October 18, 2024

Odia Express

Here, There and Everywhere

Amrish Puri ଙ୍କ ନାତିଙ୍କୁ ମିଳିପାରିନାହିଁ ଫିଲ୍ମରେ କାମ, କହିଲେ କି ଜେଜେବାପା ଥାନ୍ତେ ତ ନିଶ୍ଚିତ କରିଥାନ୍ତେ ସାହାଯ୍ୟ

ଅଭିନେତା ଅମରୀଶ ପୁରୀ ୯୦ ଦଶକର ଦିଗଜ୍ କଳାକାର ଅଟନ୍ତି । ସେ ନିଜ ଶାନଦାର୍ ଅଭିନୟ ପାଇଁ ସେ ଆଜି ବି ଲୋକପ୍ରିୟ ହୋଇଛନ୍ତି, ଅମରୀଶ ପୁରୀ ଆଜି ନିଜ ଅଭିନୟ ପାଇଁ ବହୁତ ସାରା ଆୱାର୍ଡ ବି ଜିତିଛନ୍ତି , ତାଙ୍କ ଭିଲେନ୍ ରୋଲ୍ ବହୁତ ଭଲ ସୁଟ୍ କରେ, ଓ ସବୁ ନିର୍ଦ୍ଧେଶକ ନିଜ ଫିଲ୍ମରେ ତାଙ୍କୁ ନେବାକୁ ଚାହୁଁଥିଲେ , ଭିଲେନ୍ ରୋଲ୍ ନିଭାଇବାପରେ ତାଙ୍କୁ ବହୁତ ପସନ୍ଦ କରାଯାଉଥିଲା, ଯେତେ ହିରୋ ଲୋକପ୍ରିୟ ହେଉଥିଲେ ।

ଅମରୀଶ ପୁରୀ ଏହି ଦୁନିଆଁକୁ ଛାଡି ଚାଲିଯିବାର୍ ବହୁତ ବର୍ଷ ହୋଇସାରିଛି, କିନ୍ତୁ ଆଜି ବି ଲୋକେ ତାଙ୍କ ଅଭିନୟର ଦିୱାନା ଅଟନ୍ତି , ଅମରୀଶ ପୁରୀଙ୍କ ନାତି ବର୍ଦ୍ଧନ ପୁରା ନିଜ ଜେଜେବାପାଙ୍କ ପରି ନାଁ କମାଇବାକୁ ଚାହଁନ୍ତି, ସେ ନିଜ ପରିଚୟ ବଲିଉଡ୍ ରେ ଗଢି ତୋଳିବାକୁ ଲାଗିଛନ୍ତି, ବର୍ଦ୍ଧନ ନିଜ କ୍ୟାରିୟରକୁ ନେଇକରି ବହୁତ ସିରିୟସ୍ ଅଟନ୍ତି ସେ ଏକ ଭଲ ଫିଲ୍ମ ପାଇଁ ସନ୍ଧାନରେ ଅଛନ୍ତି ।

ଆଇଏନଏସ୍ କୁ ଦିଆଯାଇଥିବା ଇଣ୍ଟରଭ୍ୟୁରେ ବର୍ଦ୍ଧନ କହିଲେ କି ସେ ଅଭିନୟରୁ କ୍ୟାରିୟର୍ କରିବାକୁ ଚାହଁନ୍ତି, କିନ୍ତୁ ଫିଲ୍ମ ଜଗତରେ ନିଜ ପରିଚୟ ବନାଇବା ତାଙ୍କ ପାଇଁ ମୁସକିଲ୍ ହୋଇଯାଈଛି, ବର୍ଦ୍ଧନ ଇଣ୍ଟରଭ୍ୟୁରେ କହିଲେ କି ଯଦି ଜେଜେବାପା ଜିବିତ ଥାନ୍ତେ ତେବେ ବୋଧେ ସେ ଫିଲ୍ମ ନିର୍ମାତାଙ୍କ ସହ କଥାବାର୍ତ୍ତା କରିଥାନ୍ତେ, ଯାହା ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜକୁ ପ୍ରମାଣିତ କରିବାର ମଉକା ମିଳିଥାନ୍ତା, ବର୍ଦ୍ଧନଙ୍କ ଅନୁସାରେ ବଲିଉଡ୍ ରେ ତାଙ୍କ ପରିଚୟ କମ୍ ଅଛି, ଯାହାର କାରଣରୁ ତାଙ୍କୁ କାମ ମିଳିପାରୁନାହିଁ ।

