October 18, 2024

Odia Express

Here, There and Everywhere

ପୁନଃଜନ୍ମକୁ ମନେ ପକାଇ ପିଲାଟି ପହଞ୍ଚିଲା ନିଜ ଘର, ମରିବାର ଖବର ଶୁଣିକରି କାନ୍ଦିପକାଇଲେ Maa ଓ Bapa,ଦେଖନ୍ତୁ କଣ ଘଟିଲା

ଯେଉଁଠି ଗୋଟେ ପଟେ ଭାରତର ଲୋକ ପାଠପଢିକରି ଚାଲାକ୍ ହେଉଛନ୍ତି ସେମିତି ଅନ୍ୟପଟେ କିଛି ତଥ୍ୟ ଏମିତି ଦେଖିବାକୁ ମିଳୁଛି ଯାହା ଆମର ଶିକ୍ଷାର ଭିତରୁ ବାହାରେ ଅଛି, ସେଥିରୁ ଏବେ ଏକ ଏମିତି ମାମଲା ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଲା, ଆମେ ଫିଲ୍ମରେ ଓ ଟିଭି ସିରିଆଲ୍ ରେ ପୁନଃଜନ୍ମର କାହାଣୀ ଦେଖିକରି ଆସୁଛୁ, ଏଥିରେ କେତେ ସତ୍ୟତା ଅଛି ଓ କେତେ ମିଛ ଏହା କେହି ବୁଝିପାରିନାହାନ୍ତି, କିନ୍ତୁ ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାରେ ଏକ ପୁନଜନ୍ମର କାହାଣୀ ଆସିଛି , ଏହି ମାମଲାରେ ଓଛା ଥାନା କ୍ଷେତ୍ରରେ ଗାଁ ନଗଳା ସଲେହିର ଲୋକଙ୍କୁ ଚକିତ କରିଦେଇଛି ।

ଆପଣଙ୍କୁ ଜଣେଇଦେବୁ କି ଗାଁ ନଗଳାରୁ ସଲେହି ନିବାସି ପ୍ରମୋଦ କୁମାରଙ୍କ ଘର ସେହି ଦିନ ସନ୍ନାଟା ହୋଇଗଲା ଯେବେ ତାଙ୍କର ୮ ବର୍ଷର ପିଲା ତାଙ୍କୁ ବାପା କହିଡାକିଥିଲା< ସେ ପିଲାକୁ ଦେଖିକରି କିଛି ବୁଝାପଡୁନଥିଲା, ଓ ସମସ୍ତେ ଏହାର କାରଣପଚାରିଲେ, ତେବେ ସେ ପିଲାଟି କହିଲା କି ଗତ ଜନ୍ମରେ ସେ ଗାଧୋଉଥିବା ସମୟରେ ବୁଡିକରି ମୃତ୍ୟୁବରଣ କରିଥିଲା, ସେ ପୁନଃଜନ୍ମନେଇକରି ପୁଣି ଆଉଥରେ ଆସିଛି, ଖାଲି ଏତିକି କହିବାର ଥିଲା କି ପ୍ରମୋଦ ଓ ତାଙ୍କ ସ୍ତ୍ରି ତାକୁ କୁଣ୍ତାଇପକାଇଲେ, ଓ କାନ୍ଦିପକାଇଲେ, ପ୍ରମୋଦ କୁମାର ମିଡିଆ ସହ କଥାବାର୍ତ୍ତା କହିଲେ କି ତାଙ୍କ ପୁଅ ରୋହିତ୍ ଙ୍କ ଦେହାନ୍ତ ୧୩ ବର୍ଷ ବୟସରେ ମାନେ ୨୦୧୩ କୁ ନଦୀରେ ବୁଡିବା ଦ୍ୱାରା ହୋଇଥିଲା ।

