October 16, 2024

Odia Express

Here, There and Everywhere

କଣ ଆପଣଙ୍କ CHILDREN ହେଉଛି ଜିଦ୍ଦି ସ୍ୱଭାବ ? ତେବେ ସୁଧାରିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

1 min read

ମା ବାପାଙ୍କ ପାଇଁ ତାଙ୍କ ଛୁଆ ପୁରା ଦୁନିଆଁ ହୋଇଥାନ୍ତି, ନିଜ ଛୁଆର ଖୁସି ପାଇଁ ସବୁ ମା ବାପା କିଛି ବି କରିବାକୁ ପ୍ରସ୍ତୁତ ହୋଇଥାନ୍ତି, ଛୁଆ ବି ନିଜ ପରିଜନଙ୍କ ସହ ବହୁତ ଘନିଷ୍ଠ ହୋଇଥାନ୍ତି, ଛୁଆଙ୍କ ଛୋଟମୋଟ କଥାରେ ଜିଦ୍ କରିବା ସ୍ୱାଭାବିକ ହୋଇଥାଏ, କିନ୍ତୁ ବହୁତଥର ତାଙ୍କ ଏହି ଜିଦ୍ କରିବାର ବ୍ୟବହାର ଅସୁବିଧା ସୃଷ୍ଟି କରିଥାଏ, ଏକ ରିସର୍ଚ୍ଚ ଅନୁସାରେ ୩୭ ପ୍ରତିଶତ ଛୁଆ ଏମିତି ଅଛନ୍ତି ଯିଏକି ଘର ବାହାରକୁ ବାହାରିବାପରେ ବହୁତ ଜିଦ୍ଦି ହୋଇଯାଆନ୍ତି, ଓ ବହୁତଥର ତାଙ୍କୁ ସଂମ୍ଭାଳିବା ବି କାଠିକର ପାଠ ହୋଇଯାଏ, ଏହା ସହ କିଛି ଛୁଆ ଏତେ ଜିଦ୍ଦି ହୋଇଯାଆନ୍ତି କି ନିଜ ବାପା ମାଙ୍କ୍ କଥା ବି ଶୁଣନ୍ତି ନାହିଁ, ଯଦି ଆପଣଙ୍କ ଛୁଆ ଏମିତି ଜିଦ୍ଦି କରୁଛି ତେବେ ଏହି ଖାସ୍ ପୋଷ୍ଟ କେବଳ ଆପଣଙ୍କ ପାଇଁ, ଏଠାରେ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ଦେବାକୁ ଯାଉଛୁ ଯାହାକୁ ଫଲୋ କରିଲେ ଆପଣଙ୍କ ଛୁଆର ଜିଦ୍ଦି ବ୍ୟବହାରକୁ ନିୟନ୍ତ୍ରଣ ବା ସୁଧାର କରିପାରିବେ, ତେବେ ଆସନ୍ତୁ ଜାଣିବା ।

୧) ଛୁଆଙ୍କ ସହ କରନ୍ତୁ ନାହିଁ ଯୁକ୍ତି- ବହୁତ ଛୁଆ କେଉଁ ଭୁଲ୍ କଥା ପାଇଁ କିମ୍ବା ଖରାପ ଜିନିଷ ପାଇଁ ବହୁତ ଜିଦ୍ କରନ୍ତି, ଏମିତିରେ ମା ବାପା ତାଙ୍କୁ ରାଗିକରି ଚାପୁଡା ବା ଗାଳି କରିବସନ୍ତି, ଯଦି ଆପଣଙ୍କ ଛୁଆ ଏମିତି ଭୁଲ୍ ଜିନିଷ କରିବାକୁ ଜିଦ୍ କରେ, ତେବେ ତାଙ୍କ ସହ ଯୁକ୍ତି କରିବା ପରିବର୍ତ୍ତେ ତାଙ୍କୁ ଭଲରେ ବୁଝାଇବାକୁ ଚେଷ୍ଟା କରନ୍ତୁ, ଯଦି ତେବେ ବି ଛୁଆ ନିଜ ଜିଦ୍ ଉପରେ ରହିଥାଏ ,ତେବେ ତାକୁ ହାଲକା ଗାଳି କରିପାରିବେ, ଓ ତାକୁ ଭଲ ଖରାପର ଅନ୍ତର ବିଷୟରେ ଜଣାଇବେ ।

