October 18, 2024

Odia Express

Here, There and Everywhere

ଓଡ଼ିଆ କମେଡି : ଜଣେ ବ୍ୟକ୍ତି ଚିନ୍ତିତ ହୋଇକରି ସାଙ୍ଗ ପଚାରିଲା- କଣ ହେଲା ଭାଇ,? ବ୍ୟକ୍ତି- ମୋତେ ଧମକ ଭରା Letter ମିଳିଛି ଆଉ ତାପରେ ଯାହା ଉତ୍ତର ଦେଲେ ସାଙ୍ଗ ଜାଣିଲେ ହସି ହସି ଗଡିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜଣେ ମହିଳାଙ୍କ ପାଖକୁ ଫୋନ୍ ଆସିଲା ତୁମର ପୁଅ ଆମର ପାଖରେ ଅଛି ୨୫ ହଜାର ନେଇକରି ଆସ , ମହିଳା- ମୁଁ ପୋଲିସ୍ କୁ ଫୋନ୍ କରୁଛି, ଫୋନ୍ କରୁଥିବା ଲୋକ- ଆମେ ପୋଲିସ୍ ବାଲା କହୁଛୁ, ତୁମର ପୁଅର ଅପହରଣ ନୁହେଁ ଚାଲାଣ କଟାଯାଇଛି।

୨) ଜେଜେମାକୁ ଗୀତାପଢୁଥିବାର ଦେଖି ନାତି ନିଜ ମାକୁ ପଚାରିଲା, ମା ଜେଜେମା କେଉଁ ପରୀକ୍ଷାପାଇଁ ପ୍ରସ୍ତୁତି କରୁଛନ୍ତି ? ମା- ପୁଅ ସେ ଫାଇନାଲ୍ ଇୟର୍ ପାଇଁ ପ୍ରସ୍ତୁତି କରୁଛନ୍ତି ।

୩) ସ୍ତ୍ରୀ ସ୍ୱାମୀକୁ କହିଲା- ଇଦ୍ ଆସିବାର ଅଛି କୁର୍ବାନୀ ପାଇଁ ବକରା ଆଣିଲ ନି ? ସ୍ୱାମୀ ରାଗିକି କହିଲା- ମୋତେ ହିଁ ହଲାଲ୍ କରିଦେ, ବକରାର କଣ ଦରକାର ? ତାର ସ୍ତ୍ରୀ କହିଲା- ଗଧର କେବଳ କମାଇ ଦରକାର କୁର୍ବାନୀ ନୁହେଁ ।

୪) ଜଣେ ବାବାଙ୍କ ଜ୍ଞାନ ଜୀବନରେ ତିନୋଟି ଜିନିଷ କେବେ କରିବା ଉଚିତ୍ ନୁହେଁ । ପ୍ରଥମ ଲଭ୍ ମ୍ୟାରେଜ୍,  ଦ୍ୱିତିୟ ଟି ହେଲା ଆରେଞ୍ଜ ମ୍ୟାରେଜ୍, ଓ ତୃତୀୟଟି ହେଲା- ମ୍ୟାରେଜ୍

୫) ଗୋଟେ ଅକ୍ଷର ଭୁଲ୍ ହେବା କାରଣରୁ ଗୋଟେ ବହିର ୧୦ ଲକ୍ଷ କପି ଦୁଇ ଦିନରେ ବିକ୍ରି ହୋଇଗଲା, ଏହି ଭୁଲ୍ ସେହି ବହିର ଟାଇଟଲ୍ ରେ ହୋଇଥିଲା, ବହିର ନାଁ ଥିଲା- ଏକ ଆଇଡିଆ ବଦଳାଇଦିଏ ଆପଣଙ୍କ ଜୀବନ ଓ ଭୁଲ୍ ହୋଇଗଲା କି ଏକ ଆଇଡିଆ ବଦଳାଇଦିଏ ଆପଣଙ୍କ ୱାଇଫ୍ ।

