October 17, 2024

Odia Express

Here, There and Everywhere

କେବେ ବହୁତ ମୋଟା ଥିଲେ ଅର୍ଜୁନ କାପୁର, ଏବେ ସେୟାର୍ କଲେ ନିଜ Body ଟ୍ରାନ୍ସଫରମେସନ୍ ର ରହସ୍ୟ

ବଲିଉଡ୍ ଅଭିନେତା ଅର୍ଜୁନ କାପୁର ଏହି ଦିନ ନିଜ ବଡି ଟ୍ରାନ୍ସଫରମେସନ୍ କୁ ନେଇକରି ଚର୍ଚ୍ଚାରେ ଅଛନ୍ତି, ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେସନ୍ ଲୋକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାଏ, ଅଭିନେତା ଲଗାତାର ନିଜ ଗୁଡ୍ ଲୁକିଙ୍ଗ୍ ଫଟୋ ଗୁଡିକ ଓ ଭିଡିଓ ଗୁଡିକ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି । ବହୁତ ଦିନରୁ ସେ ମୋଟାପା ପାଇଁ ଚିନ୍ତିତ ରହୁଥିଲେ, ଏହି କାରଣରୁ ଅର୍ଜୁନ କାପୁର ବହୁତଥର୍ ନିଜ ବଡିକୁ ନେଇକରି ଟ୍ରୋଲିଙ୍ଗ୍ ର ଶିକାର ବି ହୋଇଛନ୍ତି । ଅର୍ଜୁନ କାପୁରଙ୍କ କହିବା କଥା କି ନିଜ ଶାରରୀକ ପରିବର୍ତ୍ତନ ପାଇଁ ପ୍ରଶଂସା ତାଙ୍କୁ ବହୁତ ଉତ୍ସାହିତ କରୁଛି

ସେ କହିଲେ କି ଫିଟ୍ ରହିବାପାଇଁ ଲମ୍ବା ଅବଧୀର ଯୋଜନା ହେବା ଦରକାର ଏହାପାଇଁ ଆପଣଙ୍କୁ ସବୁଥର ଛୋଟ ନୁହେଁ ବରଂ ଅଳ୍ପକଳିକ ପରିମାଣ ଦେଖିବା ଦରକାର, ଏବେ ଅର୍ଜୁନ କପୁର ନିଜ ଟ୍ରେନରଓ ଫୁଡ୍ କ୍ୟୁରେଟର୍ ସହ ଯୋଡି ହୋଇଥିବା ଖାସ୍ କଥା ଫ୍ୟାନ୍ସଙ୍କ ସହ ସେୟାର୍ କରିଥିଲେ ,ଯାହାଦ୍ୱାରା ଏହାର ଫାଇଦା ସେ ଉଠାଇପାରିବେ ।

ଅର୍ଜୁନଙ୍କ ମୁତାବିକ ଲୋକେ ତାଙ୍କୁ ଲଗାତାର ଏହା ପ୍ରଶ୍ନ କରୁଥିଲେ କି କିପରି ନିଜକୁ ଏମିତି ପରିବର୍ତ୍ତନ କରାଇଲେ, ଏହି କାରଣରୁ ଅଭିନେତା ଲୋକଙ୍କ ସହ ସୁଚନା ସେୟାର୍ କରିଥିଲେ , ସେ ସୋସିଆଲ୍ ମିଡିଆ ଏକାଉଣ୍ଟରେ ପୋଷ୍ଟ ସେୟାର୍ କରିଥିଲେ, ଲୋକଙ୍କ ମୋର ଦ୍ୱାରା କରାଯାଉଥିବା କଡା ପରିଶ୍ରମର ପ୍ରଶଂସା କରି ଦେଖିବା ବାସ୍ତବରେ ଉତ୍ସାହ ଜନକ ଅଟେ, ବଢିଆ ହେବାପାଇଁ ଲଗାତାର ପ୍ରୟାସ କରିବା ବହୁତ ଭଲ ହୋଇଥାଏ, ଆଗକୁ ସେ କହିଲେ କି ନିଜ ଫିଟନେସ୍ ପାଇଁ ଟ୍ରେନର୍ ଡୁ ନିଲ୍ ଓ ଅକ୍ଷତ ଅରୋଡାଙ୍କୁ ଶ୍ରେୟ ଦେବାକୁ ଚାହିଁବି

ମୋତେ ଟ୍ରାକ୍ ରେ ରଖିବାପାଈଁ ମୋର ଖାଦ୍ୟପେୟ ପୋଷଣ ସଂବନ୍ଧି ସବୁ ଦରକାରିତା ଖାସ୍ ଧ୍ୟାନରଖିଲେ, ଆଜି ଅର୍ଜୁନ ନିଜ ଫିଟନେସ୍ ରୁ ବହୁତ ଖୁସିରେ ଅଛନ୍ତି, ଏହାକୁ ବନାଇ ରଖିବାପାଇଁ ସେ ନିଜ ଖାଦ୍ୟପେୟ ସହ ୱାର୍କଆଉଟ୍ ପୁରା ଧ୍ୟାନ ରଖନ୍ତି । ୱାର୍କଫ୍ରଣ୍ତ କଥା କହିଲେ ଏବେ ଅର୍ଜୁନ କାପୁର ଫିଲ୍ମ ଭୁତ୍ ପୋଲିସ୍ ରେ ନଜର ଆସିଛନ୍ତି, ଏହି ଫିଲ୍ମରେ ସେ ନିଜ ଦମଦାର୍ ଅଭିନୟ ପାଇଁ ଦର୍ଶକଙ୍କ ବହୁତ ଭଲ ପାଇବା ପାଇଛନ୍ତି

ଏହି ଫିଲ୍ମରେ ଅର୍ଜୁନଙ୍କ ଛଡା ସୈଫ୍ ଅଲ୍ଲୀ ଖାନ୍ , ଜ୍ୟାକଲିନ୍ , ଓ ୟାମି ଗୌତମଙ୍କୁ ଦେଖାଯାଇଛି, ଏହା ଛଡା ଅର୍ଜୁନ କାପୁର ଜଲଦି ହିଁ ଏକ ଭିଲେନ୍ ରିଟର୍ଣ୍ଣସ୍ ରେ ନଜର ଆସିବେ, କହିଦେବୁ କି ଏହି ଫିଲରେ ଅର୍ଜୁନଙ୍କ ସହ ଜନ୍ ଅବ୍ରାହମ୍ ଓ ଦିଶା ପଠାନୀ ନଜର ଆସିବେ । ଅର୍ଜୁନ କାପୁର ନିଜ ପର୍ସନାଲ୍ ଲାଇଫ୍ ଓ ପ୍ରୋଫେସନାଲ୍ ଲାଇଫ୍ କୁ ନେଇ ବହୁତ୍ ଚର୍ଚ୍ଚାରେ ରୁହନ୍ତି

କହିଦେବୁ କି ମଲାଇକା ଅରୋରା ସାଙ୍ଗରେ ଆଫେୟାର୍ କୁ ନେଇକରି ସୋସିଆଲ୍ ମିଡିଆରେ ସେ ସବୁବେଳେ ଚର୍ଚ୍ଚାରେ ଅଛନ୍ତି ଦୁହେଁ ଜଣେ ଅନ୍ୟଜଣଙ୍କୁ ସପୋର୍ଟ ପାଇଁ ଆସିଥାନ୍ତି, ଏହି ସଂମ୍ପର୍କ ଭବିଷ୍ୟତରେ କଣ ନାଁ ଦେବ ଏହା ସମୟ କହିବ, ଏହି ଯୋଡି ନା କେବଳ ଦେଶରେ ବରଂ ବିଦେଶରେ ବି ନିଜ କ୍ୱାଲିଟୀ ଟାଇମ୍ ସେଣ୍ତ କରୁଥିବାର ଫଟୋ ସେୟାର୍ କରିସାରିଛନ୍ତି, ମଲାଇକା ଅରୋରା ଅଭିନେତା ଅର୍ଜୁନ କାପୁରଙ୍କ ସହ୍ ବହୁତ ଥର ନିଜ ଫଟୋ ସେୟାର୍ କରିସାରିଛନ୍ତି

Leave a Reply

Your email address will not be published. Required fields are marked *