ପ୍ରମୋଦଙ୍କ ଅନୁସାରେ ପୁଅର ପରେ ଝିଅର ସହ ନିଜ ଜୀବନ ଅତିବାହିତ କରୁଛନ୍ତି, ତାଙ୍କ ପୁଅ ମାଧ୍ୟମିକ ବିଦ୍ୟାଳୟ ସଲେହିରେ ପଢୁଥିଲା, ଯେବେ ସେ ନିଜ ସାମ୍ନାରେ ୮ ବର୍ଷର ପିଲାକୁ ଆଉଥରେ ପୁନଃଜନ୍ମ ନେବାର କହିବାର ଦେଖିଲେ ତେବେ ସେ ପୁରା ଚକିତ ହୋଇଗଲେ, ଗାଁ ଲୋକଙ୍କ ଅନୁସାରେ ସେ ଯାହା ବି କହିଲେ ତାହା ସବୁ କିଛି ସତ ହେଲା, ପୁଅ ନିଜ ପରିଚୟରେ ଆସିବାପରେ ପୁରା ଗାଁରେ ଏହି ମାମଲା ପ୍ରଚାର ହୋଇଗଲା ।

ଗାଁରେ ପିଲାକୁ ସାଥିରେ ନେଇକରି ଆସିଥିବା ନଗଲା ଅମର ସିଂ ନିବାସୀ ରାମନରେଶ କହିଲେ କି ୮ ବର୍ଷ ପୁର୍ବରୁ ତାଙ୍କ ଘରେ ପୁଅ ଜନ୍ମ ହୋଇଥିଲା ତାହାର ନାଁ ଚନ୍ଦ୍ରବୀର ରଖାଯାଈଥିଲା ଯେବେ ସେ କହିବାକୁ ଆରମ୍ଭ କଲା ତେବେ ସେ ନିଜ ପୁନଃଜନ୍ମ କଥାକହିଲା, ରାମନରେଶଙ୍କ ଅନୁସାରେ ତାଙ୍କ ପୁଅ ଗତ ମା ବାପାଙ୍କୁ ଦେଖିବାକୁ ଜିଦ୍ କରୁଥିଲା, କିନ୍ତୁ ଏକମାତ୍ରା ପୁଅ ହେବା ହେତୁ ସେ ଡରରେ ତାଙ୍କ ପୁରୁଣା ମା ବାପାଙ୍କୁ ଦେଖାକରିବାକୁ ଦେଉନଥିଲେ, ସେ କହିଲେ କି ଏବେ ତାଙ୍କ ଛୁଆ ଜିଦ୍ ଆଗରେ ସେ ହାର୍ ମାନିଲେ ।

କହିଦେବୁ କି ଜେବେ ପିଲାଟି ଘରେ ପହଞ୍ଚିଲା ତେବେ ପୁନଃଜନ୍ମ କଥା ସବୁଆଡେ ବ୍ୟାପିଗଲା, ଏମିତିରେ ତାହାର କାହାଣୀ ଶୁଣିକରି ସମସ୍ତେ ଏକାଠି ହୋଇଗଲେ, ଯେବେ ଘରୁ ନଗଳା ସଲେହି ବିଦ୍ୟାଲୟର ପ୍ରଧାନଶିକ୍ଷକ ସୁଭାଷ ଯାଦବ ପହଞ୍ଚିଲେ ତ ପିଲାଟୀ ତାଙ୍କ ପାଦ ଛୁଇଁ ତାଙ୍କ ନାଁରେ ଡାକିଲା, ଯେବେ ସେ ସତ୍ୟ ଜାଣିବାପାଈଁ ବିଦ୍ୟାଳୟକୁ ନେଇକରି ଗଲେ ତେବେ ସେ ନିଜ ପୁରୁଣା ଶ୍ରେଣି ବିଷୟରେ କହିଲା, ଏମିତିରେ ପ୍ରମୋଦ କୁମାର ଓ ତାଙ୍କ ସ୍ତ୍ରୀ ବହୁତ ଖୁସି ଥିଲେ, ଏହି ମାମଲା ପଢିବାକୁ ଓ ଶୁଣିବାକୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ବହୁତ ଲୋକ ଏହାକୁ ବିଶ୍ୱାସ କରୁଛନ୍ତି ।

Leave a Reply

Your email address will not be published. Required fields are marked *