October 17, 2024

Odia Express

Here, There and Everywhere

ବାରବାଟୀ ରେ ମ୍ୟାନ ଅଫ ଦ ସିରିଜ ଜିତିବା ପରେ ମଧ୍ୟ ରୋହିତ ଶର୍ମା ଭାବୁକ ହେଇଗଲେ – କହିଲେ ଯଦି ବିଶ୍ୱକପ ରେ ଜିତିଥାନ୍ତି ତେବେ…

କାଲି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଠାରୁ ବିଜୟ ଲାଭ କରି ସିରିଜ କୁ ନିଜ ହାତ ମୁଠା କୁ ନେଇଛି | ତେବେ ଏହି ମ୍ୟାଚ ଟି କଟକ ରେ ହେଇଥିବାରୁ ଓଡ଼ିଶାର ଲୋକ ଖୁବ ଖୁସି ହେଇଥିଲେ | ତେବେ ଏହି ମ୍ୟାଚ ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲେ |ଏହି ମ୍ୟାଚ ରେ ଭାରତୀୟ ଦଳ ୩୧୬ ରନ କରି ବିଜୟଲାଭ କରିଥିଲେ | ତେବେ ଏଥିରେ ରୋହିତ ଶର୍ମା ମ୍ୟାନ ଅଫ ଦ ସିରିଜ ବିବେଚିତ ହେବା ସହ କୋହଲି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଇଛନ୍ତି |ତେବେ ସିରିଜ ହେବା ପରେ ରୋହିତ ଶର୍ମା କହିଲେ ଏଭଳି କଥା ଶୁଣିଲେ ଆପଣ ମଧ୍ୟ ଭାବୁକ ହେଇଯିବେ

ତେବେ ପୁରା ସିରିଜ ରେ ଭଲ ପଦର୍ଶନ କରିଥିବା ରୋହିତ ଶର୍ମା କହିଛନ୍ତି ଯେ – ଏହା ଏକ ନିର୍ଣ୍ଣାୟକ ମ୍ୟାଚ ଥିଲା ଓ ଏହି ମ୍ୟାଚ ରେ ଆମକୁ ଯେମିତି ବି ହେଉ ଜିତିବାର ଥିଲା | କଟକ ଏକ ଭଲ ପଡିଆ | ଏଠାରେ ଖେଳିବାକୁ ଭଲ ଲାଗିଥିଲା କିନ୍ତୁ ମୁଁ ଅଧିକ ସମୟ ଖେଳି ପାରି ନଥିଲି | କିନ୍ତୁ ରାହୁଲ ଓ କୋହଲି ଭଲ ପଦର୍ଶନ କରିଥିଲେ | ଅନ୍ତିମ ପର୍ଯ୍ୟରେ ସାରଦୁଲ ଠାକୁର ଙ୍କ ସଟ ଦେଖି ମୋତେ ଖୁବ ମଜାଲାଗିଥିଲା |ତେବେ ତାଙ୍କ ସହ ଜାଡେଜା ଙ୍କ ଖେଳ ମଧ୍ୟ ଖୁବ ଭଲ ଲାଗିଲା

ଏହାପରେ ରୋହିତ ଶର୍ମା କହିଥିଲେ ଯେ – ମୋ ପାଖରେ ଏ ବର୍ଷ ଅନେକ ଗୁଡିଏ ଉପଲବ୍ଧି ଅଛି | ତେବେ ଯଦି ବିଶ୍ୱକପ ଜିତିଥାନ୍ତୁ ତେବେ ଆହୁରି ଭଲ ହେଇଥାନ୍ତା | ଦଳରେ ସମସ୍ତେ ଭଲ ପଦର୍ଶନ କରିଥିଲେ ଓ ସମସ୍ତେ ନିଜର ବେଷ୍ଟ ଦେଇଥିଲେ |ଏହାପରେ କହିଥିଲେ ଯେ ଏହା ବର୍ଷର ଅନ୍ତିମ ମ୍ୟାଚ ଥିଲା ତେବେ ନୂଆ ବର୍ଷ ରେ ମୁଁ ଅଧିକ ଉତ୍ସାହିତ ଅଛି |ମୁଁ ଆଗାମୀ ଦିନରେ ଆହୁରି ଭଲ ପଦର୍ଶନ କରିବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି | ଶେଷରେ ସେ କଟକ ର ଦର୍ଶକ ମାନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *