October 18, 2024

Odia Express

Here, There and Everywhere

ନିଜ ବାପାଙ୍କ ସହ ବହୁତ ଖୁସିରେ ଥିଲେ Shweta Tiwari ଙ୍କ ଝିଅ ପଲକ୍, ୧୪ ବର୍ଷ ପୁର୍ବରୁ ଏହି କାରଣରୁ ହୋଇଥିଲା ଛାଡପତ୍ର

ଶ୍ୱେତା ତିୱାରୀ ନିଜ ଜୀବନୀକୁ ନେଇକରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଶ୍ୱେତା ଦୁଇଟି ବିବାହ କରିଥିଲେ, ଓ ଦୁହେଁ ଅସଫଳ ହୋଇଥିଲା, ଏବେ ସେ ୨୧ ବର୍ଷିୟ ଝିଅ ପଲକ୍ ତିୱାରୀ ଓ ପୁଅ ରେୟାଂଶ ସହ ଏକେଲା ରହୁଛନ୍ତି, ଶ୍ୱେତା ପ୍ରଥମ ବିବାହ ରାଜା ଚୌଧୁରୀଙ୍କ ସହ କରିଥିଲେ ପଲକ ତାଙ୍କର ଝିଅ ଅଟେ । ପଲକ୍ ନିଜ ବାପାଙ୍କ ସହ ଦେଖାଦେଇଥିଲେ, ରାଜା ଚୌଧୁରୀ କିଛି ଦିନ ପୁର୍ବରୁ ସୋସିଆଲ୍ ମିଡୀଆରେ ଏକ ଫଟୋ ସେୟାର୍ କରିଥିଲେ, ଯେଉଁଥିରେ ଝିଅର ସହ କ୍ଲୋଜ୍ ବଣ୍ତିଙ୍ଗ୍ ସେୟାର୍ କରୁଥିବାର ଦେଖାଯାଇଛି, ଏହି ଫଟୋ ରାଜା ଚୌଧୁରୀଙ୍କ ଜନ୍ମଦିନର ଅଟେ ।

ଏହି ଫଟୋକୁ ସେୟାର୍ କରି ରାଜା ଚୌଧୁରୀ ଲେଖିଲେ କି ମୋର ଜନ୍ମଦିନକୁ ସ୍ପେଶାଲ୍ ବନାଇବାପାଇଁ ତୁମର ବହୁତ ବହୁତ ଧନ୍ୟବାଦ, ରାଜା ଚୌଧୁରୀଙ୍କ ଏହି ପୋଷ୍ଟରେ ବହୁତ କମେଣ୍ଟ ଆସିଥିଲା, ଜଣେ ବ୍ୟକ୍ତି ଲେଖିଥିଲା କି ଆପଣଙ୍କୁ ଆପଣଙ୍କ ଝିଅ ସହ ଦେଖିକରି ଖୁସି ଲାଗୁଛି, ଏହା ସହ ଆଉଜଣେ ଲେଖିଥିଲେ କି ଆପଣଙ୍କ ଝିଅର ଆଖିର ରଙ୍ଗ ଓ ନାକର ଗଢଣ ଦେଖି ଲାଗୁଛି କି ତାଙ୍କ ଭବିଷ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ, ପଲକ ତିୱାରୀଙ୍କ ଜନ୍ମ ଶ୍ୱେତାଙ୍କ ବିବାହର ଠିକ୍ ଗୋଟେ ବର୍ଷ ପରେ ୨୦୦୦ ମସିହାରେ ହୋଇଥିଲା ।

ଆପଣଙ୍କୁ କହିଦେବୁ କି ଶ୍ୱେତାଙ୍କ ପ୍ରଥମ ବିବାହ ୧୯ ବର୍ଷ ବୟସରେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଅଭିନେତା ଓ ଫିଲ୍ମ ପ୍ରଡୁସର୍ ରାଜା ଚୌଧୁରୀଙ୍କ୍ ସହ ହୋଇଥିଲା । ୧୯୯୯ ରେ ଲଭ୍ ମ୍ୟାରେଜ୍ କରିଥିଲେ, ଏହି ବିବାହକୁ ନେଇ ଶ୍ୱେତାଙ୍କ ଫ୍ୟାମିଲି ବହୁତ ବିରୋଧ କରିଥିଲେ, କିନ୍ତୁ ଏହି ଦମ୍ପତି ନିଜ ଫ୍ୟାମିଲି ବିଷୟରେ ନ ଭାବି ବିବାହ କରିନେଇଥିଲେ, ବିବାହର ଆରମ୍ଭର ଦିନରେ ଶ୍ୱେତା ଓ ରାଜାଙ୍କ ବିବାହିତ ଜୀବନ ଠିକ୍ ଚାଲୁଥିଲା, କିନ୍ତୁ କିଛି ଦିନ ପରେ ଦୁହେଁଙ୍କ ମଧ୍ୟରେ ପାଟିତୁଣ୍ତ ହେବାକୁ ଲାଗିଲା, ଦୁହେଁଙ୍କ ମଧ୍ୟରେ ଚିନ୍ତା ପଲକଙ୍କ ଜନ୍ମ ହେବା ପରେ ଆସିବାକୁ ଲାଗିଲା ।

