October 18, 2024

Odia Express

Here, There and Everywhere

ତାରକ ମେହେଟ୍ଟାଙ୍କ Babita Aayar ଅଟନ୍ତି କୋଟିଏ ଟଙ୍କା ମାଲିକାଣୀ, ଲକଜୁରୀ ଲାଇଫ୍ ଷ୍ଟାଇଲ୍ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

1 min read

ପପୁଲାର୍ କମେଡି ଶୋ ତାରକ ମେହେଟ୍ଟା କା ଉଲଟା ଚଷମା ଦର୍ଶକଙ୍କ ହୃଦୟରେ ଜାଗା ବନାଇ ସାରିଛି । ଶୋର ସବୁ କଳାକାର ଦର୍ଶକଙ୍କୁ ଖୁସ୍ କରିବାରେ କୌଣସି ଚ୍ୟାନ୍ସ ଛାଡୁନାହାନ୍ତି, ସେଥିରୁ ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ବବିତା ଅୟର୍ ମାନେ ମୁନମୁନ୍ ଦତ୍ତା , ଆଜି ଆମେ ଆପଣଙ୍କୁ ମୁନ୍ ମୁନ୍ ଦତ୍ତାଙ୍କ ଜୀବନ ସହ ଯୋଡି ହୋଇଥିବା ମଜାଦାର୍ କଥା ବିଷୟରେ କହିବୁ । ତାରକ ମେହେଟ୍ଟା କା ଉଲଟା ଚଷମା ଶୋରେ ସବୁଠାରୁ ଅଧିକା ହସାଉଥିବା ବବିତା ଆୟର୍ ମାନେ ମୁନମୁନ୍ ଦତ୍ତା ଜଣେ ଅଭିନେତ୍ରୀ ତାହା ସହିତ ଜଣେ ମଡେଲର୍ ଅଟନ୍ତି , ୨୮ ସେପ୍ଟେମ୍ବର ୧୯୮୭ କୁ ପଶ୍ଚିମ ବଙ୍ଗଳାର ଦୁର୍ଗାପୁରରେ ଜନ୍ମନେଇଥିବା ମୁନମୁନ୍ ଦତ୍ତା ଇଂଗ୍ରାଜୀରେ ମାଷ୍ଟର ଡିଗ୍ରୀ ପଢିଛନ୍ତି।

ସୁଚନା ପାଇଁ କହିଦେବୁ କି ମୁନମୁନ୍ କୋଲକତା ଆକାଶବାଣୀରେ ଦୁରଦର୍ଶନ ପାଇଁ ବାଳ ଗାୟିକା ରୁପରେ କାମ କରିସାରିଛନ୍ତି, ଏହି ମଧ୍ୟରେ ସେ ପୁଣେରେ ଥିଲେ ତେବେ ସେ ସେଠାରେ ଫ୍ୟାସନ୍ ଶୋରେ ଭାଗ ନେବା ଆରମ୍ଭ କରିଦେଇଥିଲେ, ତାପରେ ତାଙ୍କ ଭାଗ୍ୟ ଏପରି ବଦଳିଲା କି ସେ ଆଉ ପଛକୁ ବୁଲି ଦେଖିନାହାନ୍ତି । ଏହାପରେ ମୁନ୍ ମୁନ୍ ମୁମ୍ବାଇ ଆଡକୁ ମୁହାଁଇଲେ, ଏହି ସମୟରେ ସେ ଜି ଟିଭିର ୨୦୦୪ ର ଶୋ ହମ୍ ସବ୍ ବାରାତି ରୁ ଅଭିନୟ କ୍ୟାରିୟର ଆରମ୍ଭ କଲେ,କହିଦେବୁ କି ମୁନ୍ ମୁନ୍ ସବୁଠାରୁ ପ୍ରଥମ ଫିଲ୍ମ ମୁମ୍ବାଇ ଏକ୍ସପ୍ରେସ୍ ଥିଲା । ଏଥିରେ ସେ କମଲ୍ ହାସନଙ୍କ ସହ ନଜର୍ ଆସିଥିଲେ, ଏହି ଫିଲ୍ମ ଛଡା ମୁନମୁନ୍ ୨୦୦୬ ରେ ଫିଲ୍ମ ହଲିଡେ ରେ କାମ କରିଥିବାର ନଜର ଆସିଛନ୍ତି ।

