିଟ୍ ରେ , ଜାଣନ୍ତୁ କିପରି…
ଗୋଟେ ସମୟ ଥିଲା ଯେବେ ଦେଶରେ ପ୍ରାୟ ସବୁ ଆଡେ ୧୦୦ ୱାଟର ବଲବ୍ କୁ ବ୍ୟବହାର କରୁଥିଲେ , କିନ୍ତୁ ଆଜିକାଲି ସେହି ବଲବ୍ କୁ ଆଉ କେହି ବି ବ୍ୟବହାର କରୁନାହାନ୍ତି , ସେହି ବଲବ୍ ର ଯୁଗ ଶେଷ ହୋଇଯାଇଛି , ଏବେ ତାହାର ଜାଗାରେ କମ୍ ଇଲେକ୍ଟ୍ରିସିଟୀରେ ଏଲ୍ ଇଡି ବଲବ୍ ଯୁଗ ଚାଲିଛି , ଆଜିର ଦେଶରେ ପ୍ରାୟ ସବୁ ଘରେ ଏଲ୍ ଇଡି ବଲବ୍ ବ୍ୟବହାର ହୋଇଥାଏ । ଆପଣଙ୍କୁ କହିଦେବୁ କି ଏହି ନୁଆ ଏଲ୍ ଇଡି ବଲବ୍ ପୁରୁଣା ବଲବ୍ ତୁଳନାରେ ବହୁତ ଗୁଣରେ ଉନ୍ନତ ଅଟେ , ଓ ଏହାର ବହୁଳ ବ୍ୟବହାର ବି ହେଉଛି , ଓ ଏହା ବହୁତ ବର୍ଷ ଯାଏଁ ବି ଚାଲିଥାଏ, ଏଲ୍ ଇଡି ବଲବ୍ ର ସବୁଠାରୁ ବଡ ଫାଈଦା ଏହା ହୋଇଥାଏ କି ସେ କମ୍ ଉର୍ଜାରେ ଅଧିକା ଆଲୋକପ୍ରଦାନ କରିଥାଏ , ଏହି କାରଣରୁ ସରକାର ଏବେ ପୁରୁଣା ବଲବ୍ କୁ ପୁରା ହଟାଇ ଏଲ୍ ଇଡି ବଲବ୍ ର ପ୍ରୟୋଗ କରିବାକୁ ଜୋର୍ ଦେଉଛନ୍ତି , ଯାହା ଦ୍ୱାରା ଉର୍ଜା କମ୍ ହୋଇପାରୁ ।
କିନ୍ତୁ ଆପଣ ଜାଣିଥିବେ କି ଏଲ୍ ଇଡି ବଲବ୍ ଅଲଗା ବଲବ୍ ଅପେକ୍ଷା ଅଧିକା ଦାମିକା ହୋଇଥାଏ , କାରଣ ଏମାନେ ଭଲ ଆଲୋକ ଦେଇଥାନ୍ତି , ଓ ବହୁତ ବର୍ଷ ଯାଏଁ ବ୍ୟବହାର ଯୋଗ୍ୟ ହୋଇଥାଏ, କିନ୍ତୁ ସବୁ ଜିନିଷର ଏକ ସୀମା ହୋଇଥାଏ , ଯାହା ଦ୍ୱାରା ତାର ବ୍ୟବହାରରେ ତାର ରଶ୍ମୀ କମ୍ ହେବାକୁ ଲାଗିଥାଏ , ଓ ଖରାପ ବି ହେବାକୁ ଲାଗେ , ଖରାପ ହେଲା ପରେ ଲୋକେ ଏହାକୁ ପକାଇଦିଅନ୍ତି , ଓ ବଜାରରୁ ନୁଆ ଏଲ୍ ଇଡି ବଲବ୍ କୁ କିଣିଆଣନ୍ତି , ଏମିତି କରିବା ପ୍ରକୃତରେ ବୋକାମୀ ଅଟେ, କାରଣ ଟିକିଏ ପରିଶ୍ରମ କଲେ ଏହି ବଲବ୍ କୁ ଘରେ ସହଜରେ ରିପେୟାର୍ କରିପାରିବେ , ଏମିତି କଲେ ପଇସା ବି କମ୍ ଲାଗିବ , ତେବେ ଆସନ୍ତୁ ଜାଣିବା କିପରି ଆମେ ଏଲ୍ ଇଡି ବଲବ୍ କୁ ପୁନଃ ଉପଯୋଗ କରିପାରିବା ।
