June 26, 2025

Odia Express

Here, There and Everywhere

୨୭ ନଭେମ୍ବର ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ହନୁମାନଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

1 min read

ମେଷ : ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ ।  ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ବାହନ ଚଳାଇବା ସମୟରେ ଏବଂ ରାସ୍ତାରେ ସଜାଗ ରୁହନ୍ତୁ। ମନରେ ଫୁର୍ତ୍ତିର ଅଭାବ ରହିବ। ମାତାଙ୍କ ସହିତ ମନମାଳିନ୍ୟ ହୋଇପାରେ। ଅନିଦ୍ରା ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି। ସମୟରେ ଭୋଜନ ନ ମିଳିବାରୁ କ୍ରୋଧିତ ହେବ। କାଗଜାପତ୍ର ମାମଲାରେ ସାବଧାନ ରୁହନ୍ତୁ।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ବୃଷ : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । । ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଧାର୍ମିକ ଯାତ୍ରା ପଛରେ ଧନ ଖର୍ଚ୍ଚ ହୋଇପାରେ। ଯଦି ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ତେବେ ଆଜି ଅନେକ ସମସ୍ୟାରୁ ରକ୍ଷା ପାଇପାରିବେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଂକୁଶ ରଖିବେ। ସ୍ଵାସ୍ଥ୍ୟ ହାଲୁକା ଖରାପ ରହିବ। ଆର୍ଥିକ କ୍ଷତିର ଆଶଂକା ଅଛି।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମିଥୁନ : ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କଟୁ ବଚନ କିମ୍ବା ଖରାପ ବ୍ୟବହାର କାରଣରୁ ଝଗଡ଼ା କିମ୍ବା ବିବାଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆକସ୍ମିକ ଧନଲାଭ ହେବ। ସମୟରେ ଭୋଜନ କରିବାରେ ବିଳମ୍ବ ହୋଇପାରେ। ଅତ୍ୟଧିକ କାମର ବୋଝରେ ଥକା ଏବଂ ମାନସିକ ଚିନ୍ତା ହୋଇପାରେ। କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ମାନସିକ ଅସୁସ୍ଥତା ଅନୁଭବ କରିବେ। ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହୋଇପାରେ। ପୁଞ୍ଜି ନିବେଶରେ ଦାୟିତ୍ୱହୀନତା କରନ୍ତୁ ନାହିଁ।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କର୍କଟ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ ।  ଆୟର ସ୍ରୋତ ବଢ଼ିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗବନିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖଦାୟକ ଘଟଣା ହେବ। କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଚାକିରିରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିବ।ପ୍ରତିକାର : ବୃଦ୍ଧ ବୃଦ୍ଧାଙ୍କର ସେବା କରନ୍ତୁ।

ସିଂହ : ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।  ଗୃହସ୍ଥ ଜୀବନରେ ଆନନ୍ଦ ହିଁ ଆନନ୍ଦ ହେବ। ମାନହାନି ହେବାର ଆଶଂକା ଅଛି। ଶେୟାର-ସଟ୍ଟା ଆଡ଼କୁ ଧ୍ୟାନ ଦିଅନ୍ତୁ ନାହିଁ କ୍ଷତି ଗ୍ରସ୍ତ ହୋଇପାରନ୍ତି। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ଆର୍ଥିକ ଆୟୋଜନ ସଫଳତା ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ଶୁଭ ସମାଚାର ମିଳିବ।ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କନ୍ୟା : ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ ଭଲ ପ୍ଲାନିଙ୍ଗ କରିପାରିବେ। ଲକ୍ଷ୍ମୀଙ୍କର କୃପାରେ ଆୟରେ ବୃଦ୍ଧି ହେବ। ପରିବାରରେ ସୁଖ ଶାନ୍ତି ରହିବ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସାଥିରେ ଆନନ୍ଦରେ ସମୟ ବିତାଇବେ। ଆପଣଙ୍କ ଆୟ ଏବଂ ବ୍ୟାପାର-ଧନ୍ଦାରେ ବୃଦ୍ଧି ହେବ। ବ୍ୟାପାର କ୍ଷେତ୍ରରେ ସଂପର୍କ ଏବଂ ଚିହ୍ନା ଲୋକମାନଙ୍କଠାରୁ ଲାଭ ହେବ। ମହିଳା ବର୍ଗଙ୍କ ତରଫରୁ ଲାଭ ହେବ।ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦି ଭୋଗ ଲଗେଇ ବାଣ୍ଟନ୍ତୁ।ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

