October 17, 2024

Odia Express

Here, There and Everywhere

ଏହି ୬ ଟି ଜିନିଷକୁ ଦିପାବଳୀ (Dipabali) ର ପୁଜାରେ ନିଶ୍ଚିତ କରନ୍ତୁ ସାମିଲ୍, ମା ଲକ୍ଷ୍ମୀଙ୍କର କୃପାରୁ ଘରେ ହେବାକୁ ଲାଗିବ ସମୃଦ୍ଧି

1 min read

ଦୀପାବଳୀ ଉତ୍ସବ ହିନ୍ଦୁମାନଙ୍କର ସବୁଠାରୁ ବଡ ଉତ୍ସବ ଅଟେ, ଏହିଥର ଦିପାବଳୀର ଉତ୍ସବ ନଭେମ୍ବର ୨୦୨୧ ଗୁରୁବାର ଦିନ ପାଳିତ ହେବ , ଦିପାବଳୀ ଦିନ ଧନର ଦେବୀ ମା ଲକ୍ଷ୍ମୀଙ୍କ ସହ ଭଗବାନ ଶ୍ରୀ ଗଣେଷଙ୍କ ଓ ମା ସ୍ୱରସତୀ ଙ୍କ ପୁଜା କରାଯାଏ, ଦିପାବଳୀ ଉତ୍ସବ ସବୁ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିକୁ ପାଳିତ ହୋଇଥାଏ, ଏହି ଦିନ ଲକ୍ଷ୍ମୀ ଗଣେଷଜୀଙ୍କୁ ବିଧି ବିଧାନ ପୁର୍ବକ ପୁଜା କରାଯାଏ, ଏମିତି ମାନ୍ୟତା ଅଛି କି ଯଦି ଦିପାବଳୀ ଦିନ ବିଧି ପୁର୍ବକ ପୁଜା କରାଯାଏ ତେବେ ଏଥିରେ ମା ଲକ୍ଷ୍ମୀଜୀ କୃପା ଦୃଷ୍ଟି ବ୍ୟକ୍ତିଙ୍କ ଉପରେ ରହିଥାଏ, ଓ ବର୍ଷ ସାରା ଧନର ଅଭାବ ହୁଏନାହିଁ ।

ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଦିପାବଳୀ ଦିନ ଏମିତି ବହୁତ୍ ଉପାୟ କୁହାଯାଇଚି ଯାହା ବ୍ୟକ୍ତି ଜୀବନରେ ବହୁତ ସାରା ଅସୁବିଧାକୁ ଦୁର କରିପାରିବ, ଏଥିରେ ଜଳ ସଂବନ୍ଧ ଚନ୍ଦ୍ରମା ମାନାଯାଏ, ଧାର୍ମିକ ମାନ୍ୟତା ଅନୁସାରେ ଚନ୍ଦ୍ରମା ଉପ୍ତତ୍ତି ସମୁଦ୍ର୍ ମନ୍ଥନରୁ ହୋଇଥିଲା, ଓ ଧନର ଦେବୀ ମା ଲକ୍ଷ୍ମୀ ସମୁଦ୍ରରୁ ହିଁ ପ୍ରକଟ ହୋଇଥିଲେ, ଏହି କାରଣରୁ ଦିପାବଳୀର ରାତିରେ ପାଣିରେ ମିଳୁଥିବା ଏହି ୬ ଟି ଜିନିଷକୁ ପୁଜା କରିଲେ ଆପଣଙ୍କୁ ବିଶେଷ ଫଳର ପ୍ରାପ୍ତି ହୋଇଥାଏ, ଏହି ଜିନିଷ ସାମିଲ୍ କରି ଆପଣ ଲକ୍ଷ୍ମୀଙ୍କ କୃପା ପାଇପାରିବେ, ଓ ଧନ ସହ ଯୋଡି ହୋଇଥିବା ଅସୁବିଧା ଦୁର କରିପାରିବେ ।

୧) ପାଣି ସିଙ୍ଗଡା- ପାଣି ସିଙ୍ଗଡା ଏମିତି ଏକ ଫଳ ଅଟେ ଯାହା ମାଲକ୍ଷ୍ମୀଙ୍କର ସବୁଠାରୁ ପସନ୍ଦିନ୍ଦା ଫଳ ଭିତରୁ ଗୋଟେ ହୋଇଥାଏ, ଯଦି ଆପଣ ଦିପାବଳୀର ରାତିରେ ମା ଲକ୍ଷ୍ମୀଙ୍କ ପୁଜାରେ ପାଣି ସିଙ୍ଗଡାକୁ ସାମିଲ୍ କରନ୍ତି ତେବେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ଓ ମା ଲକ୍ଷ୍ମୀଙ୍କର କୃପାରୁ ଆର୍ଥିକ ଅସୁବିଧା ଦୁର ହୋଇଯାଏ ।