ପ୍ରଥମେ ଜାଣିବାକୁ ହେବ କି ଏଲ୍ ଇଡି ବଲବର କେଉଁ ଭାଗ ଖରାପ ହୋଇଛି , ଏଲ୍ ଇଡି ବଲବ୍ ଭିତରେ ଏକ ଛୋଟ ସର୍କିଟ୍ ହୋଇଥାଏ, ଯେଉଁଥିରେ କିଛି ଟ୍ରାଞ୍ଜିଷ୍ଟର୍ ଓ କାପାସିଟର୍ ଥାଏ , ଏହା ଛଡା ବହୁତ ଛୋଟ ଛୋଟ ଏଲ୍ ଇଡି ଲାଗିଥାଏ, କିନ୍ତୁ ଏହି ଏଲ୍ ଇଡି ଖରାପ ହେବାର ସଂମ୍ଭାବନା ବହୁତ କମ୍ ହୋଇଥାଏ, ବଲବ୍ ଭିତରେ ଅଧିକାଂଶ ଥର ଖରାପ ହୋଇଥାଏ କାପାସିଟର୍ ନହେଲେ ଟ୍ରାଞ୍ଜିଷ୍ଟର୍, କାରଣ ଏହି ଦୁଇଟି ଜିନିଷ ଅଧିକା ଗରମ ହେଲେ ଖରାପ ହୋଇ ଫାଟିଯାଆନ୍ତି , ଏହାକୁ ବଦଲାଇବା ବହୁତ ସହଜ ଅଟେ, ବହୁତ୍ କମ୍ ଦାମରେ ଏହାକୁ ବଜାରରୁ କିଣିପାରିବେ , ଓ ସହଜରେ ବଦଳାଇପାରିବେ ।
ଏଲ୍ ଇଡି ବଲବ୍ କୁ ରିପେୟାର୍ କରୁଥିବା ସମୟରେ ସବୁଠାରୁ ପ୍ରଥମେ ତାହାକୁ ଖୋଲିକରି ଦେଖିବାର ଅଛି କି ତାରଭିତରେ କେଉଁ ପାର୍ଟ ଖରାପ ହୋଇଛି , ଏଲ୍ ଇଡି ବଲବ୍ କୁ ଖୋଲିବାପରେ ଆପଣଙ୍କୁ ତା ଭିତରେ ଏକ ସର୍କିଟ୍ ଦେଖାଯିବ , ଯାହା ଏଲ୍ ଇଡି ଲାଗିଛି , ଓ ଏହା ପଛରେ କାପାସିଟର୍ ଓ ଟ୍ରାଞ୍ଜିଷ୍ଟର୍ ଲାଗିଥାଏ, ଯଦି କାପାସିଟର୍ ଓ ଟ୍ରାଞ୍ଜିଷ୍ଟରରେ କେଉଁ ଖରାପ୍ ଥାଏ ତେବେ ଆପଣଙ୍କୁ ଏହା ଫାଟିଯାଇଥିବାର ଦେଖାଯିବ , ଏବେ ସୋଲଡିଙ୍ଗ୍ ଆଇରନ୍ ଦ୍ୱାରା ସେ ଫାଟିଯାଇଥିବା କାପାସିଟର୍ ଓ ଟ୍ରାଞ୍ଜିଷ୍ଟରକୁ ବାହାର କରି ବଜାରରୁ ନୁଆ ଲଗାଇପାରିବେ , ଏହା ସବୁ କରିବାପରେ ବଲବ୍ କୁ ଖୋଲିବାପରି ସେପରି ବନ୍ଦ କରିଦିଅନ୍ତୁ , ଏମିତି କଲେ ବଲବ୍ ଆଉଥରେ ଜଳିବାକୁ ଲାଗିବ , ଓ ଆଲୋକ ଦେବ । ଏହିପରି ଭାବେ ଆପଣ ଏଲ୍ ଇଡି ବଲବ୍ କୁ ବ୍ୟବହାର ଯୋଗ୍ୟ କରିପାରିବେ ।