November 22, 2024

Odia Express

Here, There and Everywhere

ନୁଆ ବର୍ଷ ୨୦୨୦ ରେ ଯଦି ସବୁ ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି , ତେବେ ଚନ୍ଦ୍ର ଓ ମଙ୍ଗଳଦେବଙ୍କୁ ଏଭଳି ପ୍ରସନ୍ନ କରନ୍ତୁ…ବର୍ଷ ସାରା ଦୁଃଖ ଆସିବ ନାହିଁ…

ମଙ୍ଗଳ ଗ୍ରହ ସବୁଠାରୁ ତେଜସ୍ୱୀ ଗ୍ରହ ବୋଲି ଜଣାଯାଏ , କୁହାଯାଏ କି ଯଦି ସେ କେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାଆନ୍ତି ତେବେ ତାଙ୍କ ଜୀବନ ମଙ୍ଗଳମୟ ହୋଇଯାଏ , ତାଙ୍କର୍ ପୁଜା କରିଲେ ହନୁମାନଜୀ ପ୍ରସନ୍ନ ହୋଇଥାନ୍ତି , ବହୁତଥର କୁଣ୍ତଳୀରେ ମଙ୍ଗଳଦୋଷ ରହିବା କାରଣରୁ କଷ୍ଟ କିମ୍ବା ବାଧା ଉତ୍ପନ୍ନ ହୋଇଥାଏ , ଜ୍ୟୋତିଷ୍ୟରେ ମଙ୍ଗଳ କୁ ଏକ କ୍ରୁର ଗ୍ରହ କୁହାଯାଏ , ମନୁଷ୍ୟ ଜୀବନରେ ଏହା ପ୍ରଭାବକାରି ଗ୍ରହ ହୋଇଥାଏ, ମଙ୍ଗଳ ଦୋଷ କାରଣରୁ ୧୨ ଟି ରାଶି ଉପରେ ଏହାର ପ୍ରଭାବ ଭିନ୍ନ ହୋଇଥାଏ , ସେହି ପ୍ରଭାବର ବିସ୍ତୁତ ରୁପରେ ଆପଣ ଜାଣିପାରିବେ ।ଜ୍ୟୋତିଷ୍ୟ ଶାସ୍ତ୍ରର ଅନୁସାରେ ମଙ୍ଗଳ ଗ୍ରହକୁ ପୃଥିବୀଙ୍କ ପୁତ୍ର ବୋଲି କୁହାଯାଏ , ଗ୍ରହରେ ମଙ୍ଗଳର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରାପ୍ତି ଅଛି , ଆମର ଶରୀରରେ ମଙ୍ଗଲ ରକ୍ତ ନିବାସ କରେ

ଯେଉଁ ବ୍ୟକ୍ତି ଖେଳକୁଦ ପରି କୁସ୍ତି, କ୍ରିକେଟ୍ , ବକ୍ସିଙ୍ଗ୍ , ଆଦି ଖେଳାଳୀ ହୋଇଥାଏ ତାଙ୍କର ମଙ୍ଗଳ ଅଧିନ ହୋଇଥାନ୍ତି , ସେନାର୍ ଅଧିକାରୀ, ପୋଲିସ୍ , ସର୍ଜନ ଆଦି ମଙ୍ଗଲ ଅଧିନ ହୋଇଥାନ୍ତି , ମଙ୍ଗଲର ସହ ଶନିଙ୍କ ସଂଯୋଗ ବ୍ୟକ୍ତିକୁ ଡାକ୍ତର ବନାଇଥାଏ , ଯଦି ମଙ୍ଗଲ ଅଧିକା ବଳବାନ ହୋଇଥାଏ ତେବେ ସେ ସଫଳ ଡାକ୍ତର ହୋଇଥାଏ, ତଥା ତାର ସବୁ କାର୍ଯ୍ୟ ଚିରାକଟା ସହ ଜଡିତ ହୋଇଥାଏ, ଶନି ଯଦି ଅଧିକା ବଳବାନ ହୋଇଥିବେ ତେବେ ଦୁହେଁଙ୍କ ସଂଯୋଗରେ କାରବାସ କିମ୍ବା ଜେଲ୍ ସଂବନ୍ଧିତ ଆଜିବିକା ହୋଇପାରେ । ମଙ୍ଗଳ ମକର ରାଶିର ଉଚ୍ଚ ହୋଇଥାନ୍ତି , ଓ କର୍କଟ୍ ରାଶିର ତଳେ ରହିଥାନ୍ତି , ସେମିତି ଚନ୍ଦ୍ରମା ପିଡିତ ହେଲେ ମନ ଖରାପ ହେବା ସହ ଆତ୍ମବିଶ୍ୱାସ ଓ ସାହାସ ବି ଦୁର୍ବଲ ହୋଇଯାଏ , ମାନାଯାଏ କି ଯେଉଁମାନଙ୍କର କୁଣ୍ତଳୀରେ ଚନ୍ଦ୍ରମା ଓ ମଙ୍ଗଳ ଦୁର୍ବଲ ଅଛନ୍ତି , ସେମାନେ କରଜ ଓ ମୁକଦ୍ଧମାରେ ଫସି ରୁହନ୍ତି ।

