ଜାଣନ୍ତୁ କେଉଁ କାରଣ ଯୋଗୁ Ravaan ପାଖକୁ ଆସିବା ମାତ୍ରେ ଘାସର ଖଣ୍ଡ ଉଠାଇଦେଉଥିଲେ ମାତା ସୀତା
ରାମାୟଣରେ ଅନେକ ରୋଚକ ପ୍ରସଙ୍ଗ ରହିଅଛି।ସେଠି ମଧ୍ୟରୁ ଏକ ହେଉଛି ସୀତା ମାତାଙ୍କ ସହିତ ସମ୍ବନ୍ଧିତ ଏକ ଘଟଣା ଯେଉଁଥିରେ ସୀତା ମାତା ରାବଣକୁ ଦେଖିବା ମାତ୍ରେ ହାତରେ ଘାସ ଉଠାଇ ଦେଉଥିଲେ।ଯେତେବେଳେ ରାବଣ ଦେବୀ ସୀତାଙ୍କ ହରଣ କରି ଲଙ୍କା ନେଇଯାଇଥିଲା ତାହା ପରେ ଦେବୀ ସୀତା ଅଶୋକ ବାଟିକାରେ ବଟବୃକ୍ଷ ତଳେ ବସି କେବଳ ପ୍ରଭୁ ଶ୍ରୀରାମଙ୍କ ସ୍ମରଣ ଏବଂ ଚିନ୍ତନ କ୍ୱରୁଥିଲେ।
ରାବଣ ବାରମ୍ବାର ଆସି ମାତା ସୀତାଙ୍କୁ ଡ଼ରାଉଥିଲା ଏବଂ ଧମକ ଦେଉଥିଲା। କିନ୍ତୁ ସୀତା କିଛି କହୁ ନଥିଲେ।ରାବଣ ଏକ ଥର ଶ୍ରୀ ରାମନାକ ବେଶ ରେ ଆସି ଭ୍ରମିତ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେଥିରେ ମଧ୍ୟ ସଫଳ ହୋଇନଥିଲା।ରାବଣକୁ ଯେତେବେଳେ ତାହାର ପତ୍ନୀ ଏହା ପଚାରିଥିଲା ତୁମେ ତ ରାମଙ୍କ ବେଶ ଧରିଥିଲ ତେବେ କଣ ହେଲା?କିନ୍ତୁ ରାବଣ ପାଖରେ କିଛି ଉତ୍ତର ନଥିଲା।କିନ୍ତୁ ସେ ଏହା କହିଲାଯେ ମୁଁ ଯେବେ ଶ୍ରୀ ରାମଙ୍କ ବେଶ ଧରି ଗଲି ମତେ ସେତେବେଳେ ମାତା ସୀତା ନଜରରେହିଁ ଆସିନଥିଲେ।
ରାବଣ ନିଜର ସମସ୍ତ ଶକ୍ତି ଲଗାଇଦେଇଥିଲା କିନ୍ତୁ ଜଗତ ଜନନୀ ମାତା ସୀତାଙ୍କୁ ଆଜି ପର୍ଯ୍ୟନ୍ତ କେହି ବୁଝିପାରି ନଥିଲେ।ରାବଣ ଅବା କିପରି ଜାଣିପାରିବ।କିନ୍ତୁ ରାବଣ ପୁନର୍ବାର ମଧ୍ୟ ସୀତା ମାତାଙ୍କ ପାଖକୁ ଯାଇ କହିଲା ମୁଁ ଯେତେବେଳେ ଆସେ ତୁମେ ଘାସର ଦାନା ଉଠାଇ ତାକୁ ଦେଖିବାକୁ ଲାଗିଥାଅ।କଣ ଘାସର ଦାନା ତୁମକୁ ରାମନଙ୍କ ଠାରୁ ଅଧିକ ପ୍ରିୟ ଅଟେ।ରାବଣର କଥା ଶୁଣି ମାତା ସୀତାଙ୍କ ଆଖିରୁ ଲୁହର ଧାର ବହିବାକୁ ଲାଗିଲା।ବୋଧ ହୁଏ ସେ ରାମଚନ୍ଦ୍ରଙ୍କ କଥା ଭାବୁଥିବେ।
ଯେତେବେଳେ ମାତା ସୀତା ନୂଆକରି ରାମଚନ୍ଦ୍ରଙ୍କ ଗୃହକୁ ଆସିଥିଲେ ସେତେବେଳେ ଏକ ପରମ୍ପରା ହୋଇଥିଲା।ନବ ବଧୁ ଯେତେବେଳେ ଶ୍ୱଶୁରଘରକୁ ଆସିଥାନ୍ତି ତାଙ୍କ ହାତରୁ କିଛି ମିଠା ଖାଦ୍ୟ ତିଆରି କରାଯାଇଥାଏ କାରଣଜୀବନ ସାରା ପରିବାରର ସଦସ୍ୟଙ୍କ ମଧ୍ୟରେ ମଧୁରତା ଭରି ରହିବ।ସେଥିପାଇଁ ମାତା ସୀତା ନିଜ ହାତରେ କ୍ଷୀରି ତିଆରି କରିଥିଲେ ଏବଂ ପରିବାରର ସମସ୍ତିଙ୍କୁ ପରସିଥିଲେ।ଏବଂ ସେ ଯେତେବେଳେ ଏହା ପରସୁ ଥିଲେ ସେହି ସମୟରେ ରାଜା ଦଶରଥଙ୍କ ଖିରିରେ ଏକ ଛୋଟ ଘାସ ଆସି ପଡିଯାଇଥିଲା।ଏବଂ ମାତା ସୀତା ଏହାକୁ ଦେଖିଥିଲେ କିନ୍ତୁ ସେଥିରେ କିପରି ହାତ ମାରି ବାହାର କରିବେ ତାହା ପ୍ରଶ୍ନ କରିଥିଲେ।କିନ୍ତୁ ମାତା ସୀତା ତାହାକୁ ଏପରି ଭାବରେ ଦେଖିଥିଲେ ଯେ ସେହି ଘାସଟି ଜାଳି ପାଉଁଶ ହୋଇଯାଇଥିଲା।
କିନ୍ତୁ ରାଜା ଦଶରଥ ଏହାକୁ ଦେଖି ସାରିଥିଲେ।କିନ୍ତୁ ତଥାପି ସେ ଚୁପ ରହିଲେ ଏବଂ ନିଜ କକ୍ଷକୁ ଚାଲିଯାଇଥିଲେ ଏହାପରେ ସେ ମାତା ସୀତାଙ୍କୁ ଡାକି କହିଲେ ମୁଁ ଭୋଜନ ସମୟରେ ଆପଣଙ୍କ ଚାମତ୍କାରକୁ ଦେଖିଦେଇଥିଲି।ଆପଣ ସାକ୍ଷାତ ଜଗତଜନନୀଙ୍କ ଦ୍ୱିତୀୟ ରୁପ ଅଟନ୍ତି।କିନ୍ତୁ ଏକ କଥା ମନେ ରହିବେ ଆପଣ ଯେଉଁ ନଜରରେ ସେହି ଘାସକୁ ଦେଖିଥିଲେ ସେହି ନଜରରେ ଆପଣଙ୍କ ଶତ୍ରୁକୁ କେବେହେଲେ ଦେଖିବେ ନାହିଁ।ଏଥିପାଇଁ ଯେତେବେଳେ ରାବଣ ଆସୁଥିଲା ମାତା ସୀତା ସେହି ଘାସକୁ ଦେଖି ଦଶରଥନଙ୍କ କଥାକୁ ମନେ ପକାଉଥିଲେ।