October 17, 2024

Odia Express

Here, There and Everywhere

ସାଉଥ୍ ଷ୍ଟାର୍ Bijay ବାପା ମାଙ୍କ ବିପକ୍ଷରେ କୋର୍ଟରେ କରିଛନ୍ତି ଅଭିଯୋଗ, କହିଲେ ମୋର୍ ନାଁରେ ଫାଇଦା ଉଠାଇଲେ

ଥଲାପତି ବିଜୟ ସାଉଥ୍ ଇଣ୍ତଷ୍ଟ୍ରିର ଏକ ବଡ ନାଁ ଅଟେ, ବିଜୟଙ୍କ ଷ୍ଟାଇଲ୍ , ଡାଇଲଗ୍ ଡେଲିଭରି ଓ ତାଙ୍କ ଅନ୍ଦାଜ ଦିୱାନା ସାଉଥ୍ ନୁହେଁ ବରଂ ପୁରା ଦେଶରେ ଅଛନ୍ତି, ତାଙ୍କ ଫ୍ୟାନ୍ସରେ ବିଜୟଙ୍କ ଫିଲ୍ମକୁ ନେଇକରି ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥାଏ, କିନ୍ତୁ ଏହିଥର ବିଜୟ ନିଜ ଫିଲ୍ମ କାରଣରୁ ନୁହେଁ ବରଂ ଅନ୍ୟ କେଉଁ କାରଣରୁ ଚର୍ଚ୍ଚାରେ ଅଛନ୍ତି, ବିଜୟ ମାଡ୍ରାସ୍ ହାଇକୋର୍ଟରେ ନିଜ ବାପା ମାଙ୍କ ବିପକ୍ଷରେ କେସ୍ ଦର୍ଜ କରାଇଛନ୍ତି, ଏତିକି ନୁହେଁ ମା ବାପାଙ୍କ ସହ ସେ ୧୧ ଜଣା ଲୋକଙ୍କ ବିପକ୍ଷରେ ଅଭିଯୋଗ କରାଇଛନ୍ତି ।

ଆପଣଙ୍କୁ କହିଦେବୁ କି ବିଜୟଙ୍କ ବାପା ଓ ନିର୍ଦ୍ଧେଶକ ଏସ୍ କେ ଚନ୍ଦ୍ରଶେଖର କିଛି ସମୟ ପୁର୍ବରୁ ଏକ ରାଜନୈତିକ ପାର୍ଟି ଗଠନ୍ କରିଥିଲେ, ଏହି ପାର୍ଟିର ନାଁ ଅଲ ଇଣ୍ତିଆ ଥଲାପତି ବିଜୟ ମକ୍କଲ ଇୟକ୍କମ ରଖାଯାଇଥିଲା, ଜ୍ଞାନ ସୁତ୍ରରୁ ଜଣାପଡିଛି କି ନିର୍ବାଚନ ଆୟୋଗ ରେ ଦର୍ଜ ହୋଇଥିବା ଦସ୍ତାବିଜରେ ଏହି ନିର୍ବାଚନୀ ପାର୍ଟିର ଜେନେରାଲ୍ ସେକ୍ରେଟାରୀ ହିସାବରେ ବିଜୟଙ୍କ ବାପାଙ୍କ ନାଁ ଦର୍ଜ ଅଛି । ସେମିତି ତାଙ୍କ ମା ଶୋଭା ଚନ୍ଦ୍ରଶେଖର ତାଙ୍କର ଟ୍ରେଜରର୍ ହୋଇଛନ୍ତି ।

ଆପଣଙ୍କୁ କହିଦେବୁ କି କିଛି ସମୟ ପୁର୍ବରୁ ବିଜୟ ଏକ ବୟାନରେ କହିଥିଲେ କି ତାଙ୍କର ଏହି ରାଜନୈତିକ ପାର୍ଟି ସହ୍ କିଛି ଲେଣଦେଣ ନାହିଁ, ଏହା ସହ ଅଭିନେତା ନିଜ ଫ୍ୟାନ୍ସଙ୍କୁ ଅପିଲ୍ କରିଥିଲେ କି ସେ କେବଳ ବିଜୟଙ୍କ ନାଁ ଶୁଣିକରି ଏହି ପାର୍ଟିରେ ଯୋଡିହୁଅନ୍ତୁ ନାହିଁ, ସେ ଏହା ବି କହିଥିଲେ କି ଯଦି କେହି ତାଙ୍କ ନାଁ କିମ୍ବା ତାଙ୍କ ଫଟୋ କିମ୍ବା ଫ୍ୟାନ୍ କ୍ଲବରେ ଉପଯୋଗକରିବ ତେବେ ତାର ବିପକ୍ଷରେ ସେ କେସ୍ କରିବେ, ଏଥିପାଇଁ ଅଭିନେତା ନିଜ ବାପା ମାଙ୍କ୍ ସମେତ ୧୧ ଜଣ ଲୋକଙ୍କ ବିପକ୍ଷରେ ହାଇକୋର୍ଟରେ ଅଭିଯୋଗ କରାଇଛନ୍ତି ।

ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ନିଜ ଦମଦାର୍ ଅଭିନୟ ପାଇଁ ଜଣାଯାଆନ୍ତି, ସେ ସାଉଥ୍ ସିନେମାରେ ଏବେ ପର୍ଯ୍ୟନ୍ତ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି, ସେହି ଫିଲ୍ମର ନାଁ କହିଲେ ସେଥିରେ ମାଷ୍ଟର୍, ସରକାର, ଥୁପକ୍କି, ଜିଲ୍ଲା, ବିଷ୍ଟ୍ , ତାଙ୍କର୍ ସୁପରହିଟ୍ ଫିଲ୍ମ ରହିଥିଲା, ଏବେ ବିଜୟ ବହୁତ ଅନ୍ୟ ମୁଦ୍ଧାରେ ନେଇ ଚର୍ଚ୍ଚାରେ ଅଛନ୍ତି, ଆଜି ଠାରୁ କିଛି ସମୟ ପୁର୍ବରୁ ମାଡ୍ରାସ୍ ହାଇକୋର୍ଟରେ ତାଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି, ତାଙ୍କ ଉପରେ ଆରୋପ ଏହା ଲାଗିଥିଲା କି ୨୦୧୨ ମସିହାରେ ସେ ଏକ ଲକଜୁରୀ କାର୍ ଲଣ୍ତନରୁ ମଗାଇଥିଲେ

ସେହି କାର୍ ର୍ ଟ୍ୟାକ୍ସ ସେ ଭରିନାହାନ୍ତି, ଏହି କାରଣରୁ ନେଇ ତାଙ୍କ ଉପରେ ଜୋରିମାନା ଲାଗିଛି । ବିଜୟ ସେମିତି ଲକଜୁରୀ ଗାଡିର ସଉକ ରଖନ୍ତି, ଅଭିନେତାଙ୍କ ପାଖରେ ବହୁତ ପ୍ରକାରର ଲକଜୁରୀ ଗାଡିମାନ ଅଛି, ସେଥିରୁ ଗୋଟେ ଗୋଟେ କାର୍ ଦାମ୍ ଲକ୍ଷାଧିକ ଉପରେ ଅଛି ଓ ବହୁତ କାର୍ କୋଟିଏ ଉପରେ ଅଛି, ସେ କାର୍ କୁ ନେଇକରି ଏପରି କ୍ରେଜ୍ ରଖନ୍ତି କି ସେ ଅଲଗା ଅଲଗା ଅବସରରେ ନିଜ ଅଲଗା ଅଲଗା କାର୍ ବ୍ୟବହାର କରନ୍ତି, ଅଭିନେତା ବିଜୟଙ୍କୁ ଏହି ରୟାଲ୍ ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ ।

ବିଜୟଙ୍କ ଫିଲ୍ମ କ୍ୟାରିୟର୍ କଥା କହିଲେ ସେ ବାଳ କଳାକାର ରୁପରେ କାମ କରିବା ଆରମ୍ଭ୍ କରିଥିଲେ, ଲିଡ୍ ଅଭିନେତା ରୁପରେ ସେ ପ୍ରଥମ ଫିଲ୍ମ ନାଲୟା ଥିରୁପୁ ରୁ କରିଥିଲେ, ଏହି ଫିଲ୍ମ ୧୯୯୨ ରେ ଆସିଥିଲା, ଯେବେ ସେ ଫିଲ୍ମରେ କାମ କରିବା ଆରମ୍ଭ କଲେ ତେବେ ତାଙ୍କ ବୟସ ୧୮ ବର୍ଷ ହିଁ ଥିଲା, ଏହି ଅଭିନେତା ଏବେ ପର୍ଯ୍ୟନ୍ତ ସାଉଥ୍ ଫିଲ୍ମରେ ଗୋଟେରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *