October 18, 2024

Odia Express

Here, There and Everywhere

ବଲିଉଡ୍ ର ଲୋକପ୍ରିୟ କଳାକାରଙ୍କ ସହ ଛାଇ ପରି ରହନ୍ତି ନିଜ BODYGUARD, ଜାଣନ୍ତୁ କେତେ ଅଟେ ତାଙ୍କ ସ୍ୟାଲେରି

1 min read

ବଲିଉଡ୍ କଳାକାରଙ୍କ ପ୍ରଶଂସକ ଦୁନିଆଁ ସାରା ଅଛନ୍ତି, ବହୁତଥର ଦେଖାଯାଏ କି ଫ୍ୟାନ୍ସ ନିଜ ପସନ୍ଦର କଳାକାରଙ୍କ ବିଷୟରେ ଜାଣିବାପାଇଁ ବଡ ଉତ୍ସୁକ ହୋଇଥାନ୍ତି, ସବୁ ଲୋକ ନିଜ ପସନ୍ଦର ଷ୍ଟାରଙ୍କୁ ଦେଖାକରିବାକୁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି, ବହୁତଥର ଦେଖାଯାଇଛି କି ଫ୍ୟାନ୍ସ ନିଜ ପସନ୍ଦର କଳାକାରଙ୍କ ଏକ ଝଲକ ଦେଖିବାପାଇଁ କିଛି ବି କରିପାରନ୍ତି, ଯଦି କେଉଁ କଳାକାର ନିଜ ଘରୁ ବାହାରକୁ ବାହାରିଥାଏ ତେବେ ଲୋକେ ଭିଡ ଜମାଇଦିଅନ୍ତି, ଓ ଚାରି ଆଡରୁ ଲୋକେ ଘେରେଇନିଅନ୍ତି, ଏମିତି ସ୍ଥିତିରେ ତାଙ୍କ ସୁରକ୍ଷାର ଏକ ବଡ ଚ୍ୟାଲେଞ୍ଜ ହୋଇଯାଏ, ବଲିଉଡ୍ କଳାକାରଙ୍କ ନିଜ ସୁରକ୍ଷା ପାଇଁ ଏକ ନିଜ ବଡିଗାର୍ଡ ନିଶ୍ଚିତ ରଖନ୍ତି, ଏମିତିରେ ବହୁତ କଳାକାର ଅଛନ୍ତି ଯିଏକି ନିଜ ବଡିଗାର୍ଡସଙ୍କୁ ପରିବାର ସଦସ୍ୟଙ୍କୁ ଭଲ ଭାବରେ ମାନନ୍ତି, ଓ କିଛି କରିବାପାଇଁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ ।ଆଜି ଆମେ ଏହି ଲେଖ ମାଧ୍ୟମରେ ବଲିଉଡ୍ ର ଟପ୍ ୬ ଜଣ କଳାକାର ବଡିଗାର୍ଡଙ୍କ ବିଷୟରେ ସୁଚନା ଦେବୁ ଏହି କଳାକାରଙ୍କ ସୁରକ୍ଷା ପାଇଁ କେତେ ଟଙ୍କା ସେମାନେ ଫିସ୍ ନିଅନ୍ତି, ଚାଲନ୍ତୁ ଜାଣିବା ଏହି ବିଷୟରେ ।

୧) ସଲମାନ୍ ଖାନ୍ ଙ୍କ ବଡିଗାର୍ଡ ଶେରା- ଆପଣଙ୍କୁ କହିଦେବୁ କି ସଲମାନ୍ ଖାନ୍ ଙ୍କ ବଡିଗାର୍ଡ ନାଁ ଶେରା ଅଟେ, ସେ ବହୁତ ବର୍ଷ ହେବ ସଲମାନ୍ ଖାନ୍ ଙ୍କ ସହ ଅଛନ୍ତି , ସଲମାନ୍ ଖାନ୍ ନିଜ ବଡିଗାର୍ଡ ଶେରାଙ୍କୁ ନିଜ ପରିବାର ସଦସ୍ୟ ପରି ମାନନ୍ତି, ବୋଧେ ଏହି କଥା କିଏ ଜାଣିଥିବେ କି ଶେରାଙ୍କ ଅସଲି ନାଁ ଗୁରମିତ ସିଂ ଜଲି ଅଟେ, ଏକ ୱେବସାଇଡ୍ ଅନୁସାରେ ସିକ୍ୟୁରିଟି ଦେବାପାଇଁ ଶେରା ପ୍ରାୟ ୨ କୋଟି ସ୍ୟାଲେରି ନିଅନ୍ତି, ଯଦି ଏହା ହିସାବରେ ଦେଖାଯାଏ ତେବେ ପ୍ରତି ମାସ ସେ ୧୬ ଲକ୍ଷ ଟଙ୍କା ପ୍ରତି ମାସ ସ୍ୟାଲେରି ନିଅନ୍ତି ।

୨) ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଜିତେନ୍ଦ୍ର ସିନ୍ଦେ- ସଦିର ମହାନାୟକ ଅମିତାଭ ବଚ୍ଚନ ସହ ଛାଇ ପରି ରହୁଥିବା ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର ସିନ୍ଦେ ଅଟେ, ଜିତେନ୍ଦ୍ର ସିନ୍ଦେ ଅମିତାଭ ବଚ୍ଚନଙ୍କୁ କେବଳ ଭାରତରେ ନୁହେଁ ବରଂ ବିଦେଶରେ ବି ସୁରକ୍ଷା ଦିଅନ୍ତି, ଟାଇମ୍ସ ଅଫ୍ ଇଣ୍ତିଆ ଅନୁସାରେ ଜିତେନ୍ଦ୍ର ସିନ୍ଦେ କାର୍ଯ୍ୟକ୍ରମ କିମ୍ବା ସୁଟିଙ୍ଗ୍ ସମୟରେ ଅମିତାଭ ବଚ୍ଚନଙ୍କ ସହ ରୁହନ୍ତି, ଅମିତାଭ ବଚ୍ଚନ ଜିତେନ୍ଦ୍ର ସିନ୍ଦେଙ୍କୁ ବାର୍ଷିକ ୧,୨କୋଟି ଟଙ୍କା ସ୍ୟାଲେରି ଦିଅନ୍ତି ।