୨) ପଦ୍ମଫୁଲ- ଦୀପାବଳୀର ରାତିକୁ ମା ଲକ୍ଷ୍ମୀଙ୍କର ପୁଜାରେ ପଦ୍ମ ଫୁଲକୁ ସାମିଲ୍ କରନ୍ତୁ ଆପଣ ଲକ୍ଷ୍ମୀଙ୍କର ପୁଜା ସମୟରେ ପଦ୍ମ ଫୁଲ ଅର୍ପଣ କରିପାରିବେ, ଏହା ବହୁତ ଶୁଭ ଓ ମଙ୍ଗଲାକାରୀ ହୋଇଥାଏ, ଏମିତି ମାନ୍ୟତା ଅଛି କି ପଦ୍ମଫୁଲ, ଶୁଭ ସୌନ୍ଦର୍ଯ୍ୟ ଓ ଆର୍ଥିକ ସଂପନ୍ନତାର୍ ପ୍ରତୀକ ବୋଲି ମାନାଯାଏ ।

୩) ଗୋମତୀ ଚକ୍ର- ଯଦି ଆପଣ ଦିପାବଳି ଦିନ ମା ଲକ୍ଷ୍ମୀଙ୍କର ପୁଜା ସମୟରେ ଗୋମତୀ ଚକ୍ର ବ୍ୟବହାର କରନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ, ଆପଣଙ୍କୁ କହିଦେବୁ ଇ ଗୋମତି ନଦୀରେ ଏକ ଧଳା ରଙ୍ଗର ଶାମୁକା ମିଳିଥାଏ, ଯାହା ଉପରେ ଚକ୍ର୍ ହୋଇଥାଏ, ଯାହାକୁ ଗୋମତୀ ଚକ୍ର କହନ୍ତି, ଧାର୍ମିକ ଦୃଷ୍ଟିରୁ ଦେଖିଲେ ଏହି ଚକ୍ର ଭଗବାନ ବିଷ୍ଣୁ ଙ୍କ ସୁଦର୍ଶନ ଚକ୍ର ହୋଇଥାଏ, ଯେଉଁଥିରେ ନକରାତ୍ମକ ଶକ୍ତି ନାଶ କରିବାର ଶକ୍ତି ହୋଇଥାଏ, ଆପଣ ଦିପାବଳୀ ଦିନ ମା ଲକ୍ଷ୍ମୀଙ୍କର ପୁଜା କରିବାପରେ ଗୋମତୀ ଚକ୍ର କୁ ଧନର ଆଲମୀରାରେ ରଖିଦିଅନ୍ତୁ, ଏମିତି ମାନାଯାଏ କି ଏହାକୁ ରଖିଲେ ଧନ ପ୍ରାପ୍ତି ରହିଥାଏ, କହିଦେବୁ କି ଆପଣଙ୍କୁ ପୁଜାରେ ୧୧ ଟି ଗୋମତୀ ଚକ୍ର ରଖିବାକୁ ହେବ ।

୪) ମୋତି- ଆପଣ ଦିପାବଳୀ ଦିନ ଲକ୍ଷ୍ମୀଙ୍କର ପୁଜା ସ୍ଥାନରେ ମୋତି ନିଶ୍ଚିତ ରଖନ୍ତୁ, କିମ୍ବା ମୋତି ଧାରଣ କରନ୍ତୁ, ଏମିତି ମାନାଯାଏ କି ଏମିତି କରିଲେ ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି, ଓ ଧନଧାନ୍ୟରେ ପରିପୁର୍ଣ୍ଣ କରାନ୍ତି ।

୫) ଶଙ୍ଖ- ଯଦି ଆପଣ ଦିପାବଳୀ ଦିନ ଶଙ୍ଖକୁ ସାମିଲ୍ କରାନ୍ତି, ତେବେ ଏହା ବହୁତ ଶୁଭ ହୋଇଥାଏ, ଏମିତି କୁହାଯାଏ କି ଶଙ୍ଖ ରଖିଲେ ଦରିଦ୍ରତା ଓ ଦୁଃଖ ଉଭୟ ଦୁର ହୋଇଯାଏ, ଶଙ୍ଖ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ, ଧାର୍ମିକ ମାନ୍ୟତା ଅନୁସାରେ ଦେଖିଲେ ଶଙ୍ଖ ଧନର ଦେବୀ ମା ଲକ୍ଷ୍ମୀଙ୍କର ଭାଇ ବୋଲି ଜଣାଯାଏ ।

୬) ସମୁଦ୍ରର ଜଳ- ଦିପାବଳୀରେ ଆପଣ ସମୁଦ୍ର ଜଲ ସାମିଲ୍ କରିପାରିବେ, ଏମିତି ମାନାଯାଏ କି ଧନର ଦେବୀ ମା ଲକ୍ଷ୍ମୀ ସମୁଦ୍ର ଜଳରୁ ପ୍ରକଟ ହୋଇଥାଏ, ଯଦି ଆପଣ ତାଙ୍କ ପୁଜାର୍ ସ୍ଥାନରେ ଜଳକୁ କଳସରେ ଭରି ରଖନ୍ତି ଓ ପୁଜା କରିବାପରେ ଜଳକୁ ଛିଞ୍ଚନ କରନ୍ତି ତେବେ ଏଥିରେ ନକରାତ୍ମକ ଶକ୍ତି ଶେଷ ହୋଇଯାଏ, ଓ ଘରେ ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ ।

Leave a Reply

Your email address will not be published. Required fields are marked *