October 16, 2024

Odia Express

Here, There and Everywhere

ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାର କମାଲ, ପ୍ରଥମ ଥର ଦଳ ନାମରେ ବଡ଼ କୀର୍ତ୍ତିମାନ

1 min read

କିଛି ଦିନ ହେବ ଟି-୨୦ ବିଶ୍ୱକପର ଜଲୱା ଲାଗିରହିଛି। ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ହେଉଛି। କେତେକ ରୋମାଞ୍ଚକଭରା ମ୍ୟାଚ ସରିବା ପରେ ସେମିଫାଇନାଲରେ ୪ଟି ଦଳ (ଭାରତ,ଆଫଗାନିସ୍ତାନ,ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ) ପ୍ରବେଶ କରିଛନ୍ତି। ପ୍ରଥମ ସେମିଫାଇନାଲ ମ୍ୟାଚ ବ୍ରାୟନ ଲାରା ଷ୍ଟାଡିୟମ, ତ୍ରିନିବାଦରେ ଖେଳାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ଦଳ ଆଫଗାନିସ୍ତାନକୁ ୯ ୱିକେଟରେ ହରାଇଦେଇ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ଫାଇନାଲରେ ନିଜ ଜାଗା ପକ୍କା କରିବାରେ ସଫଳ ହୋଇଛି।

ବିଗତ କିଛି ଦିନମାନଙ୍କରେ ଏଡେନ ମାର୍କମଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ନିରନ୍ତର ଭାବରେ ଜବରଦସ୍ତ ଖେଳର ପ୍ରଦର୍ଶନ କରିଛନ୍ତି। ଯାହାର ଫଳାଫଳ ସ୍ୱରୂପ ଦଳ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରଥମ ଦଳ ଭାବେ ପଂହଁଚିଯାଇଛି। ଭାରତ ଓ ଇଂଲଣ୍ଡ ଭିତରୁ ଯିଏ ଜିତିବ ସେହି ଦଳ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ଭେଟିବ।

ମ୍ୟାଚର ଫଳାଫଳ କଥା ଆଲୋଚନା କରିବା ତ ଆଫଗାନିସ୍ତାନ ଦଳ ଆଗ ବ୍ୟାଟିଂ କରି ୫୬ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ କେବଳ ଅଜମତୁଲା ଦୁଇ ଅଙ୍କ ବିଶିଷ୍ଟ ରନ କରିପାରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମାନ ଆଫଗାନିସ୍ତାନର ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଯେନସନ ନିଜର ଜବରଦସ୍ତ ଖେଳର ପ୍ରଦର୍ଶନ ପାଇଁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ ୩ ଓଭରରେ ୧୬ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। କାଗିସୋ ରବାଡା, ଏନରିକ ନୋର୍କିଆ ୨ଟି ଲେଖାଁଏ ୱିକେଟ ନେଇଥିଲେ। ସ୍ପିନର ସାମସି ବି ସୁନ୍ଦର ବୋଲିଂ କରି ୩ଟି ୱିକେଟ ହାସଲ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ ମାର୍କମ ୨୧ ବଳରେ ୨୩ ରନ (୪ଟି ଚଉକା) କରି ଦଳକୁ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ସହ ହେଣ୍ଡରିକ୍ସ ୨୫ ବଲରେ ୨୯ ( ୩ଟି ଚଉକା ଓ ଗୋଟିଏ ଛକା) ରନ କରିଥିଲେ।

Leave a Reply

Your email address will not be published. Required fields are marked *