୩) ସାହାରୁଖ୍ ଖାନ୍ ଙ୍କ ବଡିଗାର୍ଡ ରବି ସିଂ- ବଲିଉଡ୍ ଇଣ୍ତଷ୍ଟ୍ରିରେ ଅଭିନେତା ସାହାରୁଖ୍ ଖାନ୍ ବଡିଗାର୍ଡଙ୍କ ନାଁ ରବି ସିଂ ଅଟେ, ରବି ସାହାରୁଖ୍ ଖାନ୍ ଙ୍କ ଛାଇ ପରି ରୁହନ୍ତି, ରବି ସାହାରୁଖ୍ ଖାନ୍ ଙ୍କ ସହ ସବୁ ଜାଗାରେ ରୁହନ୍ତି, ଖବର ଅନୁସାରେ ଏମିତି କୁହାଯାଏ କି ସାହାରୁଖ୍ ଖାନ୍ ତାଙ୍କୁ ପ୍ରତିବର୍ଷ ୨,୫କୋଟି ଟଙ୍କା ସ୍ୟାଲେରି ଦିଅନ୍ତି ।

୪)ଅମିର୍ ଖାନ୍ ଙ୍କ ବଡିଗାର୍ଡ- ଯୁବରାଜ୍ ଘୋରପଡେ- ବଲିଉଡ୍ ଇଣ୍ତଷ୍ଟ୍ରିରେ ଅଭିନେତା ଅମିର୍ ଖାନ୍ ଙ୍କୁ ସୁରକ୍ଷା ଦେବାପାଇଁ ଦାୟିତ୍ୱ ତାଙ୍କ ବଡିଗାର୍ଡ ଯୁବରାଜ୍ ଘୋରପଡେ ନିଅନ୍ତି, ଯୁବରାଜ୍ ଘୋରପଡେ ଅମିର୍ ଖାନ୍ ଙ୍କ ସହ ସବୁବେଳେ ଛାଇପରି ରହିଥାନ୍ତି, ସେ କେଉଁ ଫିଲ୍ମର ପ୍ରମୋଶନ୍ ହେଉ କିମ୍ବା ସୁଟିଙ୍ଗ୍ ହେଉ, ଯୁବରାଜ ଘୋରପଡେ ସବୁବେଳେ ଅମିର୍ ଖାନ୍ ଙ୍କ ସୁରକ୍ଷା ପାଇଁ ରହନ୍ତି, ସିକ୍ୟୁରିଟି ଦେବାପାଇଁ ଅମିର୍ ଖାନ୍ ଯୁବରାଜ୍ ଘୋରପଡେ ଙ୍କୁ ୮୦ ଲକ୍ଷ ଟଙ୍କା ସବୁ ବର୍ଷ ସ୍ୟାଲେରି ଦିଅନ୍ତି ।

୫) ଅକ୍ଷୟ କୁମାରଙ୍କ ବଡିଗାର୍ଡ ଶ୍ରେୟର୍ସ ଠେଲେ- ବଲିଉଡ୍ ର ଖିଲାଡି କୁମାର ମାନେ ଅକ୍ଷୟ କୁମାରଙ୍କ ବଡିଗାର୍ଡ ନାଁ ଶ୍ରେୟସ୍ ଠେଲେ ଅଟେ, ଅକ୍ଷୟ କୁମାରଙ୍କ ସହ ତାଙ୍କ ପୁଅ ଆରବ୍ ଙ୍କ ସୁରକ୍ଷା ଦାୟିତ୍ୱ ଶ୍ରେୟର୍ସ ଠେଲେଙ୍କ ଉପରେ ଅଛି, ଏମିତି କୁହାଯାଏ କି ଅକ୍ଷୟ କୁମାର ନିଜ ବଡିଗାର୍ଡଙ୍କୁ ବାର୍ଷିକ ୧,୨ କୋଟି ଟଙ୍କା ସ୍ୟାଲେରି ଦିଅନ୍ତି ।

୬) ଅନୁଷ୍କା ଶର୍ମାଙ୍କ ବଡିଗାର୍ଡ ସୋନୁ- ବଲିଉଡ୍ ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବଡିଗାର୍ଡଙ୍କ ନାଁ ସୋନୁ ଅଟେ, ତାଙ୍କ ପୁରା ନାଁ ପ୍ରକାଶ ସିଂ ଅଟେ, ବିରାଟ କୋହଲି ବିବାହ ପରେ ଏବେ ସୋନୁ ବିରାଟ ଓ ଅନୁଷ୍କା ଶର୍ମାଙ୍କୁ ସୁରକ୍ଷା ଦିଅନ୍ତି, କିଛି ମିଡିଆ ରିପୋର୍ଟ ଅନୁସାରେ ସିକ୍ୟୁରିଟି ପାଇଁ ସୋନୁ ବାର୍ଷିକ ୧,୨ କୋଟି ଟଙ୍କା ସ୍ୟାଲେରି ପାଆନ୍ତି ।

Leave a Reply

Your email address will not be published. Required fields are marked *