ଏକ ଖାସ୍ ରିପୋର୍ଟ ମୁତାବିକ ମୁନ୍ ମୁନ୍ ଦତ୍ତାଙ୍କ ସମୁଦାୟ ସଂମ୍ପତ୍ତି ପ୍ରାୟ ୩୦ କୋଟି ଅଟେ, ଏବେ ତାଙ୍କର ଆମଦାନୀର ମୁଖ୍ୟ ଜରିଆ ଟିଭି ଶୋ ଅଟେ, ଏହା ଛଡା ସେ ଫିଲ୍ମରେ ଛୋଟମୋଟ ରୋଲ୍ ନିଭାଇବା ସହ ବହୁତ ଗୁଡିଏ ବ୍ରାଣ୍ତସ୍ ର ବିଜ୍ଞାପନ କରନ୍ତି, ତାଙ୍କ ଦ୍ୱାରା କରାଯାଇଥିବା ବିଜ୍ଞାପନରୁ ସବୁ ବର୍ଷ କମ୍ପାନୀର ବହୁତ ଲାଭ ହୋଇଥାଏ, ରିପୋର୍ଟ ମୁତାବିକ ବବିତା ଗୋଟେ ମାସରେ ପ୍ରାୟ ୧୫-୨୦ ଲକ୍ଷ ଟଙ୍କା ଆୟ କରିଦିଅନ୍ତି, ଏହା ଛଡା ମୁନ୍ ମୁନ୍ ଦତ୍ତାଙ୍କ ପାଖରେ ମହଙ୍ଗା କାରର କଲେକ୍ସନ୍ ଅଛି, ଖାସ୍ କଥା ଏହାକି ମୁନମୁନ୍ ବିଏମଡବଲୁ, ଓ ମର୍ସଡିଜ୍ ପରି ମହଙ୍ଗା ଓ ଲକଜୁରୀ ଗାଡିର ମାଲିକାଣୀ ଅଟନ୍ତି ।

ଜଣାଇଦେବୁ କି ମୁନମୁନ୍ ଦତ୍ତା ନିଜ ଅଭିନୟ ଓ ମଡେଲିଙ୍ଗ୍ ଦୁହେଁରେ ଟ୍ରାଇ କରିଥିଲେ, ସେ ନିଜ ରିଲ୍ ସହ ନିଜ ରିୟଲ୍ ଲାଇଫ୍ ରେ ବହୁତ ଫ୍ୟାସନନେବଲ୍ ଓ ସୁନ୍ଦର ନଜର ଆସନ୍ତି, ମୁନମୁନ୍ ଦତ୍ତାଙ୍କୁ ୨୦୦୮ ରେ ତାରକ୍ ମେହେଟ୍ଟା କା ଉଲଟା ଚଷମା ସୋରେ କାମ କରିବାକୁ ଅଫର୍ ମିଳିଥିଲା,  ସେ ଏହି ଶୋର ଆରମ୍ଭରୁ ଅଛନ୍ତି, ଏହି ଶୋରେ ସେ ଟେଲି ଭିଜନ ଜଗତର ଟପ୍ ଅଭିନେତ୍ରୀ ଭାବେ ଜଣାଯାଇଛନ୍ତି, ଖାସ୍ କଥା ଏହାକି ବବିତା ଆୟର୍ ଭୁମିକା ନିଭାଇବା ପାଇଁ ମୁନମୁନ୍ ଦତ୍ତା ମୋଟା ରକମ୍ ଚାର୍ଜ କରନ୍ତି, ହଁ ଆଜ୍ଞା ମୁନମୁନ୍ ଗୋଟେ ଏପିସୋଡ୍ ପାଇଁ ପ୍ରାୟ ୩୦ ରୁ ୫୦ ହଜାର ଟଙ୍କା ଫିସ୍ ନିଅନ୍ତି, ଶୋରେ ତାରକ୍ ମେହେଟ୍ଟା, ଜେଠାଲାଲ୍, ଦୟାବେନ୍ ସହ୍ ବହୁତ ମଜାଦାର୍ ଭୁମିକା ଅଛି, ଯାହା ଦର୍ଶକଙ୍କୁ ମନୋରଞ୍ଜନ କରାଈବାରେ କିଛି ବି ଚ୍ୟାନ୍ସ ଛାଡୁନାହାନ୍ତି ।

Leave a Reply

Your email address will not be published. Required fields are marked *