ଏହି ବଡ ଖେଳାଳି କହିଲେ କି ଯଦି ମୁଁ ଚୟନକର୍ତ୍ତା ହୋଇଥାନ୍ତି ତେବେ ଶିଖର ଧବନଙ୍କୁ T20 ବିଶ୍ୱକପ୍ ରେ ଖେଳିବା ପାଇଁ ସୁଯୋଗ ଦିୟନ୍ତି ନାହିଁ କାରଣ..
ଭାରତୀୟ କ୍ରିକେଟ୍ ଟିମ୍ ର ସଲାମୀ ବ୍ୟାଟ୍ସମ୍ୟାନ୍ ଶିଖର ଧବନଙ୍କ ପାଇଁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଆଘାତ ଲାଗିବା ଦିନଠାରୁ ଟି ଟ୍ୱେଣ୍ଟି ଓ ୱାନ୍ ଡେ ସିରିଜ୍ ରୁ ଦୁରେଇଦେଲେ , ଶିଖର ଧବନ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଆଘାତ ଲାଗିବା କାରଣରୁ ବାହାର ହୋଇଥିଲେ, କିନ୍ତୁ ଆଉଥରେ ଶିଖର ଧବନ ଶ୍ରୀଲଙ୍କାର ଟିଟ୍ୱେଣ୍ଟି ସିରିଜ୍ ରେ ଫେରିଆସିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ତିନୋଟି ମ୍ୟାଚ ପାଇଁ ଶିଖର ଧବନଙ୍କୁ ବଛାଯାଇଛି , କିନ୍ତୁ ଏବେ ଧବନ ଟେଷ୍ଟ କ୍ରିକେଟ୍ ପରେ ଟି ଟ୍ୱେଣ୍ଟି ଫର୍ମାଟ୍ ରେ ସେମିତି ନଜର ଆସିଛନ୍ତି । ଭାରତ ପାଇଁ ତିନୋଟି ଫର୍ମାଟରେ ସ୍ଥାପିତ ହୋଇଥିବା ଶିଖର ଧବନ ପାଇଁ ଗତ ବର୍ଷ ଟେଷ୍ଟ କ୍ରିକେଟ୍ ରେ ଜାଗା ଶେଷ ହୋଇଥିଲା, ଯାହାପରେ ତାଙ୍କର ଟେଷ୍ଟରେ ଫେରିପାରିଲେ ନାହିଁ , ଏହାପରେ ଧବନ ଲଗାତାର ଟି ଟେଣ୍ଟି ଓ ୱାନ୍ ଡେ ଖେଳୁଛନ୍ତି , କିନ୍ତୁ ଅନ୍ୟ ପଟେ ତାଙ୍କ ଉପରେ ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ୍ ପ୍ରେସର୍ ପକାଉଛନ୍ତି ।
ଶ୍ରୀଲଙ୍କା ବିପକ୍ଷର ଟିଟ୍ୱେଣ୍ଟିରେ ଭାରତ ପାଇଁ ସଲାମୀ ବ୍ୟାଟ୍ସମ୍ୟାନ୍ ହିସାବରେ ଶିଖର ଧବନ ଓ କେ ଏଲ୍ ରାହୁଲ୍ ଙ୍କୁ ବଛାଯାଈଛି , କିନ୍ତୁ ଭାରତର ପୂର୍ବ ଦିଗଜ କୃଷ୍ଣମାଚାରୀ ଶ୍ରୀକାନ୍ତ ମାନିଲେ କି ଶ୍ରୀଲଙ୍କା ବିପକ୍ଷରେ ଯେତେ ବି ଧବନ ରନ୍ କରିନିଅନ୍ତୁ କିନ୍ତୁ କେଏଲ୍ ରାହୁଲ୍ ପରି ହୋଇପାରିବେ ନାହିଁ । କେ ଶ୍ରୀକାନ୍ତ ଏହା ବି କହିଦେଲେ କି ରାହୁଲ୍ ଧବନଙ୍କ ଠାରୁ ଭଲ ଖେଳ ପ୍ରଦର୍ଶନ କରନ୍ତି , ଷ୍ଟାର୍ ସ୍ପୋର୍ଟ୍ସ ତାମିଲ୍ ସହ କଥାବାର୍ତ୍ତା କରୁଥିବା ବେଳେ ସେ କହିଲେ କି ଶ୍ରୀଲଙ୍କା ବିପକ୍ଷରେ ରନର କିଛି ମହତ୍ତ୍ୱ ନାହିଁ, ଯଦି ମୁଁ ଚୟନ ସମିତି ରେ ଚେୟାରମ୍ୟାନ୍ ହୋଇଥାନ୍ତି ତେବେ ଟିଟ୍ୱେଣ୍ଟି ବିଶେଷ ରୁପରେ ଧବନଙ୍କୁ ବାଛି ନଥାନ୍ତି , ତାଙ୍କ ଜାଗାରେ କେ ଏଲ୍ ରାହୁଲ୍ ଙ୍କୁ ବାଛିଥାନ୍ତି ।
ଗତ କିଛି ସମୟରୁ କେଏଲ୍ ରାହୁଲ୍ ପ୍ରଦର୍ଶନ ଭଲ ରଖୁଛନ୍ତି , ଭାରତ ପାଇଁ ଟେଷ୍ଟରେ ଜାଗା କରିବା ପରେ ରାହୁଲ୍ ସିମିତ ଓଭର୍ କ୍ରିକେଟ୍ ରେ ବି ନିଜର ପ୍ରେସର ପକାଇ ରଖିଛନ୍ତି , ତାଙ୍କର ୱାନ୍ ଡେ ଓ ଟିଟ୍ୱେଣ୍ଟି ଦୁହେଁରେ ଭଲ ପ୍ରଦର୍ଶନ ରହିଛି , ଟି ଟ୍ୱେଣ୍ଟିରେ ରାହୁଲ୍ ଙ୍କ ବ୍ୟାଟ୍ ରୁ ୯ ଟୀ ପାରିରୁ ୪ ଟି ଅର୍ଦ୍ଧଶତକ ହୋଇଛି ।
ସେମିତି ଅନ୍ୟ ପଟେ ଶିଖର ଧବନଙ୍କ କଥା କହିଲେ ସେ ଲଗାତାର ପ୍ଲପ୍ ହେଉଛନ୍ତି , ଟି ଟ୍ୱେଣ୍ଟି ଫର୍ମାଟ ତ ଧବନଙ୍କ ଟାର୍ଗେଟ୍ ସେଟ୍ ହୋଇନାହିଁ , ପ୍ରଥମତଃ ଦ୍ରୁତ୍ ରନ୍ ସଂଗ୍ରହ କରିନାହାନ୍ତି ଓ ଗତ ୧୩ ଟି ଟିଟ୍ୱେଣ୍ଟିରୁ ସେ ଗୋଟେ ବି ଅର୍ଦ୍ଧଶତକ ବି କରିପାରିନାହାନ୍ତି ।