୬) କେବେ ଏକେଲା ହେବାର ଅନୁଭବ ହୁଏ ତ ଘରର ସବୁ ଲାଇଟ୍ସ ବନ୍ଦ କରି ଭୁତ ଫିଲ୍ମ ଦେଖିନିଅ, ରାଣ କେବେ ଏକେଲାପଣ ଅନୁଭବ ହେବନାହିଁ, ସବୁବେଳେ ଲାଗିବ କି କିଏ ତୁମ ପଛରେ ଛିଡା ହୋଇଛି ।

୭) ସ୍ତ୍ରୀ ସ୍ୱାମୀକୁ-କୁଆଡେ ଯାଉଛ ? ସ୍ୱାମୀ- ମରିବାକୁ ଯାଉଛି, ସ୍ତ୍ରୀ- ସାଥିରେ ବ୍ୟାଗ୍ ନେଇକରି ଯିବ, ସ୍ୱାମୀ –କଣପାଈଁ ? ସ୍ତ୍ରୀ- ଇରାଦା ବଦଳିଗଲେ ଆସିବା ସମୟରେ ଦୁଇ କିଲୋ ଆଳୁ ଓ ଏକ କିଲୋ ପିଆଜ ନେଇକରି ଆସିବ ।

୮) ଡାକ୍ତର ଯେବେ ତେବେ ଚିନ୍ତାରେ ରହୁଛ କଣ କରୁଛ ? ରୋଗୀ- ଆଜ୍ଞା ମନ୍ଦିରକୁ ଚାଲିଯାଏ , ଡାକ୍ତର- ବହୁତ ଭଲ, ଧ୍ୟାନ ରଖୁଛ ସେଠାରେ ? ରୋଗୀ- ନା ଆଜ୍ଞା, ଲୋକଙ୍କ ଜୋତା ଚପଲ ମିକ୍ସ କରିଦିଏ, ତାପରେ ସେହି ଲୋକଙ୍କୁ ଦେଖିଥାଏ  ତାଙ୍କ ଚିନ୍ତାକୁ ଦେଖି ମୋର ଚିନ୍ତା ଦୁର ହୋଇଯାଏ ।

୯) ମୋତେ ବି ଦେଖିବାକୁ ଦିଅ, କାହାର ଆକ୍ସିଡେଣ୍ଟ ହୋଇଛି ?  ପପୁ- ଭିଡରୁ ଲୋକଙ୍କୁ ହଟାଇକରି କହିଲା, ଯେବେ କିଏ ହଟିଲେ ନାହିଁ ସେ ଚିଲ୍ଲାଇକରି କହିଲା, ଯାହାର ଆକ୍ସିଡେଣ୍ଟ ହୋଇଛି ତାର ବାପା ମୁଁ , ରାସ୍ତା ଛାଡିଦେଲେ, ପପୁ ଦେଖିଲା କି ଏକ ମରିଯାଇଥିବା ଗଧ ।

୧୦) ଏକ ବ୍ୟକ୍ତି ଚିନ୍ତିତ ଥିଲେ, ସାଙ୍ଗ ପଚାରିଲା କଣ ହେଲା ଭାଇ ? ବ୍ୟକ୍ତି କହିଲେ- ଧମକ ଭରା ଚିଠି ମିଳିଛି କି ମୋର ସ୍ତ୍ରୀକୁ ଭଲ ପାଇବା ବନ୍ଦ କରିଦିଅ, ନହେଲେ ଜୀବନରେ ମାରିଦେବି, ସାଙ୍ଗ- ଠିକ୍ ଅଛି ବନ୍ଦ କରିଦିଅ, ବ୍ୟକ୍ତି- ବନ୍ଦ୍ ତ କରିଦେବି , କିନ୍ତୁ ଚିଠି କେଉଁ ଅଜଣା ଲୋକ ଦେଇଛି, ବୁଝିପାରୁନି କି କେଉଁ ସ୍ତ୍ରୀକୁ ଭଲ ପାଇବା ବନ୍ଦ କରିଦେବି ।

Leave a Reply

Your email address will not be published. Required fields are marked *