October 17, 2024

Odia Express

Here, There and Everywhere

ଏମାନେ ହେଲେ IPL ଇତିହାସରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକା ରନ୍ କରିଥିବା ଟପ୍ ୧୦ ବ୍ୟାଟ୍ସମ୍ୟାନ୍ – ୧ ନମ୍ବର କିଏ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ…

ଇଣ୍ତିଆନ୍ ପ୍ରିମିୟର୍ ଲିଗ୍ ଭାରତରେ କ୍ରିକେଟ୍ ଖେଳିବାର୍ ତରିକାକୁ ବିଲକୁଲ୍ ବଦଳାଇଦେଇଛି , ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଗୋଟେ ନୁଆ ଫର୍ମାଟରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା,  ଏହି ଟୁର୍ଣ୍ଣାମେଣ୍ଟ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା,  ଆଜି ଆମେ ଆପଣଙ୍କୁ କହିବୁ ଆଇପିଏଲ୍ ର ଟପ୍ ୧୦ ବ୍ୟାଟ୍ସମ୍ୟାନ୍ ଯିଏକି ଆଇପିଏଲ୍ ସିଜିନ୍ ରେ ସର୍ବାଧିକ ରନ୍ କରି ରେକର୍ଡ ସୃଷ୍ଟି କରିଛନ୍ତି , ସବୁଠାରୁ ଅଧିକା ରନ୍ ବନାଇଥିବା ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ଓ ଆଇପିଏଲ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଅଧିନାୟକ ବିରାଟ କୋହଲି ଏକ ନମ୍ବରରେ ଅଛନ୍ତି,

ବିରାଟ କୋହଲି : ଭାରତୀୟ ଟିମ୍ ର ଅଧିନାୟକ ଓ ବାଙ୍ଗାଲୋର୍ ଟିମ୍ ର ରୟାଲ୍ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ସବୁଠାରୁ ଆକ୍ରାମକ ବ୍ୟାଟ୍ସମ୍ୟାନରୁ ଜଣାଯାଆନ୍ତି , କୋହଲି ଆଇପିଏଲ୍ ରେ ଏବେ ପର୍ଯ୍ୟନ୍ତ ୧୭୭ ଟି ମୁକାବଲାରେ ୫୪୧୨ ରନ୍ ବାହାର କରିଥିଲେ , ଓ ସେ ପ୍ରଥମ ସ୍ଥାନରେ ଅଛନ୍ତି,  ଏହି ସମୟରେ ସେ ପାଞ୍ଚଟି ଶତକ ଓ ୩୬ ଟି ଅର୍ଦ୍ଧଶତକ ମାରିଛନ୍ତି ।

ସୁରେଶ ରାଇନା : ଚେନ୍ନାଇ ସୁପର କିଙ୍ଗ୍ସର ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୨୦୧୮ ଆଇପିଏଲ୍ ପର୍ଯ୍ୟନ୍ତ ପ୍ରଥମ ସ୍ଥାନରେ ଥିଲେ,  କିନ୍ତୁ ଏବେ ବିରାଟ କୋହଲି ଆଗକୁ ପଳାଇଛନ୍ତି , ରୈନା ୧୯୩ ଟି ମ୍ୟାଚ୍ ଖେଳିଛନ୍ତି , ଏହି ସମୟରେ ତାଙ୍କର ୫୩୬୮ ରନ୍ ହୋଇଛି , ୩୪,୩୭ ଓସତ୍ ଓ ୧୩୭,୧୪ ର ଷ୍ଟ୍ରାଇକ୍ ରେଟ୍ ରଖିଥିବା ରୈନା ଆଇପିଏଲ୍ କ୍ୟାରିୟରରେ ୩୮ ଟି ଅର୍ଦ୍ଧଶତକ ଲଗାଇବା ସହ ଏକ ଶତକ ଲଗାଇଛନ୍ତି ।

ରୋହିତ ଶର୍ମା : ମୁମ୍ବାଇ ଇଣ୍ତିଆନ୍ସର ଅଧିନାୟକତ୍ୱ ଭାର ସମ୍ଭାଳିଥିବା ରୋହିତ୍ ଶର୍ମା ୧୮୮ ଟି ମ୍ୟାଚ୍ ରୁ ୪୮୯୮ ରନ୍ କରିଛନ୍ତି , ଏହି ସମୟରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଓ ୩୬ ଟି ଅର୍ଦ୍ଧଶତକ ବାହାରିଥିଲା,  ରୋହିତ୍ ସର୍ବୋଚ୍ଚ ସ୍କୋର୍ ୧୦୯ ରନ୍ ନାବାଦ୍ କରିଥିଲେ ।

ଡେଭିଡ୍ ୱାର୍ନର୍ : ଡେଭିଡ୍ ୱାର୍ନର୍ ଏହି ସମୟରେ ଆଇପିଏଲ୍ ରେ ସନରାଇଜର୍ସ ହାଇଦ୍ରାବାଦ୍ ତରଫରୁ ଖେଳୁଛନ୍ତି , ୱାର୍ନର୍ ଆଇପିଏଲ୍ ରେ ୧୨୬ ଟି ମୁକାବଲାରୁ ୪୭୦୬ ରନ୍ କରିଛନ୍ତି , ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୨,୩୯ ଥିଲା,  ସେ ଚାରୋଟି ଶତକ ଓ ୪୪ ଟି ଅର୍ଦ୍ଧଶତକ ଯୋଡିଛନ୍ତି ॥

