November 22, 2024

Odia Express

Here, There and Everywhere

ଚାହା ବନାଇବା ପରେ ଫୁଟିଥିବା ଚାହା ପତି କୁ ଭୁଲ୍ ରେ ଫିଙ୍ଗନ୍ତୁ ନାହିଁ – ଏହାର ଫାଇଦା ଜାଣିଲେ ଆପଣ ଭୁଲ ରେ ମଧ୍ୟ ଏହାକୁ ଆଉ ଫିଙ୍ଗିବେ ନାହିଁ..

ସେମିତି ଆମେ ସମସ୍ତେ ଜାଣିଛେ କି ଆମ ମଧ୍ୟରୁ ଅଧାରୁ ଅଧିକ ଲୋକେ ଚାହାର ସେବନ କରନ୍ତି , ଏହାର କାରଣରୁ ସବୁ ଘର୍ ସକାଳ ସମୟରେ ଚାହା ତିଆରି ହୋଇଥାଏ , ସେ ଗ୍ରୀନ୍ ଟୀ ହେଉ କିମ୍ବା ବ୍ଲାକ୍ ଟୀ ସବୁ ପ୍ରକାରର ଚାହା ବନାଇବା ପାଇଁ ଚାହାପତ୍ତିର ବ୍ୟବହାର କରାଯାଏ , କିନ୍ତୁ ଚାହା ପିଇବା ପରେ ଆମେ ଚାହାପତ୍ତିକୁ ବେକାର୍ ଭାବି ପକାଇଦେଉ , ତେବେ ଆପଣଙ୍କୁ କହିଦେବୁ କି ଏମିତି କଲେ ଆପଣ କ୍ଷତିରେ ପଡିପାରନ୍ତି , ଯେଉଁ ଚାହାପତ୍ତିକୁ ଆପଣ ପକାଉଛନ୍ତି , ତାହା ଆପଣଙ୍କ ବହୁତ କାମରେ ଆସିବ , ତେବେ ଆସନ୍ତୁ ଜାଣିବା ବଞ୍ଚିଥିବା ଚାହାପତ୍ତିରୁ ଆମେ କିପରି ଭାବେ ଲାଭ ପାଇପାରିବା

୧) ଚାହାପତ୍ତିର ବ୍ୟବହାର ଆମେ କାଠରେ ତିଆରି ହୋଇଥିବା ଜିନିଷକୁ ଚିକ୍କଣ କରିବାରେ ହୋଇଥାଏ , ଏହି କଥାକୁ ଶୂଣିକରି ସେମିତି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ , କିନ୍ତୁ ଏହା ସତ ଅଟେ , ଚାହା ବନାଇବାପାଇଁ ଚାହାପତ୍ତି ଆଉଥରେ ଭଲ ଭାବରେ ଗରମ ପାଣିରେ ସିଝାଇଦିଅନ୍ତୁ , ଓ ଶିଶିରେ ଭରିକରି ରଖିନିଅନ୍ତୁ , ଓ ଏହାର ପ୍ରୟୋଗ କାଠରେ ତିଆରି ହୋଇଥିବା ଆସବାବ ପତ୍ରକୁ ଚିକ୍କଣ କରିବାରେ ବ୍ୟବହାର କରିପାରିବେ ।

୨)ଯଦି ଆପଣଙ୍କ ଘରେ କାବୁଲି ଚଣା ବନାଉଛନ୍ତି , ତେବେ ଏହାର ପ୍ରୟୋଗ କରିପାରିବେ , ସବୁଠାରୁ ପ୍ରଥମେ ଚାହାପତ୍ତିକୁ ଧୋଇକରି ଭଲ ଭାବରେ ସୁଖାଇଦିଅନ୍ତୁ , ଓ ପରେ କାବୁଲି ଚଣାକୁ ସିଝୁଥିବା ପାଣିରେ ଚାହାପତ୍ତିରେ ପକାଇଦିଅନ୍ତୁ , ଏହି ଚଣାର ରଙ୍ଗ ଅଧିକା ଆକର୍ଷକ ଲାଗିବ ।

