October 17, 2024

Odia Express

Here, There and Everywhere

ଲକ୍ଷେ ଉପରେ ଅଟେ ମୁକେଶ ଅମ୍ବାନୀଙ୍କ Driver ଙ୍କ ଦରମା, ଚାକିରି ପାଇଁ ଏହି ନିୟମଗୁଡିକ ପାଇଁ ଦେବାକୁ ପଡିଥାଏ କଡା ପରୀକ୍ଷା

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଜୀବନଶୈଳୀ ବହୁତ ଅଲଗା ଅଟେ, ଆରବ୍ ଉପରେ ସଂମ୍ପତ୍ତିର ମାଲିକ ମୁକେଶ ଅମ୍ବାନୀ ଦୁନିଆଁର ସବୁଠାରୁ ମହଙ୍ଗା ଘର ଆଣ୍ଟିଲିଆରେ ରହନ୍ତି, କୁହାଯାଏ କି ଏହି ୨୭ ମହଲା ବିଶିଷ୍ଟ ଆଲିଶାନ୍ ଘରରଦେଖାଶୁଣା କରିବାପାଇଁ ୬୦୦ ରୁ ଅଧିକା କର୍ମଚାରୀ କାମକରନ୍ତି, ଏମିତିରେ ଆପଣ ଅନ୍ଦାଜା ଲଗାଇପାରିବେ କି ମୁକେଶ ଅମ୍ବାନୀଙ୍କ ଜୀବନଶୈଳୀ କେଉଁ ମହାରାଜାଙ୍କ ଠାରୁ କମ୍ ନୁହେଁ, କିନ୍ତୁ ଆମେ ଆଜି କଥା ହେବା ମୁକେଶ ଅମ୍ବାନୀଙ୍କ ଡ୍ରାଇଭରଙ୍କ ବିଷୟରେ ଯିଏକି ପ୍ରାୟ ୨ ଲକ୍ଷରୁ ଅଧିକା ଦରମା ନିଅନ୍ତି, କୁହାଯାଏ କି ମୁକେଶ ଅମ୍ବାନୀଙ୍କ ଡ୍ରାଇଭର୍ ହେବାପାଇଁ ବ୍ୟକ୍ତିକୁ ନାନାଦି ପରୀକ୍ଷା ଦେବାକୁ ପଡିଥାଏ, ତେବେ ଆସନ୍ତୁ ଜାଣିବା, ମୁକେଶ ଅମ୍ବାନୀଙ୍କ ଡ୍ରାଇଭର୍ ହେବାପାଇଁ କେଉଁ କେଉଁ କଠିନ ପରୀକ୍ଷାମାନ ଦେବାକୁ ହୋଇଥାଏ।

କହିଦେବୁ କି ମୁକେଶ ଅମ୍ବାନୀଙ୍କୁ କାର ର ବହୁତ ସଉକ ଅଟେ, ତାଙ୍କ ପାଖରେ ଦୁନିଆଁର ନାନାଦି ମହଙ୍ଗା କାର୍ ମାନ ଅଛି । ଏକ ରିପୋର୍ଟରୁ ମାନିଲେ ମୁକେଶ ଅମ୍ବାନୀଙ୍କ ପାଖରେ ୧୭୦ ରୁ ଦାମୀ କାର୍ ଅଛି, ତାଙ୍କ ପାଖରେ ବିଏମଡବଲୁ ୭୬୦ ଏଲ୍ ଆଇ ଅଛି ଜାହା ପୁରା ବୁଲେଟ୍ ପ୍ରୁଫ୍ ଅଟେ, ଏହି କାର୍ ଦାମ୍ ୮ କୋଟି ୫୦ ଲକ୍ଷ୍ କୁହାଯାଏ, ଏମିତିରେ ଏହି ମହଙ୍ଗା କାର୍ ଡ୍ରାଇଭର୍ ବାଛିବାପାଈଁ ଖାସ୍ ଧ୍ୟାନ ରଖିବାକୁ ପଡିଥାଏ ।

ଏକ ରିପୋର୍ଟରୁ ମାନିଲେ ଅମ୍ବାନୀଙ୍କ ଡ୍ରାଇଭର୍ ହେବାପାଇଁ ସବୁଠାରୁ ପ୍ରଥମେ କିଛି କମ୍ପାନୀକୁ ଠିକା ଦିଆଯାଏ, ଯାହାର ମାଧ୍ୟମରେ ଡ୍ରାଇଭର୍ ପାଇଁ ଭ୍ୟାକେନ୍ସି ବାହାରେ, ଏହାପରେ ଏହି କମ୍ପାନୀ କିଛି ବଛା ବଛା ଡ୍ରାଇଭର୍ ଙ୍କୁ ଡକାନ୍ତି, ଓ ତାଙ୍କର ଟେଷ୍ଟ କରି ଡ୍ରାଇଭର୍ ଭାବେ ନିଯୁକ୍ତ ଦିଅନ୍ତି, ଏହାପରେ ଏହି ଡ୍ରାଇଭରଙ୍କୁ ଏକ ଫାଇନାଲ୍ ଟେଷ୍ଟଦେବାକୁ ପଡିଥାଏ, ଯେଉଁଥିରେ ବ୍ୟକ୍ତିର ସିଲେକ୍ସନ୍ ହୋଇଥାଏ, ଡ୍ରାଇଭର୍ ବଛା ଯିବାର ଏହି ପ୍ରକିୟା ଶେଷ ହୁଏନାହିଁ, ବରଂ ଏଠାରୁ ଡ୍ରାଇଭରର ଅସଲ ପରୀକ୍ଷା ଦେବା ଆରମ୍ଭ ହୋଇଥାଏ ।

ଯେବେ କମ୍ପାନୀ କେଉଁ ଡ୍ରାଇଭର୍ କୁ ବାଛିନିଅନ୍ତି ତାଙ୍କୁ ଏହାପରେ ସ୍ପେସାଲ୍ ଟ୍ରେନିଙ୍ଗ୍ ଦିଆଯାଏ, ଏହି ସମୟରେ ଧ୍ୟାନ ରଖାଯାଏ କି ବ୍ୟକ୍ତି ଗାଡିକୁ ସଠିକ୍ ଢଙ୍ଗରେ ଚଲାଇପାରୁଛି କି ନାହିଁ, ପ୍ରଥମେ ଗାଡି ଚଲାଇଛି କି ନାହିଁ, ଏହାସହ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା କରିବାରେ ଭଲ ଅଛି କି ନାହିଁ, ଏକ ସେଲିବ୍ରେଟି ବଡ ହସ୍ତିଙ୍କ ଗାଡି ଚଲାଇବା ସମୟରେ ଡ୍ରାଇଭର୍ ଅଧିକା ପ୍ରେସରରେ ରୁହେ, ଏମିତିରେ ଡ୍ରାଇଭର୍ ର ସହନଶକ୍ତି ଓ ବୁଝାମଣାର ପରିକ୍ଷା ନିଆଯାଏ ।

ଏହି ଟ୍ରେନିଙ୍ଗ୍ ରେ ଯେବେସେହି ଡ୍ରାଇଭର୍ ପୁରା ମାହିର୍ ହୋଇଯାଏ ,ତେବେ ତାପରେ ଡ୍ରାଇଭର୍ ଯୋଗ୍ୟତା ଆଧାରରେ ତାର ସ୍ୟାଲେରି ତୟ କରାଯାଏ, ଖବରରୁ ମାନିଲେ ଅମ୍ବାନୀ ଗୋଟେ ଡ୍ରାଇଭର୍ ପାଇଁ ୨ ଲକ୍ଷ ସ୍ୟାଲେରି ଦିଅନ୍ତି, ଏହା ଛଡା ଅମ୍ବାନୀ ପରିବାରର ଡ୍ରାଇଭର୍ ଭଲ ସ୍ୟାଲେରି ସହ ରହିବା ଓ ଖାଇବା ପିଇବାର ଭଲ ସୁବିଧା ଦିଆଯାଏ ।

କହିଦେବୁ କି ଡ୍ରାଇଭର୍ ଛଡା ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା ଅନ୍ୟ କର୍ମଚାରୀଙ୍କ ସ୍ୟାଲେରି ପ୍ରାୟ ୧୦ ହଜାରରୁ ୨ ଲକ୍ଷ ପ୍ରତି ମାସ ହୋଇଥାଏ, ଏତିକି ନୁହେଁ ମୁକେଶ ଅମ୍ବାନୀ ନିଜ ଚାକରଙ୍କୁ ସ୍ୟାଲେରି ଦେବା ସହ ଇନସୁରାନ୍ସ  ଓ ଏଜୁକେସନ୍ ଆଲାଉନ୍ସ ବି ଦେଇଥାନ୍ତି, କୁହାଯାଏ କି ଅମ୍ବାନୀ ପରିବାରରେ କାମ କରୁଥିବା ଲୋକଙ୍କ ଛୁଆ ବି ଆମେରିକାରେ ପଢନ୍ତି, ବ୍ଲୁମବର୍ଗ ବିଲେନିୟର୍ ଇନଡେକ୍ସ ମୁତାବିକ ଅମ୍ବାନୀ ଦୁନିଆଁର ଧନୀକ ସୁଚିରେ ଷଷ୍ଠ ସ୍ଥାନରେ ଅଛନ୍ତି, ଯଦି କଥା ହେବା ମୁକେଶ ଅମ୍ବାନୀଙ୍କ ସମୁଦାୟ ସଂମ୍ପତ୍ତି ବିଷୟରେ ତେବେ ସେ ୭୨,୦୪ ଆରବ ଡଲାରର ମାଲିକ ଅଟନ୍ତି ।

Leave a Reply

Your email address will not be published. Required fields are marked *