ଶିଖର ଧୱନ : ଶିଖର ଧବନ୍ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ତିଆନ୍ ଡେକାନ୍ ଚାର୍ଜସ୍ , ସନ୍ ରାଇଜର୍ସ ହାଇଦ୍ରାବାଦ ସହ ଖେଳିଛନ୍ତି , ଏହି ଥିରେ ଦିଲ୍ଲୀ କ୍ୟାପିଟାଳ୍ ତରଫରୁ ଖେଳିବେ , ସେ ୧୫୯ ଟି ମୁକାବଲାରେ ୩୩,୪୨ ଓସତ୍ ରେ ୪୫୭୯ ରନ୍ କରିଛନ୍ତି , ଏହି ମଧ୍ୟରେ ସେ ୩୭ ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

କ୍ରିସ୍ ଗେଲ୍ : କ୍ରିସ୍ ଗେଲ୍ କୋଲକାତା ନାଇଟ୍ ରାଇଡର୍ସ , ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ଖେଳିକରି ୧୨୫ ଟି ମ୍ୟାଚ୍ ରୁ ୪୪୮୪ ରନ୍ କରିଛନ୍ତି , ତାଙ୍କ ନାଁରେ ୬ ଟି ଶତକ ଓ ଏକ ଉଚ୍ଚ ସ୍କୋର୍ ନାବାଦ୍ ୧୭୫ ରନ୍ ଅଛି ।

ମହେନ୍ଦ୍ର ସିଂ ଧୋନୀ : ଧୋନୀ ଏବେ ପର୍ଯ୍ୟନ୍ତ ୧୯୦ ଟି ମୁକାବଲାରୁ ୧୭୦ ଟି ପାରିରେ , ୪୨,୨୦ ଓସତରେ ୪୪୩୨ ରନ୍ କରିଛନ୍ତି , ଏହି ମଧ୍ୟରେ ତାଙ୍କ ନାଁରେ ୨୨ ଟି ଅର୍ଦ୍ଧଶତକ ଅଛି , ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୭,୮୫ ରହିଛି , ସେ ୨୩ ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

ରବିନ୍ ଉଥପା: ରବିନ୍ ଉଥାପା : ମୁମ୍ବାଈ ଇଣ୍ତିଆନ୍ସ, ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ , ପୁଣେ ୱାରିୟର୍ସ ଇଣ୍ତିଆ, ଓ କୋଲକତା ନାଇଟ୍ ରାଇଡର୍ସ ପାଇଁ ଖେଳିସାରିଛନ୍ତି , ଏବେ ସେ ରାଜସ୍ଥାନ ରୋୟାଲ୍ ପାଇଁ ଖେଳିବେ , ସେ ୧୭୭ ଟି ମ୍ୟାଚରୁ ୧୭୦ ଟି ପାରିରେ ୨୮,୩୩ ଓସତରୁ ୪୪୧୧ ରନ୍ ବନାଇଛନ୍ତି ।

ଏ ବି ଡେଭିଲିୟର୍ସ : ଏବି ଡେଭିଲିୟର୍ସ ଆଇପିଏଲ୍ ମୁକାବଲାରେ ୧୫୪ ଟି ମୁକାବଳାରୁ ୪୩୯୫ ରନ୍ କରିଥିଲେ,  ଏବିଙ୍କ ନାଁରେ ୩ ଟି ଶତକ ଓ ୩୩ ଟି ଅର୍ଦ୍ଧଶତକ ଅଛି , ତାଙ୍କର ଉଚ୍ଚ ସ୍କୋର୍ ୧୩୩ ରନ୍ ନାବାଦ୍ ଅଟେ , ଏବି ଡେଭିଲିୟର୍ସ ୩୫୭ ଟି ଚଉକା ଓ ୨୧୨ ଟି ଛକା ମାରିଛନ୍ତି ।

ଗୌତମ ଗାମ୍ଭୀର : ଗୌତମ ଗାମ୍ଭୀର କୋଲକାତା ନାଇଟ୍ ରାଇଡର୍ସ ଓଦିଲ୍ଲୀ ଡେୟାର୍ ଡେଭିଲ୍ସ ତରଫରୁ ଖେଳି ଛନ୍ତି , ସେ ୧୫୪ଟି ମ୍ୟାଚ୍ ରୁ ୧୫୨ ଟି ପାରି ଖେଳିଛନ୍ତି , ଏତେ ପାରିରେ ସେ ୪୨୧୭ ରନ୍ ନିଜ ଖାତାରେ ସାମିଲ୍ କରିଛନ୍ତି , ଯେଉଁଥିରେ ୩୫ ଟି ଅର୍ଦ୍ଧଶତକ ସାମିଲ୍ ଅଛି ୧୨୩,୮ ଷ୍ଟ୍ରାଇକ୍ ରେଟ୍ ସହ ଖେଳିଥିବା ତାଙ୍କର ସର୍ବୋଚ ସ୍କୋର୍ ୯୩ ରନ୍ ଅଛି  ।

Leave a Reply

Your email address will not be published. Required fields are marked *