୩) ଚାହା ପତ୍ତିରେ ଆଣ୍ଟି ଏକ୍ସିଡେଣ୍ଟ ରହିଥାଏ ଯାହାର କାରଣରୁ ଏହାର ପ୍ରୟୋଗ ଆଘାତ ଲାଗିବା କିମ୍ବା ଘା ରେ କରାଯାଏ , ଏଥିରେ ସବୁଠାରୁ ପ୍ରଥମେ ଚାହାପତ୍ତିକୁ ସିଝାଇ ଏହାକୁ ଆଘାତ ଲାଗିଥିବା ସ୍ଥାନରେ ଲଗାଇଦିଅନ୍ତୁ , ଏହା ଛଡା ଚାହା ପତ୍ତିର ପାଣିରେ ନିଜ ଘାକୁ ଧୋଇପାରିବେ , ଏତିକି ନୁହେଁ ଚାହାପତ୍ତି ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ,  ଓ ଘା ଜଲଦି ଭରି ଯାଏ ।

୪) ଯଦି ଗଛ କୁଣ୍ତ ବହୁତ ଦିନ ହେଲା ସାର ପାଇନାହୀଁ , ତେବେ ଏହା ବଞ୍ଚିଥିବା ଚାହାପତ୍ତି ପକାଇଲେ ଏହା ସାର୍ ପରି କାମ କରିଥାଏ,  ଏହା ଦ୍ୱାରା ଗଛ ଆଉଥରେ ଭଲରେ ବଢିପାରିବ ।

୫) ଯଦି ଘରେ ମାଛି ଅଧିକ ହେଉଛି , ଓ ସେଠାରେ ସେହି ସ୍ଥାନକୁ ଦାଗ କରିଦେଇଛନ୍ତି । ତେବେ ସେଠାରେ ଧୋଇଥିବା ଚାହାପତ୍ତିକୁ ଭଲ ଭାବରେ ଓଦା କରି ରଗଡିଦିଅନ୍ତୁ , ଏହା ଦ୍ୱାରା ଘରର ସେହି ସ୍ଥାନ ବିଲକୁଲ୍ ସଫା ହୋଇଯିବ ।

୬) ବାଳ ପାଇଁ ଚାହାପତ୍ତିର ପ୍ରୟୋଗ ବହୁତ ଫାଇଦାଦାୟକ ହୋଇଥାଏ , ଏହା ବାଳରେ ଚମକ ଆଣିଥାଏ , ଓ ବହୁତ ନରମ ବି କରିଦିଏ , ଏହା ଏକ ପ୍ରକାରର ପ୍ରାକୃତିକ କଣ୍ତିସନର୍ ଭାବେ କାମ କରିଥାଏ , ଯଦି ଚାହାପତ୍ତି ଅଛି ତେବେ ଏହାକୁ ଭଲ ଭାବେ ଧୋଇଦିଅନ୍ତୁ , ଓ ଏହାକୁ ଆଉଥରେ ପାଣିରେ ସିଝାଇଦିଅନ୍ତୁ , ଏହାପରେ ଗରମ ହୋଇଥିବା ପାଣିରେ ବାଲକୁ ସଫା କରନ୍ତୁ , ଏମିତି କରିଲେ ବାଲରେ ପ୍ରାକୃତିକ ଚମକ ଆସିବ ,

୭) ଚାହାପତ୍ତିରେ ଟିକିଏ ପରିମାଣର ଭିମ୍ ପାଉଡର୍ ମିଶାଇକରି ସଫା କରିପାରିବେ , ଏଥିରେ ଅଧିକା ବାସନ ଚମକ ଆସିବ ।

Leave a Reply

Your email address will not be published. Required fields are marked *