ତୁଳା : ଆଜି ଆପଣ ନିଜ ଘରେ ଆନନ୍ଦପୂର୍ଣ୍ଣ ଦିନ ବିତାଇବେ । ଖୁସି ପାଇଁ ଏହା ଜରୁରୀ ନୁହେଁ ଯେ ଆପଣ କୌଣସି ପ୍ରକାର ବାହାରେ ହିଁ ପଇସା ଖର୍ଚ୍ଚ କରି ଆନନ୍ଦ ଉଠାଇବେ ବେଳେ । ବେଳେ ଛୋଟ ଛୋଟ ଜିନିଷ ବି ଜୀବନରେ ବହୁତ ଖୁସି ଦିଏ । ଆର୍ଥିକ ଲାଭର ସମ୍ଭାବନା ଅଛି। ଶାରୀରିକ ଏବଂ ମାନସିକ ସୁଖ ରହିବ। ଚାକିରି-ବ୍ୟବସାୟରେ ଆପଣଙ୍କ କାର୍ଯ୍ୟଗୁଡ଼ିକର ପ୍ରଶଂସା ହେବ। ବ୍ୟାପାରିମାନଙ୍କ ଦ୍ଵାରା କାମର ପ୍ରଶଂସା ହେବ। ପ୍ରମୋଶନର ଯୋଗ ଅଛି। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ।ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଚ୍ଛା : ଆଜି ଆପଣଙ୍କୁ ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ ।  ପରିବାରରେ କ୍ଲେଶର ବାତାବରଣ ହୋଇପାରେ। ଖର୍ଚ୍ଚ ଅଧିକ ନ ହେଉ, ଏହାର ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ରୁଚି ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆନନ୍ଦିତ ରହିବେ। ଭାଗ୍ୟବୃଦ୍ଧିର ଅବସର ମିଳିବ। ପରିବାରରେ ଭାଇ-ଭଉଣୀମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବ୍ୟତୀତ ହେବ। ଚାକିରି ପେଶାଲୋକଙ୍କୁ ଲାଭ ହେବ।ପ୍ରତିକାର:- ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି ।  ଯାତ୍ରା ପର୍ଯ୍ୟଟନ ତଥା ବିବାହୋତ୍ସୁକ ବ୍ୟକ୍ତିମାନଙ୍କ ପାଇଁ ବିବାହର ଯୋଗ ଅଛି। ଉତ୍ତମ ଭୋଜନ ଏବଂ ସ୍ତ୍ରୀ ସୁଖ ମିଳିବ। ବାହରର ଖାଦ୍ୟ ଖାଇବାରୁ ନିଜକୁ ଦୂରରେ ରଖନ୍ତୁ। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ। ନକାରାତ୍ମକ ବିଚାର ମନ ଉପରେ ପ୍ରଭାବ ପକାଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ସାବଧାନ ପୂର୍ବକ ରୁହନ୍ତୁ।।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ପିତାଙ୍କ ସହିତ ମତଭେଦ ହୋଇପାରେ। ଆଜିର ଦିନ ଅନୁକୂଳତାରେ ପରିପୂର୍ଣ୍ଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ତରଫରୁ ଆକର୍ଷଣ ଅନୁଭବ କରିବେ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଉତ୍ତମ ଭୋଜନ ଏବଂ ବସ୍ତ୍ରାଭୂଷଣ ତଥା ବାହନର ପ୍ରାପ୍ତି ହେବ।ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କୁମ୍ଭ : କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ସାର୍ବଜନିକ ଜୀବନରେ ପ୍ରଗତି ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ଭାଇ-ଭଉଣୀମାନଙ୍କର ସହଯୋଗ ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କର ବିପକ୍ଷରେ ସଫଳତା ମିଳିବ। ନୂଆ କାର୍ଯ୍ୟ ପାଇଁ ଅନୁକୂଳ ଦିନ ଅଟେ।ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ମୀନ : ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ ।  ଅସୁସ୍ଥତା ଅନୁଭବ କରିପାରନ୍ତି। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇକରି ଚିନ୍ତା ହୋଇପାରେ। ଆଜିର ଦିନ ଆନନ୍ଦ ଏବଂ ଉତ୍ସାହରେ ପରିପୂର୍ଣ୍ଣ ରହିବ। ଘରେ କୌଣସି ମାଙ୍ଗଳିକ ପ୍ରସଂଗର ଆୟୋଜନ ହେବ। ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଶୁଭ ଦିନ ଅଟେ। ନିଜ ପରିଜନ ଅଥବା ସମ୍ପର୍କୀୟମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ କରି ହେବ।

Leave a Reply

Your email address will not be published. Required fields are marked *