March 20, 2025

Odia Express

Here, There and Everywhere

କୋର୍ଟର ଆଦେଶ, ଝଗଡା କରୁଥିବା ବୋହୁକୁ କରିପାରିବେ ନିଜ Property ସଂମ୍ପତ୍ତିରୁ ବେ-ଦଖଲ, କିନ୍ତୁ କରିବାକୁ ହେବ ଏହି କାମ

ବହୁତଥର ଆପଣ ଏମିତି ବହୁତ ମାମଲା ଦେଖିଥିବେ ଯେଉଁଠି ବୋହୁ ଓ ଶଶୁରଘର ମଧ୍ୟରେ ପାରସ୍ପାରିକ ମନ ମୁତାବ କାରଣରୁ ସବୁଦିନ ଝଗଡା ହେବାକୁ ଲାଗିଥାଏ, ଏମିତିରେ ଏହି ଝଗଡାରୁ ବହୁତଥର ସଂମ୍ପର୍କ ବିଚ୍ଛିନ୍ନ କରିବା ଯାଏଁ କଥା ଆସିଯାଏ, ଏମିତିରେ ଦିଲ୍ଲୀ ହାଇକୋର୍ଟ ଘରୋଇ ହିଂସାକୁ ନେଇକରି ଏକ ଗୁରୁତ୍ୱପୁର୍ଣ୍ଣ ଆଦେଶ ନେଇଛନ୍ତି । ଏହି ଆଦେଶ ମୁତାବିକ ବୋହୁଙ୍କ ମଧ୍ୟରେ ଝଗଡା କରିବାର ପ୍ରବୃତିକୁ ନେଇ ସେହି ସଂଯୁକ୍ତ ପରିବାର ରହିବାର ଅଧିକାର ରହିବ ନାହିଁ ଓ ସଂମ୍ପତ୍ତିର ମାଲିକ ଚାହିଁଲେ ତାଙ୍କୁ ବେଦଖଲ କରିପାରିବେ

ଦିଲ୍ଲୀ କୋର୍ଟରେ ଏକ ମାମଲା ସାମ୍ନାକୁ ଆସିଛି ଯାହାର ମୁତାବିକ ସ୍ୱାମୀ ସ୍ତ୍ରିଙ୍କ ମଧ୍ୟରେ ଅଧିକାଂଶ ଥର ଲଢେଇ ଝଗଡା ହୋଇଥାଏ । ଏମିତିରେ ସ୍ୱାମୀ ସ୍ତ୍ରୀ ବିପକ୍ଷରେ କୋର୍ଟରେ ଅଭିଯୋଗ କରାଇପାରିବେ, ସ୍ତ୍ରୀ ବି ଲୋଅର୍ କୋର୍ଟରେ ମାମଲା ଦର୍ଜ କରାଇଥିଲେ, ଘରର ଝଗଡା ମଧ୍ୟରେ ଶାଶୁ ଶଶୁର ନିଜ ପୁଅକୁ ଘରୁ ଯିବାପାଇଁ କହିଦେଲେ

ଏମିତିରେ ପୁଅ ତ ଘର ଛାଡିକରି ଭଡା ଘରେ ସିଫ୍ଟ ହୋଇଗଲା, କିନ୍ତୁ ବୋହୁ ନିଜ ବୟସ୍କ ଶାଶୁ ଶଶୁରଙ୍କ ବିପକ୍ଷରେ କେସ୍ ଲଢୁଥିଲା , ବୋହୁ ନିଜ ଶାଶୁ ଶଶୁରଙ୍କ ଘରେ ହିଁ ରହିବାକୁ ଚାହୁଁଥିଲା, ଯେବେ କି ବୋହୁ ଝଗଡାରୁ ଚିନ୍ତିତ ହୋଇ ଶାଶୁ ଶଶୁର ତାଙ୍କୁ ନିଜ ସାଥିରେ ରଖିବାକୁ ପ୍ରସ୍ତୁତ ନଥିଲେ, ଏମିତିରେ କୋର୍ଟର୍ କହିବା କଥା କି ଯେବେ କି ଛାଡପତ୍ର ହୋଇନାହିଁ

ବୋହୁ ରହିବାର୍ ବନ୍ଦୋବସ୍ତ ଶାଶୁ ଶଶୁରଙ୍କୁ କରିବାକୁ ହେବ, ଘରୋଇ ହିଂସା ଅଧିନିୟମ ଧାରା ୧୯(୧) ଏଫ୍ ଦ୍ୱାରା କୋର୍ଟ ଏହି ଫଇସଲା ଶୁଣାଣି କରିଥିଲେ ।ଏହା ସହ କୋର୍ଟ ଏହି କଥା ସ୍ପଷ୍ଟ କରିଥିଲେ କି ସଂଯୁକ୍ତ୍ ପରିବାର ଘରର ମାମଲାରେ ସଂବନ୍ଧିତ ସଂମ୍ପତ୍ତି ମାଲିକ ବୋହୁକୁ ସଂମ୍ପତ୍ତିରୁ ବେଦଖଲ କରିପାରିବେ, ସ୍ୱାମୀ ବନାଇଥିବା ଘର ତ୍ର ହକ୍ ବରାବର ରହିବ ।

କୋର୍ଟ ବୋହୁ ଦ୍ୱାରା ଶଶୁର ଘରେ ରହିବାର ପାଇଁ ଦର୍ଜ ଅପିଲ୍ ଖାରିଜ୍ କରି କହିଲେ କି ଶାଶୁ ଶଶୁରଙ୍କୁ ଶାନ୍ତିରେ ବଞ୍ଜିବାର୍ ହକ୍ ଅଛି, ସେ ନିଜ ଶାନ୍ତି ପାଇଁ ଘରୁ ବାହାରକୁ ବୋହୁକୁ ବାହାର୍ କରିପାରିବେ, କୋର୍ଟ ନିଜ ଫଇସଲା ଶୁଣାଇକରି କହିଲେ କି ଘରୋଇ ହିଂସା ଅଧିନିୟମ ଧାରା ୧୯ ଦ୍ୱାରା ଆବାସର ଅଧିକାର ସଂଯୁକ୍ତ ଘରେ ରହିବା ଏକ ଜରୁରୀ ଅଧିକାର ନୁହେଁ

Leave a Reply

Your email address will not be published. Required fields are marked *