October 18, 2024

Odia Express

Here, There and Everywhere

ଟୋକିଓ ରେ ମେଡାଲ୍ ଜିତିଥିବା Mirabai Chanu ଙ୍କ ପାଖରେ ଅଛି ବହୁତ ପଇସା, ଜାଣନ୍ତୁ କେତେ ଟଙ୍କାର ସଂମ୍ପତ୍ତିର ଅଟନ୍ତି ମାଲିକାଣୀ

ଏହି ଦିନରେ ଟୋକିଓ ଅଲମ୍ପିକ୍ ଖେଳର କ୍ରେଜ୍ ବହୁତ ଅଛି, ଏବେ ନିରଜ୍ ଚୋପ୍ରା ଏହି ଖେଳରେ ଜାଭେଲିନ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ । ସେମିତି ତାଙ୍କ ପୁର୍ବରୁ ଟୋକିଓ ଅଲମ୍ପିକ୍ ରେ ଭାରତୀୟ ୱେଟଲିଫ୍ଟର ସେଖୋମ୍ ମିରାବାଇ ଚାନୁଙ୍କ ନାଁ ଭାଇରାଲ୍ ହୋଇଥିଲା, ମିରାବାଇ ଏହି ଖେଳରେ ୪୯ କିଲୋଗ୍ରାମ ବର୍ଗର ସିଲଭର୍ ମେଡାଲ୍ ଜିତିଥିଲେ, ସେ କେବଳ ରାଷ୍ଟ୍ରମଣ୍ତଳ ଖେଳରେ ଭାଗ ନେଇଥିଲେ, ବରଂ ସେ ବିଶ୍ୱ ଚ୍ୟାମ୍ପିୟନସିପ୍ ଖେଳରେ ମେଡାଲ୍ ନିଜ ନାଁରେ କରିସାରିଛନ୍ତି । ସେ ଭାରତକୁ ସିଲଭର୍ ପଦକ ଦେବା ବଦଳରେ ସରକାର ବି ତାଙ୍କୁ ନାନାଦି ପୁରସ୍କାର୍ ଦ୍ୱାରା ସମ୍ମାନିତ୍ କରିଥିଲେ, ଖାସ୍ କରି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି, ସେମିତି ଏହାପୁର୍ବରୁ ୨୦୧୮ ରେ ମିରାବାଇ ନିଜ ଜିତ୍ ଦେଖାଇଛନ୍ତି, ସେ ଏହି ବର୍ଷ ଭାରତ ସରକାର ଦ୍ୱାରା ମେଜର୍ ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି ।

ଆପଣଙ୍କୁ ଜଣେଇଦେବୁ କି ୨୦୧୪ ରାଷ୍ଟ୍ରମଣ୍ତଳ ଗ୍ଲାସଗୋରେ ମହିଳାଙ୍କ ୪୮ କିଲୋଗ୍ରାମ ବର୍ଗରେ ମୀରାବାଇ ଚାନୁ ରଜତ ପଦକ ଜିତିଥିଲେ, ଏହା ପୁର୍ବରୁ ତାଙ୍କର ସବୁଠାରୁ ବଡ ଉପଲ୍ଲବ୍ଧି ୨୦୧୭ ରେ ଆସିଥିଲା, ଯେବେ ସେ କାଲିଫର୍ଣ୍ଣିଆରେ ଅନୋହେମ୍ ରେ ବିଶ୍ୱ ୱେଟଲିଫ୍ଟିଙ୍ଗ୍ ରେ ସ୍ୱର୍ଣ୍ଣପଦକ ହାସିଲ୍ କରିଥିଲେ, ତାଙ୍କ ମେଡାଲ୍ ମିଳିବା ପରେ ସରକାର ତାଙ୍କୁ ନାନାଦି ପୁରସ୍କାର ଦେଉଛନ୍ତି, କହିଦେବୁ କି ମିରାବାଇ ଚାନୁଙ୍କ ସମୁଦାୟ ସଂମ୍ପତ୍ତି ୦,୭ ମିଲିୟନ୍ ଆମେରିକା ଡଲାର୍ ମାନେ ୫ କୋଟିର ସଂମ୍ପତ୍ତି ଅଛି ।

ଗତ ବର୍ଷ ତାଙ୍କ ସଂମ୍ପତ୍ତିରେ ୧୦ ପ୍ରତିଶତ୍ ବୃଦ୍ଧି ଦେଖିବାକୁ ମିଳିଥିଲା, ଖବରକୁ ମାନିଲେ କମାଇର ଅଧିକାଂଶ ଭାଗ ତାଙ୍କୁ ବ୍ରାଣ୍ତ ଆଡଭରଟାଇଜମେଣ୍ଟ ଓ ବ୍ୟକ୍ତିଗତ ନିବେଶରେ ଆସିଥାଏ, ସବୁ ମିଶାଇ କହିଦିଅନ୍ତୁ କି ମୀରା ବାଇ ଚାନୁଙ୍କ ପାଖରେ ସବୁ ଜିନିଷ ଅଛି , ଖାସ୍ କରି ଏହା କି ଟୋକିଓରେ ସିଲଭର୍ ମେଡାଲ୍ ପାଇଥିବା ପରେ ତାଙ୍କ୍ ବହୁତ ପଇସା ଦିଆଯାଇଛି, ଯେଉଁଠି ଗୋଟେ ପଟେ ବାଇଜୁ ମୀରା ବାଇ ଜିତିବାପରେ ୧ କୋଟି ଦେଲେ, ସେମିତି ଭାରତ ସରକାର ୫୦ ଲକ୍ଷ ନଗଦ ପୁରସ୍କାର ଓ ମଣିପୁର ସରକାର ୧ କୋଟି ଦେଲେ, ଏତିକି ନୁହେଁ ମଣିପୁର ରାଜ୍ୟ ପୋଲିସ୍ ର ଅତିରିକ୍ତ ପୋଲିସ୍ ଅଧିକ୍ଷକ ହିସାବରେ ତାଙ୍କୁ ନିଯୁକ୍ତ କରାଗଲା ।

ମୀରାବାଇଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ କହିଲେ ତାଙ୍କ ଜନ୍ମ ୮ ଅଗଷ୍ଟ ୧୯୯୪ କୁ ନୋଗପୋକ କାକଚିଙ୍ଗ୍ ରେ ଇମ୍ପଫାଲ୍ ସହର ମଣିପୁରରୁ ପ୍ରାୟ ୩୦ କିମି ଦୁରରେ ଥିବା ମୈତଇ ପରିବାରରେ ହୋଇଥିଲା, ମୀରାବାଇ ନିଜେ ସନମହବାଦ ର ଫଲୋଓର୍ ଅଛନ୍ତି, ସେ ଯେବେ ୧୨ ବର୍ଷର ଥିଲେ, ତେବେ ସେ ନିଜ ପରିଚୟ ବନାଇଦେଇଥିଲେ, ଏତେ କମ୍ ବୟସରେ ଏକ ଝିଅ କାଠର ଏକ ବଣ୍ତଲକୁ ସହଜରେ ତାକୁ ଘରକୁ ଆଣିପାରୁଥିଲା, ଯେବେ କି ତାଙ୍କ ଭାଇ ଏହାକରିପାରୁନଥିଲେ, ସେହି ସମୟରୁ ତାଙ୍କୁ ଭାର ଉଠାଇବାର ଅଭ୍ୟାସ ଆସିଗଲା,

Leave a Reply

Your email address will not be published. Required fields are marked *