October 18, 2024

Odia Express

Here, There and Everywhere

Irfan Pathan ଙ୍କ କୋଚ୍ ହେବାର ପ୍ରସ୍ତୁତି ହେଲା ପୁରା, ଜାଣନ୍ତୁ କଣ ପାଇଁ ରାହୁଲ୍ ଦ୍ରାବିଡ୍ ଙ୍କୁ କହିଲେ ଧନ୍ୟବାଦ

1 min read

ଗତ ବର୍ଷ କ୍ରିକେଟ୍ ର ସବୁ ଫର୍ମାଟ କୁ ଅଲବିଦା କହିସାରିଥିବା ପୁର୍ବ ଭାରତୀୟ ଅଲରାଉଣ୍ତର ଇରଫାନ୍ ପଠାନ୍ ଏବେ କୋଚିଙ୍ଗ୍ ଦୁନିଆଁରେ ପାଦ ରଖିବାର ପ୍ରସ୍ତୁତି କରୁଛନ୍ତି, ଇରଫାନ୍ ଏବେ କିଛି ଦିନ ହେବ ନ୍ୟାଶାନାଲ୍ କ୍ରିକେଟ୍ ଏକାଡେମୀ ଓ ବିସିସିଆଇ ଦ୍ୱାରା ଆୟୋଜିତ ୮ ଦିନ ଲେବଲ୍ ୨ ହାଇବ୍ରିଡ୍ କୋଚେଜ୍ କୋର୍ସ ପୁରା କରିନେଇଛନ୍ତି ।ଜମ୍ମୁ ଓ କାଶ୍ମୀରର ଘରୋଇ କ୍ରିକେଟ୍ ମେଣ୍ଟର ରହିସାରିଥିବା ଇରଫାନ୍ ପଠାନ୍ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଏକ ପୋଷ୍ଟ ସେୟାର୍ କରି ଏନ୍ ସିଏପ୍ରମୁଖ ରାହୁଲ୍ ଦ୍ରାବିଡ୍ ଙ୍କୁ ଧନ୍ୟବାଦ କହିଲେ

ଇରଫାନ୍ ପଠାନ୍ ଏଥିରେ ଯୋଡି ହୋଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କଲେ, ଇରଫାନ୍ ପଠାନ୍ ଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଫଟୋରେ ତାଙ୍କ ଛଡା ୟୁସୁଫ୍ ପଠାନ୍ ନମନ ଓଝା, ଅଭିଷେକ ନାୟର, ଅଶୋକ ଦିଣ୍ତା, ବିଆରବି ସିଂ, ପରଭେଜ ରଶୁଲ୍, ପୁର୍ବ ଭାରତୀୟ ଖେଳାଳୀ ନଜର ଆସିଥିଲେ, ଇରଫାନ୍ ପଠାନ୍ ଏହି ଫଟୋରେ ଜଣେଇଲେ କି ଏବେ ସେ କୋଚ୍ ହେବାପାଇଁ ପୁରା ରେଡି ଅଛନ୍ତି, ଓ ତାହାପାଇଁ ସେ କୋର୍ସ ପୁରା କରିନେଇଛନ୍ତି ।

ଇରଫାନ୍ ପଠାନ୍ ଟ୍ରେନିଙ୍ଗ୍ ସମୟରେ ମାର୍ଗଦର୍ଶନ ଦେବାପାଇଁ ଏନ୍ ସିଏ ପ୍ରମୁଖ ରାହୁଲ୍ ଦ୍ରାବିଡ୍ ସମେତ ବାକି ସଦସ୍ୟ ବି ଧନ୍ୟବାଦ ଦେଇ କହିଲେ କି ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କରିଥିବାପାଇଁ ମୁଁ ବହୁତ ଉତ୍ସାହିତ ଅଛି, ଏନ୍ ସିଏ , ବିସିସିଆଇ ର ଲେବୁଲ୍ ୨ ହାଇବ୍ରିଡ୍ କୋର୍ସ ପୁରା କରିଦେଇଛି, ମୁଁ ରାହୁଲ୍ ଭାଇ ଓ ବାକି ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଓ ମୋତେ ସବୁ ଖେଳାଳୀଙ୍କୁ ୮ ଦିନର ଶାନଦାର୍ ଟ୍ରେନିଙ୍ଗ୍ ଦିଆଯାଇଥିଲା, କହିଦେବୁ କି ଇରଫାନ୍ ପଠାନ୍ ୨୦୦୩-୦୪ ର ଅଷ୍ଟ୍ରେଲିଆ ଗ୍ରସ୍ତରେ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ, ଇରଫାନ୍ ପଠାନ୍ ନିଜ ଅନ୍ତରାଷ୍ଟ୍ରିୟ କ୍ୟାରିୟରରେ ଭାରତ ପାଇଁ ଖେଳିକରି ୧୭୩ ଟି ମୁକାବଲାରେ ୨୭୯୩ ରନ୍ ଓ ୩୦୧ ୱିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *