କଣ ଆପଣ ବସ କି କାର ରେ Travelling କରୁଥିବା ସମୟରେ ବାନ୍ତି ଯୋଗୁଁ ହୋଇଛନ୍ତି କି ହଇରାଣ, ତେବେ ଆପଣାନ୍ତୁ ଏହି ଘରୋଇ ରାମବାଣ ଚିକିତ୍ସା,ତୁରନ୍ତ ମିଳିବ ଆରାମ
ବହୁତଥର ଦେଖାଯାଈଛି କି ଲୋକେ କାର୍ କିମ୍ବା ବସ୍ ରେ ଯାତ୍ରା କରନ୍ତି , ତେବେ ସେଇ ସମୟରେ ହାକୁଟି କିମ୍ବା ବାନ୍ତି ହେବାର ଦେଖାଯାଏ, ଯାତ୍ରାରେ ବାନ୍ତି ହେବା କିଛି ଲୋକଙ୍କ ପାଇଁ ବହୁତ ହଇରାଣ ହେଲା ଭଳି କଥା ଅଟେ, ଏହି କାରଣରୁ ଲୋକେ ଶାରରୀକ ରୁପରେ କଷ୍ଟ ସହିବାକୁ ପଡିଥାଏ, ଏତିକି ନୁହେଁ ବରଂ ଯାତ୍ରା ସମୟରେ ତାଙ୍କୁ ଲଜ୍ଜିତ ହେବାକୁ ପଡେ , ସେମିତି କିଛି ଲୋକ ଏମିତି ଅଛନ୍ତି ଯିଏକି ଯାତ୍ରା କରିବାପାଇଁ ଏଥିପାଇଁ ଡରନ୍ତି
କାରଣ ଯାତ୍ରା ସମୟରେ ତାଙ୍କୁ ବାନ୍ତି ଆସିଯାଏ, ଯଦି ଆପଣ ଏହି ପ୍ରକାରର ସମସ୍ୟା ଯୋଗୁଁ ଚିନ୍ତିତ ଅଛନ୍ତି , ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଖାଇବା ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ନିଜ ସହ ନେବାକୁ ହେବ, ଏହି ଜିନିଷ ବାନ୍ତି କୁ ଦୁର କରିଥାଏ, ଏହା ଦ୍ୱାରା ବାନ୍ତି ଆଉ ଆସିବ ନାହିଁ, ଓ ଆପଣ ଯାତ୍ରାର ଭରପୁର୍ ଆନନ୍ଦ ନେଇପାରିବେ ।
ଯଦି ଆପଣ ଡିହାଇଡ୍ରେଡ୍ ଅନୁଭବ କରୁଛନ୍ତି ତେବେ ଏମିତି ସ୍ଥିତିରେ ଆପଣଙ୍କୁ କଦଳି ଖାଇବାକୁ ପଡିବ, କଦଳିରେ ପୋଟାସିୟମ୍ ରିଷ୍ଟୋର୍ କରିବାରେ ସହାୟତା କରିଥାଏ, ଏହା ଛଡା ଯଦି ଆପଣ କଦଳିର ସେବନ କରନ୍ତି ତେବେ ବାନ୍ତିର ଅସୁବିଧା ବହୁ ପରିମାଣ ଯାଏଁ ଦୁର ହୋଇଯିବ, ଯଦି ଆପଣ ଲମ୍ବା ଯାତ୍ରା କରୁଛନ୍ତି ତେବେ କଦଳୀ ନିଶ୍ଚିତ ନେଇଯାଆନ୍ତୁ, ଏଥିରେ ବାନ୍ତି ଓ ଅନ୍ୟାନ୍ୟ ପ୍ରକାରର ଅସୁବିଧା ହେବ ନାହିଁ ।
ଯଦି ଆପଣ ଯାତ୍ରା ସମୟରେ ବାନ୍ତି ଯୋଗୁଁ ଅସୁବିଧା ଭୋଗୁଛନ୍ତି ତେବେ ଏମିତିରେ ଆପଣ ନିଜ ସହ ଅଦା ନେଇଯାଆନ୍ତୁ, ଅଦାରେ କିଛି ଏମିତି ଗୁଣ ଅଛି ଯାହା ପେଟରେ ଜଳନ କମ୍ କରିଥାଏ ଓ ତୁରନ୍ତ ଆରାମ ଦେଇଥାଏ, ଯଦି ଆପଣ ଯାତ୍ରା ସମୟରେ ଅଦା ନେଇକରି ଯିବେ , ତେବେ ଅଦା କିମ୍ବା କ୍ୟାଣ୍ତି କିମ୍ବା ଏକ ଚାମଚ ଅଦାକୁ ଗୁଣ୍ତ କରି ଗରମ ପାଣୀରେ ଏହାର ସେବନ କରିବେ ତେବେ ବାନ୍ତି ବନ୍ଦ ହୋଇଯିବ, ଏହା ଛଡା ଆପଣ ଲବଙ୍ଗ ବି ନିଜ ସହ ନେଇପାରନ୍ତି, ବାନ୍ତିକୁ ଅଟକାଇବାରେ ଏହା ସାହାଯ୍ୟ କରେ ।
ଯେଉଁ ଲୋକଙ୍କର ଯାତ୍ରା ସମୟରେ ବାନ୍ତି ହେଉଛି, ସେମାନଙ୍କ ପାଇଁ ପୋଦିନା ଭଲ ଚିକିତ୍ସା ପ୍ରମାଣିତ ହୋଇପାରିବ, ପୁଦିନା ପେଟକୁ ଥଣ୍ତା କରିଥାଏ, ଓ ଏହା ଆରାମ ଦେଇଥାଏ, ଆପଣ ପୁଦିନାର ସରବତ ବନାଇକରି ସେବନ କରିପାରିବେ, କିମ୍ବା ପୁଦିନାର ଗୋଲି ଖାଇପାରିବେ ।
ଯଦି ଆପଣ ଯାତ୍ରାରେ ଯାଉଛନ୍ତି , ଓ ବାରମ୍ବାର ବାନ୍ତି ଦେଖାଉଛି, କିମ୍ବା ଛଟପଟ ଲାଗୁଛି, ତେବେ ଏମିତି ସ୍ଥିତିରେ ଆପଣ ଲେମ୍ବୁ ନେଇକରି ଯାଆନ୍ତୁ, ଲେମ୍ବୁ ବାନ୍ତିକୁ ଦୁର କରିଥାଏ, ଓ ଯାତ୍ରା ସମୟରେ ଆପଣ ନିଶ୍ଚିତ ଗରମ ପାଣି ନେଇକରି ଯାଆନ୍ତୁ ।ଯେପରି ଆପଣଙ୍କୁ ଲାଗୁଛି କି ବାନ୍ତି ଆସୁଛି, ତେବେ ଆପଣ ଲେମ୍ବୁର ରସ ଓ ଲୁଣ ମିଶାଇକରି ଏହାର ପାଣିକୁ ସେବନ କରନ୍ତୁ, ଟିକିଏ ସମୟ ମଧ୍ୟରେ ଆପଣଙ୍କୁ ଆରାମ ମିଳିବ ।