July 7, 2025

Odia Express

Here, There and Everywhere

ଦୂରରୁ ଆସୁଥିଲା ଭକ୍ତ କାଳିଆ ରଥ ଅଟକାଇ ଭକ୍ତକୁ କରିଥିଲା ଅପେକ୍ଷା

ବହୁ ଦୂରରୁ ଆସୁଥିଲେ ଆଉ ଜଣେ ଭକ୍ତ ସାଲେବେଗ । ଡାକୁଥିଲେ କାଳିଆକୁ ହେଇ ବିକଳ। ହେ କାଳିଆ ମୁଁ ଆସୁଛି ତୁ ଟିକେ ଅପେକ୍ଷା କର । ମୁଁ ନପହଞ୍ଚିବା ଯାଏଁ ତୁ ରଥରେ ବସି ମାଉସୀ ଘରକୁ ଯିବୁନି । ମୁଁ ତୋ ରଥ ଦଉଡି଼ ନ ଟାଣିବା ଜାଏଁ ତୋ ରଥ ଗଡ଼ାଇବୁ ନାହିଁ। ଆଉ ଯଦି ମୋ ଭକ୍ତିରେ ଶକ୍ତି ଥାଏ ତୁ ବଡ ଦାଣ୍ଡେ ଅଟକି ରହିବୁ । ଭକ୍ତର ଠାକୁର ଭାବରେ ବନ୍ଧା କାଳିଆ ସାଆନ୍ତ କାନରେ ଏ ଡାକ ଯେତେବେଳେ ପଡ଼ିଥିଲା । ବଡ ଦାଣ୍ଡେ ଅଟକି ଯାଇଥିଲା ରଥ ।

ଆଉ ଜଗା କରିଥିଲା ତା ଭକ୍ତକୁ ଅପେକ୍ଷା। ଯିଏ ଯେତେ ଚେଷ୍ଟା କରୁଥିଲେ ଯିଏ ଯେତେ ଟାଣି ଟାଣି ରଥକୁ ଆଗକୁ ନେଉ ଥିଲେ କାଳିଆ ଆଗକୁ ଗଡୁ ନଥିଲା । ରଥରେ ବସି ରହି ସତେ ଯେମିତି ତା ଭକ୍ତର ଆସିବା ବାଟକୁ ଅପେକ୍ଷା କରି ରହିଥିଲା । ହଁ ଦର୍ଶକ ବନ୍ଧୁ ବଡ ଦାଣ୍ଡରେ ଭକ୍ତଙ୍କ ସୁଅ ଛୁଟିଥିଲା। ଘଣ୍ଟ ଘଣ୍ଟା ନାଦରେ ବଡ ଦାଣ୍ଡ କମ୍ପୁଥିଲା । ହଜାର ହଜାର ଭକ୍ତଙ୍କ ଭିଡ଼ରେ ଶ୍ରୀମନ୍ଦିରରୁ ଦୋହଲି ଦୋହଲି ଆସୁଥିଲେ କାଳିଆ ସାଆନ୍ତ।

ହଜାର ହଜାର ଭକ୍ତ ରଥ ଟାଣି ମୋକ୍ଷ ପାଇବାକୁ ଅପେକ୍ଷା କରିଥିବା ବେଳେ । କୋଟି ଓଡିଆଙ୍କ ମଉଡ଼ ମଣି ମନରେ ଅନେକ କଥା ନେଇ ଭକ୍ତକୁ ଅପେକ୍ଷା କରି ରହୁଥିଲା । ଓଡ଼ିଆରେ ଏକ କଥା ଅଛି ଚକା ଚକା ଆଖି ପାଇଛ ସାଆନ୍ତ,ଚକା ଚକା ଆଖି ତୁମେ ପାଇଛ। ଜିଏତ ଦେଖୁଛି ସେ ତ କହୁଛି ତୁମେ ଆମ ଆଡ଼େ ଚାହିଁଛ ତୁମେ ଆମ ଆଡ଼େ ଚାହିଁଛ । କାଳିଆ ତା ଚକା ଚକା ଆଖିରେ ଅନେଇ ରହିଥିଲା ତା ଭକ୍ତ ବଡ ଦାଣ୍ଡେ ପହଞ୍ଚିଲେ ତା ରଥ ଟାଣିଲେ ସେ ମାଉସୀ ମା ମନ୍ଦିର ଯିବ ।

ବର୍ଷକରେ ଥରେ ଜଗା ଆଡ଼େ ରଥକୁ ତା ଭକ୍ତ ସହ ମିଶିବାକୁ । ତା ଭକ୍ତଙ୍କୁ ଦର୍ଶନ ଦେବାକୁ ଭକ୍ତର ଦୁଃଖ ହରଣ କରିବାକୁ । ତା ଲୀଳା ବଡ଼ ବିଚିତ୍ର ବଡ ଅଦ୍ଭୁତ । ତେବେ ଯେତେବେଳେ ବଡ ଦାଣ୍ଡରେ ରଥ ଅଟକି ଯାଇଥିଲା ସେତେବେଳେ ଭକ୍ତଙ୍କ ଭିତରେ ଚହଳ ପଡ଼ିଥିଲା କାହିଁକି ଅଟକି ଗଲା ରଥ କେହି ବୁଝି ପାରୁ ନଥିଲେ ।

ଆଉ ଏତିକି ବେଳେ ଭକ୍ତ ମାନେ କହୁଥିଲେ କାଳିଆ ବୋଧେ ତାର କେଉଁ ଏକ ଭକ୍ତକୁ ଅପେକ୍ଷା କରିଛି ଯିଏ ଦୂରରୁ ଆସୁଛି ଆଉ କାଳିଆକୁ ଡାକି ଡାକି ଆସୁଛି ମୁଁ ନ ପହଞ୍ଚିବା ଯାଏଁ ତୁ ଅପେକ୍ଷା କରିବୁ। ସେଥିପାଇଁ ରଥ ଗଡୁନି କାଳିଆ ସାଆଁନ୍ତ ଅପେକ୍ଷା କରି ରହିଛି । ହେଲେ ଏମିତି ଚର୍ଚ୍ଚା ଭକ୍ତ ମାନେ କରୁଥିବା ବେଳେ କୁହାଯାଉଛି ଯେ ବିଳମ୍ବ ପାଇଁ ରଥ ଅଟକି ରହିଥିଲା । ତେବେ ରଥ ଅଟକି ଯିବା ପରେ ଏମିତି ଅନେକ ଚର୍ଚ୍ଚା ଭକ୍ତ ମାନେ କରୁଛନ୍ତି ।

Leave a Reply

Your email address will not be published. Required fields are marked *