October 17, 2024

Odia Express

Here, There and Everywhere

ୱେଷ୍ଟଇଣ୍ଡିଜ ଅଧିନାୟକ ମ୍ୟାଚ ହାରିବା ପରେ ଭାରତୀୟ ଦଳ ପାଇଁ କହିଦେଲେ ଏଭଳି କଥା ଯେ ସବୁ ଭାରତୀୟ ଲୋକଙ୍କ ହୃଦୟ ଜିତିଗଲେ – ଦେଖନ୍ତୁ କଣ କହିଲେ..

1 min read

୩ଟି ଏକଦିବସୀୟ ମ୍ୟାଚ ରୁ ପ୍ରଥମ ଟି ୱେଷ୍ଟଇଣ୍ଡିଜ ଜିତିଥିବା ବେଳେ ବାକି ୨ଟି ମ୍ୟାଚ ଭାରତ ଜିତି ସିରିଜ କୁ କବ୍ଜା କରିଛି | କଲି କଟକ ବାରବାଟୀ ରେ ଖେଳ ଯାଉଥିବା ମ୍ୟାଚ ରେ ବିଜୟଲାଭ କରି ବିଜୟ ମୁକୁତା ପିନ୍ଧିଚି ଭାରତୀୟ ଦଳ |ତେବେ ଏହି ମ୍ୟାଚ ରେ ଭାରତୀୟ ଦଳ ୪ୱେକେଟ ବିନିମୟ ରେ ମ୍ୟାଚ ଜିତି ୨-୧ ରେ ବିଜୟଲାଭ କରିଛି | ତେବେ ଏହି ମ୍ୟାଚ ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା |ଯାହାକି ସାରା ଦେଶର କ୍ରିକେଟ ପ୍ରେମୀ ଙ୍କୁ ଖୁବ ଖୁସି ଆଣିଦେଇଥିଲା | ତେବେ ବିଶେଷ କରି ଏହା ଓଡିଶା ରେ ହେଉଥିବାରୁ ଓଡିଶା ଲୋକଙ୍କୁ ଅଧିକ ଖୁସି ଦେଇଥିଲା

ତେବେ ଏହି ମ୍ୟାଚ ସରିବା ପରେ ୱେଷ୍ଟଇଣ୍ଡିଜ ଅଧିନାୟକ ଏଭଳି କଥା କହିଛନ୍ତି ଯେ କୋଟି କୋଟି ଲୋକଙ୍କ ହୃଦୟ ଜିତି ଯାଇଛନ୍ତି |ସେ କହିଛନ୍ତି ଯେ – ମୋତେ ଲାଗୁନି ମ୍ୟାଚ ହାରିବା ପରେ ଆମକୁ ଅଧିକ ନିରାଶ ହେବ ଦରକାର ନାହିଁ ,ମୋତେ ମୋ ଦଳ ପାଇଁ ଖୁବ ଗର୍ବ ଅଛି |ଅବଶ୍ୟ ଆମେ ବୋଲିଂ ଓ ଫିଲଡିଂ ରେ କିଛି ତ୍ରୁଟି କରିଥିଲୁ ,ତେବେ ଆମେ ଆମର ଶତପ୍ରତିଶତ ଚେଷ୍ଟା କରିଥିଲୁ | କିନ୍ତୁ ଭାରତୀୟ ଦଳ ବିଶ୍ୱର ଏକ ନମ୍ବର ଦଳ ସେହି ଦଳ ଆଗରେ ହାରିବା କୌଣସି ବଡ କଥା ନୁହେ |ତେବେ ସେ ଏକଥା ମଧ୍ୟ କହିଥିଲେ କି ଭାରତୀୟ ଦର୍ଶକ ମଧ୍ୟ ବହୁତ ଉଚ୍ଚ କୋଟିର

ଏହା ପରେ ସେ ନିଜ ଦଳର ପ୍ରଶଂସା କରି କହିଥିଲେ ଯେ – ଆମ ଦଳରେ ଅନେକ ଗୁଡିଏ ଭଲ ପ୍ରତିଭା ଅଛନ୍ତି ,ଓ ଆମେ ଜାଣିଚୁ ଯେ ସେମାନେ କଣ କରିବା ପାଇଁ ସମର୍ଥ ,ହେଟାମେୟାର ଆମ ପାଇଁ ଏହି ସିରିଜ ରେ ଅନେକ ଭଲ ପଦର୍ଶନ କରିଛନ୍ତି |ସେହିପରି ଅନ୍ୟ ଖେଳାଳି ମାନେ ମଧ୍ୟ ଭଲ ପଦର୍ଶନ କରିଛନ୍ତି |ତେବେ ଆମେ ଆଶା କରୁଚୁ ଆମର ଏହି ଦଳ ଆଗାମୀ ଦିନରେ ଆହୁରି ଭଲ ପଦର୍ଶନ କରିବା ନିଶ୍ଚୟ |ତେବେ ଭାରତୀୟ ଖେଳାଳି ମାନେ ମଧ୍ୟ ଭଲ ଖେଳ ପଦର୍ଶନ କରିଥିଲେ

ତେବେ ଏହାପରେ ସେ ନିଜ ଖେଳାକୁ ନେଇ କହିଥିଲେ ଯେ – ମୁଁ ମୋର ଦରକାର ସମୟରେ ଭଲ ଖେଳ ପଦର୍ଶନ ପାଇଁ ଚେଷ୍ଟା କରିଥିଲି ଓ ଏହା ସହ ଏହି ସିରିଜ ରେ ଦୁଇ ଦଳ ମଧ୍ୟରେ ଭଲ ବନ୍ଧୁତା ଓ ଶୃଙ୍ଖଳା ର ସହ ମ୍ୟାଚ ହେଇଚି |ତେବେ ସେ କହିଛନ୍ତି ଯେ ଭାରତୀୟ ଯୁବ ଖେଳାଳି ମାନେ ଭଲ ପଦର୍ଶନ କରି ଭାରତ କୁ ସିରିଜ ବିଜୟ ପାଇଁ ସାହାଯ୍ୟ କରିଛନ୍ତି

Leave a Reply

Your email address will not be published. Required fields are marked *