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମଙ୍ଗଳ ଶକ୍ତି, ଉର୍ଜା, ଆତ୍ମବିଶ୍ୱାସ, ଓ ପରାକ୍ରମ ସ୍ୱମୀ ହୋଇଥାନ୍ତି , ମଙ୍ଗଳଙ୍କୁ ନବଗ୍ରହର ସେନାପତି ଦର୍ଜା ମିଳିଛି , ଏହାର ମୁଖ୍ୟ ତତ୍ତ୍ୱ ଅଗ୍ନି ହୋଇଥାଏ, ଏହାର ମୁଖ୍ୟ ରଙ୍ଗ ଲାଲ୍ ହୋଇଥାଏ ତମ୍ବା ଏହାର ଧାତୁ ଅଟେ, ଓ ଜଉ , ଲାଲ ମସୁର , ଆଦି ଏହାର ଅନ୍ନ ହୋଇଥାଏ । ମଙ୍ଗଲ ଗ୍ରହ ରାଶିରେ ମେଷ ଓ ବିଛା ଅଛନ୍ତି , ମାଙ୍ଗଲିକ ଦୋଷ ମନୁଷ୍ୟ ଜୀବନରେ ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ , ମଙ୍ଗଳ ଦୋଷ ବ୍ୟକ୍ତି ବିବାହରେ ଡେରି କିମ୍ବା ଅନ୍ୟ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥାଏ, ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଯଦି କେଉଁ ଜାତକର ଜନ୍ମ କୁଣ୍ତଳୀରେ ମଙ୍ଗଳ ଗ୍ରହ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଦ୍ୱାଦଶ ଭାବରେ ବସିଥିବେ ତେବେ ଏହି ସ୍ଥିତିରେ କୁଣ୍ତଳୀରେ ମାଙ୍ଗଳିକ ଦୋଷ ଲାଗିଥାଏ ,

ଚନ୍ଦ୍ରମା ଓ ମଙ୍ଗଳ ଦେବଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି ଉପାୟ ମାନ । ମଙ୍ଗଳବାର କୁ ଉପବାସ ରଖନ୍ତୁ , ଏହି ଦିନ ଲୁଣର୍ ସେବନ କରନ୍ତୁ ନାହିଂ , ଏହି ଦିନ ପ୍ରାତଃ କାଳରେ ଓ ସଂନ୍ଧ୍ୟା ସମୟରେ ହନୁମାନ ଚାଲିଶା ପାଠ କରନ୍ତୁ ,

ସୋମବାର ଦିନ ଏକ ଲୋଟାରେ କଞ୍ଚା କ୍ଷୀର ଓ ପାଣିରେ କଳା ରାଶି ମିଶାଈ ଶିବଲିଙ୍ଗ ଉପରେ ଚଢାନ୍ତୁ , ତାହା ସହ ଏହି ଦିନ ସଂନ୍ଧ୍ୟା ସମୟରେ ଦରକାରୀ ଲୋକଙ୍କୁ ବା ଅଭାବି ଲୋକଙ୍କୁ ଧଳା ବସ୍ତ୍ର ଦାନରେ ଦିଅନ୍ତୁ ।

ଭାରତୀୟ ବୈଦିକ ଜ୍ୟୋତିଷ୍ୟରେ ମଙ୍ଗଳ ଗ୍ରହକୁ ମୁଖ୍ୟ ହିସାବରେ ଶକ୍ତି ଓ ପୁରୁଷ୍ୱତ କାରକ ମାନାଯାଏ , ମଙ୍ଗଳ ପ୍ରତ୍ୟେକ ବ୍ୟକ୍ତିର ଶାରରୀକ ଶକ୍ତି ତଥା ମାନସିକ ଶକ୍ତିର ଏବଂ ମଜବୁତିର ପ୍ରତିନିଧିତ୍ୱ କରେ , ମାନସିକ ଶକ୍ତିର ଅଭିପ୍ରାୟ ଏଠାରେ ନିର୍ଣ୍ଣୟ ନେବାର କ୍ଷମତା ଓ ସେହି ନିର୍ଣ୍ଣୟ ଉପରେ ଅଟକି ରହିବାର କ୍ଷମତା ଅଛି , ଜ୍ୟୋତିଷ୍ୟ ଶାସ୍ତ୍ର ନୁସାରେ , ମଙ୍ଗଳ ଦେବଙ୍କ ଜପ ଦ୍ୱିପହରରେ କରିଲେ ମଙ୍ଗଳ ଦୋଷ ର ଅଶୁଭ ପ୍ରଭାବ ଦୁର ହୋଇଯାଏ ।

Leave a Reply

Your email address will not be published. Required fields are marked *