ଶ୍ୱେତା ପଲକଙ୍କୁ ଜନ୍ମ ଦେବାପରେ ୨୦୦୧ ରେ କହିଁ କିସି ରୋଜ୍ ରୁ ଟିଭି ଇଣ୍ତଷ୍ଟ୍ରିରେ ଡେବ୍ୟୁ କଲେ, ଏହି ସମୟରେ ରାଜାଙ୍କ ଉପରେ ମାଡପିଟ୍ ଆରୋପ ଲାଗିଥିଲା, ପରେ ରାଜା ଚିନ୍ତିତ ହୋଇକରି ଶ୍ୱେତା ତିୱାରୀଙ୍କୁ ୨୦୦୭ ରେ ଛାଡପତ୍ରର କେସ୍ ଫାଇଲ୍ କରି ଛାଡପତ୍ର ଦେଇଦେଲେ, ଏହାପରେ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହିବାକୁ ଲାଗିଲେ ।

ଦୁହେଁଙ୍କ ଛାଡପତ୍ର ପ୍ରସୋସ୍ ବହୁତ ଲମ୍ବା ସମୟ ଚାଲିଥିଲା, ପ୍ରାୟ ସାଢେ ପାଞ୍ଚ ବର୍ଷ ପରେ ପରିଶେଷରେ ୨୦୧୨ ରେ ଏହି ଦୁହେଁ ଅଲଗା ହୋଇଥିଲେ, ଏହାପରେ ୨୦୧୩ ରେ ଶ୍ୱେତା ତିୱାରୀ ଅଭିନେତା ଅଭିନବ କୋହଲିଙ୍କୁ ଦ୍ୱିତୀୟ ବିବାହ କରିନେଲେ, କିନ୍ତୁ ଏହି ବିବାହ ଅଧିକା ଦିନ ଆଉ ରହିଲା ନାହିଁ, ଦୁହେଁ ଅଲଗା ହୋଇଗଲେ ।

ଜାଣିଥିବେ କି ଶ୍ୱେତାଙ୍କ ଦ୍ୱିତୀୟ ବିବାହରେ ତାଙ୍କ ପୁଅ ରେୟାଂଶ ହୋଇଥିଲା, ଯାହାକି ଶ୍ୱେତାଙ୍କ ପାଖରେ ରହୁଛି, ଦୁହେଁ ବିବାହ ଭାଙ୍ଗିଯିବାପରେ ଶ୍ୱେତାଙ୍କୁ ବହୁତ୍ ଟ୍ରୋଲ୍ କରାଯାଇଥିଲା, କିଛି ଦିନ ପୁର୍ବରୁ ଶ୍ୱେତା ତିୱାରୀ ଟ୍ରୋଲିଙ୍ଗ୍ ଉପରେ ଖୋଲିକରି ନିଜ ପକ୍ଷ ରଖିଲେ ସେ କହିଲେ କି ତାଙ୍କ କାରଣରୁ ବହୁତ ଲୋକ ଝିଅ ପଲକ୍ କୁ ଛାଡୁନାହାନ୍ତି, ବହୁତ ଲୋକ ତାଙ୍କୁ ଆଉଥରେ ବାହାହେବାକୁ ଉପଦେଶ ଦେଉନାହାନ୍ତି, ସେମିତି ପଲକ୍ ଙ୍କୁ ନେଇ ଲୋକେ କହନ୍ତି କି ମା ଦୁଇଟି ବାହା ହୋଇଛନ୍ତି, ତେବେ ଝିଅ ତ କମ୍ ସେ କମ୍ ପାଞ୍ଚଟି ବାହା ହେବ ।

Leave a Reply

Your email address will not be published. Required fields are marked *