October 16, 2024

Odia Express

Here, There and Everywhere

ଓଡ଼ିଶାରେ ଚାଉଳ ATM,ଟଙ୍କା ପରି ATM ରୁ ବାହାରିବ ଚାଉଳ, ମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଏଥର ଟଙ୍କା ପରି ଏଟିଏମ ରୁ ବାହାରିବ ଚାଉଳ। ଖାଉଟିଙ୍କୁ ଆଉ ଅନେକ ସମୟ ଧରି ଦୋକାନ ଆଗରେ ଛିଡା ହେବାକୁ ପଡିବନି। ହଁ ଆଜ୍ଞା ବିଶେଷ ରିପୋର୍ଟରୁ ଜଣାଯାଇଛି କି ଟଙ୍କା ପରି ଏଟିଏମ ରୁ ବାହାରିବ ଚାଉଳ, ଲୋକଙ୍କୁ ଆଉ କରିବାକୁ ପଡିବନି ଅନେକ ସମୟ ଧରି ଅପେକ୍ଷା। କଣ୍ଟ୍ରୋଲରୁ ଚାଉଳ ଆଣିବା ନିମନ୍ତେ ଆଉ ଅନେକ ସମୟ ଧରି ଅପେକ୍ଷା କରି ଛିଡା ହେବାକୁ ପଡ଼ିବ ନାହିଁ। ଏଟିଏମ କୁ ଯିବେ ଓ ଚାଉଳ ଆଣି ଆସିବେ।

ତେବେ କହିରଖିବୁ କି ଯେମିତି ଏଟିଏମରୁ କାର୍ଡ ବ୍ୟବହାର କରି ଟଙ୍କା ବାହାର କରାଯାଏ ସେମିତି କିଛି ଭାବରେ ଏଟିଏମ କାର୍ଡକୁ ବ୍ୟବହାର କରି ଚାଉଳ ବାହାର କରାଯିବ। ଏମିତି ବ୍ୟବସ୍ଥା ଖୁବ ଶୀଘ୍ର ଭାବରେ ଭୁବନେଶ୍ୱର ହେବାର ଅଛି।

ରାଜ୍ୟ ସରକାରଙ୍କ ମତାନୁସାରେ ଏହିବର୍ଷ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବାର ଅଛି। ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ଆଧାର କରି ଟଙ୍କା ପରି ଏଟିଏମରୁ ବହାରିପାରିବ ଚାଉଳ। ଚାଉଳ ପାଇବା ନିମନ୍ତେ ଲୋକଙ୍କୁ ଅନେକ ସମୟ ଧରି କରିବାକୁ ପଡୁଥିଲା ଅପେକ୍ଷା। ଯାହା ଆଉ କରିବାକୁ ନ ପଡିପାରେ କାରଣ ଯାହା ଜଣାଯାଉଛି କି ଏଟିଏମରୁ ବାହାରିବ ଚାଉଳ।

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗଣମାଧ୍ୟମକୁ ଦେଇଥିବା ମତାନୁସାରେ ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ। ଭୁବନେଶ୍ୱର ଏହି ବ୍ୟବସ୍ଥା ରାସନ କାର୍ଡ ହିତାଧିକାରୀ ନିମନ୍ତେ ହେବ ବୋଲି ମନ୍ତ୍ରୀ ସୂଚାଇଦେଇଛନ୍ତି। ଏଟିଏମରେ କାର୍ଡ ପୁରାଇଲେ ବାହାରିବ ଚାଉଳ। ଏହି ସେବା ଭୁବନେଶ୍ୱରରେ ଲାଗୁ ହୋଇଯିବ ବୋଲି ଯାହା ବିଶେଷ ରିପୋର୍ଟରୁ ଜଣାଯାଉଛି।

ଆଗ ଭୁବନେଶ୍ୱର ଓ ପରେ ପରେ ରାଜ୍ୟର ଆଉ ସବୁ ଜିଲ୍ଲାରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବାର ଅଛି ସମ୍ଭାବନା। ତେବେ ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି କି ଧାନ କୁଇଣ୍ଟାଲ ପିଛା ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ କିଣାଯିବ। ଖରିଫ ଋତୁର ଚାଷୀଙ୍କୁ ୩୧୦୦ ଟଙ୍କାରେ ଧାନ ଦେବୁ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି ବି କହିଛନ୍ତି କି, ଚାଷୀ ଧାନ ଦେବାର ୪୮ ଘଣ୍ଟା ଭିତରେ ପ୍ରାପ୍ୟ ପାଇବେ। କେଉଁପରି ଭାବେ କଟନୀଚଟନୀ ହେବ ନାହିଁ। ଯଦି କିଛି ଅଭିଯୋଗ ଆସିଲା ତେବେ ଏହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *