ଲବ ଙ୍କ ସ୍ତ୍ରୀ ଖୋଲିଲେ ଲବ ଙ୍କ ଗୁମର ! ମୋତେ ବାହା ହେଇକି ଛାଡିଦେଇଛି ମୋ ସ୍ୱାମୀ ଲବ ହାଁସଦା

ବିଦେଶରେ ସୁନ୍ଦରୀ ମାନଙ୍କ ସହ ଥେଇ ଥେଇ ହେଉଛନ୍ତି ଲବ ଏପଟେ ସ୍ତ୍ରୀ ଲାଗୁଛି ମୂଲ ।ଲବ ମତେ ବାହା ହେଇ ଛାଡ଼ି ଦେଲା ମୁଁ ମୂଲ ଲାଗି ଝିଅକୁ ପୋସୁଛି।ଖୋଲୁଛି ବହୁ ଚର୍ଚ୍ଚିତ ୟୁଟୁବର ଲବ ହାଂସଦାଙ୍କ ଗୁମର ।ପ୍ରେମିକାଙ୍କ ସହ ପ୍ରତାରଣା କରିବା ପରେ ଜୀବନ ହାରିଲେ ପ୍ରେମିକା ଖୋଲିଦେଇ ଗଲେ ଲବଙ୍କ ମୁଖା ।ପ୍ରତାରକ ପ୍ରେମିକ ଲବ ହାଂସଦା କେବଳ ଜଣେ ପ୍ରତାରକ ପ୍ରେମିକ ନୁହଁନ୍ତି। ସେ ଭଲ ସ୍ବାମୀ କି ଭଲ ବାପା ବି ନୁହଁନ୍ତି । ହଁ ଦର୍ଶକ ବନ୍ଧୁ ଖୋଲିଛି ଲବଙ୍କ ଗୁମର, ଲବଙ୍କ ବିବାହକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ହୋଇଛି ସ୍ପଷ୍ଟ । ୧୦ ବର୍ଷର କୁନି ଝିଅ ବାପା ଲବ ହାଂସଦାର ସ୍ନେହରୁ ବଞ୍ଚିତ । ବାପା ଡାକ ଡାକିବାକୁ ଝିଅ ବିକଳ ।
ଆଜିବି ସ୍ତ୍ରୀ ସ୍ୱାମୀର ଫେରିବା ବାଟକୁ ଅପେକ୍ଷା କରି ଆଖିରୁ ଝରାଉଛି ଲୁହ । ଲବ ହସଂଦା ଯିଏ ଅନେକଙ୍କ ପାଇଁ ଆଦର୍ଶ ସାଜିଥିଲେ ତାଙ୍କ ଏହି ରୂପ ପଛରେ ଥିଲା ଅନେକ ରହସ୍ୟ। ସବୁ ଗୁମର ପ୍ରେମିକାଙ୍କ ଆତ୍ମହତ୍ୟା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ନିଜକୁ ସବୁବେଳେ ଅବିବାହିତ କହି ଆସୁଥିବା ଲବ ବିବାହିତ ଥିଲେ । ସ୍ତ୍ରୀଙ୍କ କହିବା ହିସାବରେ 2014 ମସିହାରେ ଲବ ବିବାହ କରିଥିଲେ । ଆଉ ସ୍ତ୍ରୀଙ୍କୁ ଛାଡ଼ି ଲବ ସୁନ୍ଦରୀ ମାନଙ୍କୁ ନିଜ ପ୍ରେମରେ ଜାଲରେ ଫସାଉ ଥିଲେ । ଯେଉଁ ଓଡ଼ିଶା ବାସୀ ଲବଙ୍କୁ ଏତେ ଭଲ ପାଉଥିଲେ ସେହି ଓଡ଼ିଶାବାସୀଙ୍କୁ ଲବ ଅନ୍ଧାରରେ ରଖିଥିଲେ ।
ବିଦେଶରେ ବୁଲୁଥିଲେ ବଡ ନେମ୍ ଫେମ୍ କରିଥିଲେ । ଆଉ ତାହାର ସୁଯୋଗ ନେଇ ଯୁବତୀ ମାନଙ୍କ ସହ ସମ୍ପର୍କ ରଖିଥିଲେ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲବଙ୍କ ମୃତ ପ୍ରେମିକାଙ୍କ ଅଡିଓ ରେକର୍ଡ ଯେଉଁଥିରେ ଲବ ରାତି ସାରା ସେହି ଯୁବତୀଙ୍କ ସହ କଣ କରୁଥିଲେ ତାହା କାନ୍ଦି କାନ୍ଦି ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହ ସେୟାର କରିଛନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ଲବ ହାଂସଦା ଯିଏ ସବୁବେଳେ ତାଙ୍କ ପ୍ରଶଂସକ ମାନଙ୍କୁ ଭଲ ଭଲ ବାର୍ତ୍ତା ଦେଇଥାନ୍ତି । ହେଲେ ନିଜ ଭିତରେ ଲୁଚାଇ ରଖିଥିଲେ ଅନେକ ଗୁମର । ତାଙ୍କ ସ୍ତ୍ରୀ ଆଉ ଏହି କୁନି ଝିଅ ଉପରେ ଥରେ ନଜର ପକାନ୍ତୁ ।
ବିବାହର ତିନି ବର୍ଷ ପରେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଇ ଲବ ଯାଇଛନ୍ତି ଯେ ଯାଇଛନ୍ତି ଆଉ ଫେରିବାର ନା ନାହିଁ। ଲବଙ୍କ କୁନି ଝିଅ ଏବେ ମା ପାଖରେ ଥିବା ବେଳେ ମୂଲ ଲାଗି ମା ଝିଅକୁ ପାଳନ କରୁଛନ୍ତି । ଲବ ବିଦେଶ ବୁଲି ଅଏସ ଆରାମରେ ଜୀବନ କାଟୁଥିବା ବେଳେ । ସ୍ତ୍ରୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ପର ଘରେ କାମ କରୁଛନ୍ତି ।
ତେବେ ଗଣମାଧ୍ୟମରେ ଲବଙ୍କ କାଣ୍ଡ କାରନାମାର ଖବର ଛାଇ ହୋଇଯିବା ପରେ। ଏବେ ଏହାକୁ ନେଇ ମୁଁହ ଖୋଲିଛନ୍ତି ଲବଙ୍କ ଟିମ୍। ଆଉ ଏହି ଘଟଣାକୁ ନେଇ ଲବ ଖୁବ୍ ଶୀଘ୍ର ସମସ୍ତଙ୍କୁ ସବୁକିଛି ସ୍ପଷ୍ଟ କରିବେ ବୋଲି କହିଛନ୍ତି । ତେବେ ପ୍ରେମିକାଙ୍କ ଆତ୍ମହତ୍ୟା ଓ ସ୍ତ୍ରୀଙ୍କ ଅଭିଯୋଗ ଏବଂ ଲୋକଙ୍କ ଏଭଳି ଚର୍ଚ୍ଚାରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ନିହାତି ସ୍ପଷ୍ଟ ହେବ ।