October 17, 2024

Odia Express

Here, There and Everywhere

ବଲିଉଡ୍ ର ଏହି ଲୋକପ୍ରିୟ celebs ଛାଡପତ୍ରର ମିଛ ଖବରକୁ ଶୁଣିସାରିଛନ୍ତି, ଜଣଙ୍କର ତ ବିବାହର 117 ଦିନ ପରେ ବ୍ୟାପିଗଲା ଛାଡପତ୍ରର ଖବର

1 min read

ବଲିଉଡ୍ ଇଣ୍ତଷ୍ଟ୍ରିରେ କଳାକାରମାନେ ନିଜ ପ୍ରୋଫେସନାଲ୍ ଲାଇଫ୍ ସହ ନିଜ ପର୍ସନାଲ୍ ଲାଇଫ୍ କାରଣରୁ ବହୁତ ଚର୍ଚ୍ଚାରେ ରୁହନ୍ତି । ଓ ଫିଲ୍ମ ଇଣ୍ତଷ୍ଟ୍ରିର କଳାକାରଙ୍କ ବିବାହିତ ଜୀବନରେ ଉତଥାନ ପତନ ଦେଖିବାକୁ ମିଳିଥାଏ, ଓ ବହୁତଥର କଳାକାରଙ୍କ ବିବାହିତ ସଂମ୍ପର୍କରେ ଫାଟ ଆସିଯାଏ । ଏହି ମଧ୍ୟରେ ତାଙ୍କ ମଧ୍ୟରେ ଏତେ ଦୁରତା ବଢିଯାଏ କି ବିବାହ ଭାଙ୍ଗିଯାଏ, ବହୁତଥର ଏହି କଳାକାରଙ୍କ ସଂମ୍ପର୍କରେ ଫାଟ ଆସିବା ପରେ ଛାଡପତ୍ର ନେଇଥିବାର ମିଥ୍ୟା ଖବର ବହୁତ ଅଧିକା ବ୍ୟାପିଯାଏ, ଯାହାକୁ ଜାଣିକରି କଳାକାରମାନେ ନିଜେ ହିଁ ଚକିତ୍ ହୋଇଯାଆନ୍ତି, ଆଜି ଆମେ ଆପଣଙ୍କୁ ବଲିଉଡ୍ ର କିଛି ଏମିତି ନାମି ଦାମୀ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଛାଡପତ୍ର ନେବାର ମିଥ୍ୟା ଖବର ଶୁଣିସାରିଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ କଳାକାରଙ୍କ ନାଁ ସାମିଲ୍ ଅଛି ।

୧) ସମଂଥା ଅକ୍କିନେନୀ ଓ ନାଗା ଚୈତନ୍ୟ – ସାଉଥ୍ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତା ନାଗ ଚୈତନ୍ୟ ଓ ସଂମଥା ଅକ୍କିନେନୀଙ୍କ ଯୋଡି ଇଣ୍ତଷ୍ଟ୍ରିର ସବୁଠାରୁ ପପୁଲାର୍ ଓ ରୋମାଣ୍ଟିକ୍ ଯୋଡିରୁ ଗୋଟେ ଜଣାଯାଆନ୍ତି, ଓ ସେମିତି ଯେବେ ଠାରୁ ସଂମଥା ଅକ୍କିନେନୀ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟ ଇନଷ୍ଟାଗ୍ରାମ ରୁ ନିଜ ସ୍ୱାମୀ ନାଗା ଚୈତନ୍ୟଙ୍କ ସରନେମ୍ ଅକ୍କିନେନୀକୁ ହଟାଇଦେଇଥିଲେ, ତେବେ ଏହି କପଲ୍ ଛାଡପତ୍ର ଖବର ବହୁତ ଅଧିକା ଭାଇରାଲ୍ ହେଉଛି, ଏବେ ପର୍ଯ୍ୟନ୍ତ ସଂମଥା ଅକ୍କିନେନୀ ଓ ନାଗା ଚୈତନ୍ୟଙ୍କ ଏହି ମାମଲାରେ କିଛି ବି ବୟାନ୍ ଆସିନାହିଁ ।

୨) ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ- ବଲିଉଡ୍ ଦିଗଜ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୧୯ ରେ ଆମେରିକାନ୍ ପପ୍ ସିଙ୍ଗର୍ ନିକ୍ ଜୋନ୍ସଙ୍କୁ ବିବାହ କରିଥିଲେ, ସେମିତି ପ୍ରିୟଙ୍କା ଓ ନିକଙ୍କ ବାହାଘରର ୧ ବର୍ଷ ପରେ ଇଂରାଜୀ ପୋର୍ଟାଲ୍ ରେ ଏହି ଦୁହେଁଙ୍କ ଛାଡପତ୍ର ନେବାର ଖବର ଛପା ହୋଇଥିଲା, ଓ ଏହା ଛପା ହୋଇଥିଲା କି ବିବାହର ୧୧୭ ଦିନ ପରେ ନିକ୍ ଓ ପ୍ରିୟଙ୍କା ଛାଡପତ୍ର ନେଉଛନ୍ତି, ଏହି ମିଥ୍ୟା ଖବରରୁ ପ୍ରିୟଙ୍କା ଚୋପ୍ରା ବହୁତ ନାରାଜ୍ ହୋଇଯାଇଥିଲେ, ଓ ଏହାର ଉତ୍ତରରେ ଆଇନଗତ ତରିକାରେ ଫଇସଲାନେବେ ବୋଲି କହିଥିଲେ ।