୨) ଧ୍ୟାନରେ ଶୁଣନ୍ତୁ କଥା- ଆଜିର ଏଇ ଆଧୁନିକ ସମୟରେ ସମସ୍ତେ ନିଜ କାମ ଧନ୍ଦାରେ ବ୍ୟସ୍ତ ରୁହନ୍ତି, ଏମିତିରେ ବହୁତ ଛୁଆ ନିଜ ମା ବାପାଙ୍କ ସହ ସମୟ ଅତିବାହିତ କରିବାକୁ ଚାହନ୍ତି କିନ୍ତୁ ସମୟ ଅଭାବ ସକାଶେ ତାଙ୍କ ବାପା ମା ତାଙ୍କର ଧ୍ୟାନ ରଖିପାରନ୍ତି ନାହିଁ, ଓ ଏଥିରେ ଛୁଆମାନେ ଚିଡଚିଡା ହୋଇଯାଆନ୍ତି, ଯଦି ଆପଣଙ୍କ ଛୁଆ ଜିଦ୍ କୁ ସୁଧାରିବାକୁ ଚାହଁନ୍ତି ତେବେ ଆପଣ ତାର୍ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ, ଏମିତି କରିଲେ ଆପଣଙ୍କ ସହ ଭଲ ବଣ୍ତିଙ୍ଗ୍ ରହିବ, ଓ ଆପଣଙ୍କ କଥା ସବୁବେଳେ ସେ ମାନିବ ।

୩) କରନ୍ତୁ ନାହିଁ ସବୁ ଜିଦ୍ କୁ ପୁରା- ବହୁତ ମା ବାପା ଏମିତି ହୋଇଥାନ୍ତି କି ନିଜ ଛୁଆର ଛୋଟ୍ ମୋଟ ସବୁ ଜିଦ୍ ବା ଇଚ୍ଛାକୁ ପୁରଣ କରିଦିଅନ୍ତି, ଏହା ସହ ଛୁଆ ସଠିକ୍ କିମ୍ବା ଭୁଲ୍ ଜିଦ୍ ବି କଲେ ତାହାର ଖୁସିପାଇଁ ପୁରା କରିବାକୁ ଚେଷ୍ଟା କରନ୍ତି, ଯଦି ଆପଣଙ୍କ ଛୁଆ ସବୁ ଜିଦ୍ ପୁରା କରିବେ ତେବେ ସେ ଅଧିକା ଜିଦି ହେବେ, ଏମିତିରେ ଆପଣ କେବଳ ତାଙ୍କୁ କଥାକୁ ବୁଝାଇବାକୁ ହିଁ ପଡିଥାଏ ।

୪) ତାଙ୍କୁ ପ୍ରେସର୍ କରନ୍ତୁ ନାହିଁ- ଅଧିକା ପ୍ୟାରେଣ୍ଟ୍ସ ନିଜ ଛୁଆଙ୍କ ଉପରେ ନିଜ ଇଚ୍ଛା ରଖିବାକୁ ପ୍ରୟାସ କରିଥାନ୍ତି, ଏମିତିରେ ଛୁଆ ଅଧିକା ଜିଦ୍ଦି କିମ୍ବା ବିଦ୍ରୋହି ହୋଇଯାଆନ୍ତି, କିନ୍ତୁ ଯଦି ଆପଣଙ୍କ ଛୁଆ ଏମିତି କରୁଛି ତେବେ ତା ଉପରେ ପ୍ରେସର୍ ପକାଇବା ପରିବର୍ତ୍ତେ ତାଙ୍କୁ ଭଲରେ ହ୍ୟାଣ୍ତେଲ୍ କରିବା ଶିଖନ୍ତୁ, ଏମିତିରେ ଆପଣଙ୍କ ଛୁଆ ଆପଣଙ୍କ କଥା ଭଲରେ ଶୁଣିବ ଓ ନିଜ ଅସୁବିଧା ବିଷୟରେ ଖୋଲିକରି କଥାହେବ,  ଓ ଆପଣଙ୍କ ଅନ୍ତରଙ୍ଗ ରହିବାକୁ ଚାହିଁବ ।

Leave a Reply

Your email address will not be published. Required fields are marked *