ନିଜ ଜେଜେବାପାଙ୍କୁ ମନେ ପକାଇ ସେ କହିଲେ କି ସେ ତାଙ୍କୁ ସବୁ ସମୟରେ ଥରେ ତାଙ୍କ ଭଳି ବଞ୍ଚିବାକୁ ଚାହଁନ୍ତି, ଯେବେ ତାଙ୍କ ଜେଜେବାପା ବଞ୍ଚିଥିଲେ ସେ ନିଜ ଜେଜେବାପାଙ୍କ ସହ ବସିକରି ଚ୍ୟାପଲିନ୍ ଫିଲ୍ମ ଦେଖୁଥିଲେ, ସେହି ଦିନରେ ସେ ବସିକରି ଜଳଖିଆ ଖାଉଥିଲେ, ଓ ବ୍ରେକ୍ ସମୟରେ ଜଣେ ଅନ୍ୟଙ୍କ ସହ କଥାବାର୍ତ୍ତା କରୁଥିଲେ ।

ବର୍ଦ୍ଧନ ନିଜ ଛୁଆବେଳର ଦିନ ଜେଜେବାପାଙ୍କ ସହ ବହୁତ ମଜା ନେଉଥିଲେ, ଏବେ ତାଙ୍କ ଜେଜେବାପା ଜୀବିତ ନାହାନ୍ତି । ତେବେ ସେ ନିଜକୁ ଏକେଲା ଅନୁଭବ୍ କରୁଛନ୍ତି,  ଯେବେ ଅମରୀଶପୁରୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ତେବେ ସେହି ସମୟରେ ବର୍ଦ୍ଧନଙ୍କ ବୟସ ବହୁତ କମ୍ ଥିଲା, ସେ ବହୁତ କମ୍ ବୟସରେ ନିଜ ଜେଜେବାପାଙ୍କ ସହ କଟାଇଥିଲେ

୨୦୧୯ ରେ ବର୍ଦ୍ଧନଙ୍କ ଫିଲ୍ମ ୟେ ଶାଲି ଆଶିକି ଆସିଥିଲା, କିନ୍ତୁ ଏହି ଫିଲ୍ମ ପୁରା ଫ୍ଲପ୍ ହୋଇଥିଲା, ସେମିତି ଏବେ ଏକ ଭଲ କାହାଣୀ ବାଲା ଫିଲ୍ମ ଖୋଜାରେ ଅଛନ୍ତି, ଏତିକି ନୁହେଁ ଜେଜେବାପା ଅମରିଶ ପୁରୀଙ୍କ ପାଇଁ ବର୍ଦ୍ଧନ ଏକ ବଡ ପ୍ଲାନିଙ୍ଗ୍ କରିଛନ୍ତି, ବର୍ଦ୍ଧନଙ୍କ ଅନୁସାରେ ସେ ନିଜ ଜେଜେବାପାଙ୍କର ବାୟୋଗ୍ରାଫି କରିବାକୁ ଚାହୁଁଛନ୍ତି, ଏହି ଜିନିଷକୁ ନେଇ ସେ ନିଜ ପରିବାର ସହ କଥାବାର୍ତ୍ତା ହୋଇଛନ୍ତି । ଅମରିଶ୍ ପୁରୀଙ୍କ ନିଧନ ୧୨ ଜାନୁୟାରୀ ୨୦୦୫ ରେ ହୋଇଥିଲା, ସେ ଲମ୍ବା ସମୟରୁ ବ୍ଲଡ୍ କ୍ୟାନସର୍ ରେ ପିଡିତ ଥିଲେ, ସେମିତି ରୋଗର ହାଲତରେ ସେ ଫିଲ୍ମରେ କାମ କରିବାକୁ କେବେ ବନ୍ଦ କରିନଥିଲେ ।

Leave a Reply

Your email address will not be published. Required fields are marked *