୩) ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ- ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକଙ୍କ ଯୋଡି ବଲିଉଡ୍ ର ମୋଷ୍ଟରୋମାଣ୍ଟିକ୍ ଯୋଡିରୁ ଗୋଟେ ବୋଲି ଜଣାଯାଏ , ଏହି ସୁନ୍ଦର କପଲ୍ ଙ୍କୁ ବି ଛାଡପତ୍ର ନେଇଥିବାର ମିଥ୍ୟା ଖବରର ସାମ୍ନା କରିବାକୁ ପଡିଥିଲା, କିଛି ସମୟ ପରେ ଅଭିଷେକ ବଚ୍ଚନ ଏହି ଖବରକୁ ଖଣ୍ତନ କରି ଛାଡପତ୍ର ନେବାର ଖବରକୁ ଏକ ମିଥ୍ୟାପ୍ରଚାର ବୋଲି କହିଥିଲେ ।

୪) ଶିଳ୍ପା ସେଟ୍ଟି ଓ ରାଜ କୁନ୍ଦ୍ରା – ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ସେଟ୍ଟି ନିଜ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଏହି ଦିନରେ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଆରୋପି ହୋଇଥିବା ରାଜ କୁନ୍ଦ୍ରା ଏବେ ଜେଲ୍ ରେ ବନ୍ଦ ହୋଇରହିଛନ୍ତି, ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଏମିତି ଖବର ଅଧିକା ଭାଇରାଳ୍ ହେଉଛି ଶିଳ୍ପା ସେଟ୍ଟି ନିଜ ସ୍ୱାମୀ ରାଜ କୁନ୍ଦ୍ରା ଛାଡପତ୍ର ଦେବାକୁ ଯାଉଛନ୍ତି, ଓ ଏମିତି ପ୍ରଥମଥର ହୋଇନି ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ଛାଡପତ୍ର ଖବର ଭାଇରାଲ୍ ହୋଇଥିଲା, ବରଂ ଏହାପୁର୍ବରୁ ବି ଛାଡପତ୍ରର ମିଥ୍ୟା ଖବରର ସାମ୍ନା କରି ଏହି ଦମ୍ପତି ଶୁଣୀଛନ୍ତି, ଓ ଶିଳ୍ପା ସେଟ୍ଟି ଏକ ଇଣ୍ଟରଭ୍ୟୁରେ ଏହି ଖବରକୁ ମିଥ୍ୟା ବୋଲି ଖଣ୍ତନ କରିଛନ୍ତି ।

୫) ଗୁରୁମିତ୍ ଚୌଧୁରୀ ଓ ଦେବିନା ବାନାର୍ଜୀ- ଗୁରୁମିତ୍ ଚୌଧୁରୀଙ୍କ ଯୋଡି ଟିଭି ଇଣ୍ତଷ୍ଟ୍ରିର ମୋଷ୍ଟ୍ ପପୁଲାର୍ ଯୋଡିରୁ ଗୋଟେ ବୋଲି ଜଣାଯାଏ, ଏହି କପଲ୍ ଙ୍କ ଛାଡପତ୍ରର ମିଥ୍ୟା ଖବର ଶୁଣିଛନ୍ତି, ଓ କିଛି ସମୟ ପୁର୍ବରୁ ଗୁରୁମିତ୍ ଚୌଧୁରୀ ଓ ଦେବିନା ବାନାର୍ଜୀ ବିବାହିତ୍ ସଂମ୍ପର୍କରେ ଅସୁବିଧା ଖବର ସାମ୍ନାକୁ ଆସିଥିଲା, ଏବେ ଏହି ଦମ୍ପତି ଛାଡପତ୍ର ଖବରକୁ ଖଣ୍ତନ କରି ଏହାକୁ ଏକ ମାତ୍ର ମିଥ୍ୟାଖବର ବୋଲି ଜଣାଇଲେ ।

୬) ଜୟ ଭାନୁଶାଳୀ ଓ ମାହି ବିଜ୍- ଟିଭିର ଏହି ଫେମସ୍ କପଲ୍ ଜୟ ଭାନୁଶାଳୀ ଓ ମାହି ବିଜ୍ ବି ଛାଡପତ୍ରର ମିଥ୍ୟା ଖବର ସାମ୍ନା କରିସାରିଛନ୍ତି, ଖବର ମୁତାବିକ ଏହା ବି କୁହାଯାଇଥିଲା କି ଏହି ଦୁହେଁ ଦୁହେଁ ଛାଡପତ୍ର ପେପର୍ ବି ସାଇନ୍ କରିସାରିଛନ୍ତି, ଓ ଏହି କପଲ୍ ଏହି ଖବରକୁ ଖଣ୍ତନ କରି ଏହାକୁ ଏକ ମିଥ୍ୟା ପ୍ରଚାର ବୋଲି କହିଥିଲେ, ଓ ଆଜି ଜୟ ଭାନୁଶାଳୀ ଓ ମାହି ଏକ ଝିଅର ବାପା ମା ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *