October 17, 2024

Odia Express

Here, There and Everywhere

ରେଳ ଗାଡି ହିଁ ନୁହେଁ ଏବେ ବସ ଗୁଡିକ ବି ଚାଲିବ Electric Power ସହ, ଦେଶର ପ୍ରଥମ ଇଲେକ୍ଟ୍ରିକ୍ ହାଇୱେ ବନାଇବାର ପ୍ରସ୍ତୁତି ଆରମ୍ଭ

କେନ୍ଦ୍ରିୟ ସଡକ ଓ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡକରୀ ଏବେ ଦିଲ୍ଲୀରୁ ଜୟପୁର ମଧ୍ୟରେ ଇଲେକ୍ଟ୍ରିକ୍ ହାଇୱେର ନିର୍ମାଣ ବିଷୟରେ କଥା ହୋଇଥିଲେ, କେନ୍ଦ୍ରୀୟ ମନ୍ତ୍ରୀଙ୍କ କହିବା କଥା କି ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ହାଇୱେ ବନାଇବା ମୋର ସ୍ୱପ୍ନ ଅଛି, ଏହାପାଇଁ ଆମେ ଏକ ବିଦେଶୀ କମ୍ପାନୀ ସହ ଚର୍ଚ୍ଚା କରୁଛୁ, ଏହା ଏବେ ପ୍ରସ୍ତାବିତ ପରିଯୋଜନା ଅଟେ, ଗଡକରୀ କହନ୍ତି କି ତାଙ୍କୁ ପରିବହନ ମନ୍ତ୍ରୀ ରୁପରେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଉପଯୋଗ ଶେଷ କରିବାର ସଂକଳ୍ପ ନେଇଛନ୍ତି ।

ଇଲେକ୍ଟ୍ରୋନିକ୍ସ ହାଇୱେ ପ୍ରସ୍ତୁତି ପରେ ପେଟ୍ରୋଲ୍ ଓ ଡିଜେଲ୍ ଉପଯୋଗରେ ବି କମି ଆସିବ, ତାହା ସହ ଏହା ପର୍ଯ୍ୟାବରଣ ପାଇଁ ବି କମ୍ ହାନିକାରକ ହେବ ।କହିଦେବୁ କି ନିତିନ୍ ଗଡକରୀ ଏହି ଘୋଷଣା ରାଜସ୍ଥାନର ଦୋଷାରେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍ ପ୍ରଗତି ସମୀକ୍ଷା କରିବାର ସମୟରେ କରିଥିଲେ, ଗଡକରୀ କହନ୍ତି କି ଇଲେକ୍ଟ୍ରିକ୍ ଗାଡି ଛଡା, ବସ୍ , ଟ୍ରକ୍  ଓ ମେଟ୍ରୋ ପରି ଉପରେ ଲାଗିଥିବା ଇଲେକ୍ଟ୍ରିକ୍ ତାର ଜରିଆରେ ଚାଲିବ, ସେ କହିଲେ କି ଇଲେକ୍ଟ୍ରିକ୍ ହାଇୱେ ଆରମ୍ଭ ହେବାପରେ ଯାତ୍ରୀଙ୍କୁ ଯାତ୍ରା କରିବାରେ ୪ ରୁ ୫ ଘଣ୍ଟା କମ୍ ହୋଇଯୀବ

ଖବରକୁ ମାନିଲେ ଇଲେକ୍ଟ୍ରିକ୍ ହାଇୱେ ହରିଆଣା ରାଜସ୍ଥାନ, ଦିଲ୍ଲୀ ମଧ୍ୟପ୍ରଦେଶ ଓ ଗୁଜୁରାଟ ହୋଇ ଯାତ୍ରା କରିବ । ନିତିନ୍ ଗଡକରି କହିଲେ କି ପର୍ଯ୍ୟାବରଣକୁ ଧ୍ୟାନରେ ରଖି ଏହି ପରିଯୋଜନା ଡିଜାଇନ୍ କରାଯିବ, ଇଲେକ୍ଟ୍ରିକ୍ ହାଇୱେ କାମ ବର୍ଷ ୨୦୨୩ ରୁ ଆରମ୍ଭ ହେବାର ଆଶା ଅଛି, ଇଲେକ୍ଟ୍ରିକ୍ ହାଇୱେ ହେବାପରେ ସରକାର ସବୁ ମାସ ୧ ହଜାରରୁ ୧୫୦୦ କୋଟି ଟଙ୍କା ଆୟ ହୋଇଥାଏ

ନିତିନ୍ ଗଡକରୀ କହିଲେ କି ନୁଆ ହାଇୱେ ହେବାପରେ ଜୟପୁରରୁ ଦିଲ୍ଲୀ ମଧ୍ୟରେ ଦୁରତା ପ୍ରାୟ ୨ ଘଣ୍ଟାରେ ପୁରା ହୋଇଯିବ, ୨୨ ଗ୍ରୀନ୍ ଏକ୍ସପ୍ରେସ୍ ଉପରେ କାମ ଚାଲୁଛି, ଯେଉଁଥିରେ ୭ ଟି ଏକ୍ସପ୍ରେସ୍ ଉପରେ କାମର୍ ଆରମ୍ଭ ହୋଇସାରିଛି । ଯଦି ସହଜ ଭାଷାରେ କୁହାଯାଏ ତେବେ ଇଲେକ୍ଟ୍ରିକ୍ ହାଇୱେ ଏକ ଏମିତି ହାଇୱେ ହେବ ଯାହା ଉପରେ ଇଲେକ୍ଟ୍ରିକ୍ ବାହାନ ଚାଲିଥାଏ

ଯଦି ଆପଣ ଧ୍ୟାନ ଦେଇଥିବେ ତେବେ ଟ୍ରେନ୍ ଉପରେ ଏକ ଇଲେକ୍ଟ୍ରିକ୍ ୱେର୍ ଲଗାଯାଏ , ଏହି ୱେର୍ ଟ୍ରେନ୍ ଇଞ୍ଜିନ୍ ରୁ ଆର୍ମ ଜରିଆରେ ଯୋଡି ହୋଇଥାଏ, ଯେଉଁଥିରେ ପୁରା ଟ୍ରେନକୁ ଇଲେକ୍ଟ୍ରିସିଟି ମିଳିଥାଏ, ଠିକ୍ ଏହି ପ୍ରକାରର ଇଲେକ୍ଟ୍ରିସିଟି ୱେର୍ ଲଗାଯିବ, ଯାହାକୁ ନେଇ ହାଇୱେରେ ଚାଲୁଥିବା ସବୁ ବାହାନରେ ଇଲେକ୍ଟ୍ରିସିଟି ମିଳିବ, ଏତିକି ନୁହେଁ ବରଂ ଏହି ବାହାନକୁ ଟିକିଏ ଦୁରରେ ଚାର୍ଜିଙ୍ଗ୍ ପଏଣ୍ଟ ବି ମିଳିବ, ଯାହାଦ୍ୱାରା ବାହାନକୁ ଜଲଦି ହିଁ ଚାର୍ଜ କରାଯାଇପାରିବ ।

Leave a Reply

Your email address will not be published. Required fields are marked *