October 28, 2024

Odia Express

Here, There and Everywhere

ଏମିତି ଭୟାନକ ହେବ କଳିଯୁଗର ଅନ୍ତ, ଆସିବ ମହାପ୍ରଳୟ ଏମିତି ହେବ ବିନାଶ, କଳକି ରୁପ ନେବେ ଭଗବାନ ନେବେ ଏପରି ଅବତାର

1 min read

ଭଗବତମା ଶୁକ୍ଳଦେବଜୀ ହଜାର ବର୍ଷ ପୁର୍ବରୁ କଳିଯୁଗର ଯେପରି ଭାବେ ବର୍ଣ୍ଣନା କରିଛନ୍ତି, ତାହାର ସାବଧାନୀ ଓ ବିସ୍ତାର ଆମର ଆଖି ଖୋଲିବାପାଇଁ ବହୁତ କିଛି ହୋଇଥାଏ । ଆଜି ଏମିତି ଘଟଣାର ବିବରଣ ଅନୁସାରେ ହେଉଛି, ଓ ଭବିଷ୍ୟରେ ସେହି ପ୍ରକାରର ହେବ ବୋଲି ଲେଖାଯାଇଛି ।କଳିଯୁଗର ଅନ୍ତର ବର୍ଣ୍ଣନ ଶ୍ରୀମଦଭଗବତ ଗୀତାରେ ଓ ଭବିଷ୍ୟ ପୁରାଣରେ କରାଯାଇଛି, କଳିଯୁଗରେ ଭଗବାନ କଳକି ଅବତାର ନେବେ, ଯାହା ପାପିଙ୍କର ନାଶ୍ ହେବ, ସ୍ୱର୍ଣ୍ଣ ସତ୍ୟଯୁଗ ଆଉଥରେ ସ୍ଥାପନା ହେବ, କଳିଯୁଗ ଓ କଳକି ଅବତାର ଅନ୍ତରୁ ସଂବନ୍ଧିତ ଅନ୍ୟ ପୁରାଣରେ ଏହାର ବର୍ଣ୍ଣନା କରାଯାଇଛି ।

ପୁରାଣରେ କଳିଯୁଗର ଆୟୁ ୪,୩୨,୦୦୦ ବର୍ଷ କୁହାଯାଇଛି, ଏବେ କଳିଯୁଗର ପ୍ରଥମ ପ୍ରହର ଚାଲୁଛି, କଳିଯୁଗର ଆରମ୍ଭ ୩୧୦୨ ଇସବି ରେ ହୋଇଥିଲା, ଯେବେ ପାଞ୍ଚଟି ଗ୍ରହ ଥିଲେ, ମେଷ ରାଶି ଉପରେ ମଙ୍ଗଲ,ବୁଧ,ଶୁକ୍ର,ବୃହସ୍ପତି, ଓ ଶନିଙ୍କର ୦ ଡିଗ୍ରୀ ଥିଲା, ଏହାର ମତଲବ କି କଲିଯୁଗରେ ୩୧୦୨+ ୨୦୨୬- ୫୧୨୩ ବର୍ଷବିତି ସାରିଛି, ଓ ୪୨୬୮୭୭ ବର୍ଷ ବାକି ଅଛି ।

କଳିଯୁଗ ଅନ୍ତରେ ମାନବ ଜୀବନର ଓସତ୍ ଆୟୁ ୨୦ ବର୍ଷ ହେବ, ମହିଳା ପାଞ୍ଚବର୍ଷ ବୟସରେ ଗର୍ଭବତୀ ହେବେ, ଲୋକେ ୧୬ ବର୍ଷରେ ବୁଢା ହୋଇଯିବେ, ଓ ୨୦ ବର୍ଷ ବୟସରେ ମରିଯିବେ, ବ୍ରହ୍ମବୈବତ୍ୟ ପୁରାଣ କହେ କି କଳିଯୁଗରେ ଏମିତି ଏକ ସମୟ ଆସିବ ଯେବେ ଜୀବିତ ପଶୁଙ୍କ ଶରୀରର ଛୋଟ, ଦୁର୍ବଳ ଓ ରୋଗାଗ୍ରସ୍ତ ହେବାକୁ ଲାଗିବେ, ଶ୍ରୀମଦଭାଗବତ ଗୀତାର ୧୨ ତମ ସ୍କନ୍ଧରେ କଳିଯୁଗ ଧର୍ମର ଦ୍ୱାରା, ଶ୍ରୀଶୁଳ୍କଦେବଜୀ ପରିକ୍ଷିତଜୀ କହନ୍ତି କି ଯେପରି କଳିଯୁଗ ଅନ୍ଧକାର ଯୁଗ ଆସିଥାଏ ,ଧର୍ମ,ସତ୍ୟ, ପବିତ୍ରତା କ୍ଷମା, ଦୟା, ଓ ଧୀରେ ଧିରେ ଗାୟବ ହୋଇଯିବ, କଳିଯୁଗର ଶେଷରେ ଭଗବାନ ବିଷ୍ଣୁ କଳକି ରୁପ ନେବେ ।

କଳିଯୁଗର ଶେଷରେ ଦୁନିଆଁର ସ୍ଥିତି ଏମିତି ହେବ କି ଅନ୍ନ ଆଉ ମିଳିବ ନାହିଁ। ଲୋକେ କେବଳ ମାଛ ଓ ମାଂସ ଖାଇବେ ଓ ମେଣ୍ଢା ଓ ଛେଳିଙ୍କ କ୍ଷୀର ପିଇବେ, ଗୋଟେ ସମୟ ଏମିତି ଆସିବ ଯେବେ ଭୁମିର ଧାନ ଫସଲ ଉତ୍ପାଦନ ହେବନାହୀଁ, ଗଛରେ ଫଳ ହେବନାହିଁ, ଧୀରେ ଧିରେ ସବୁ ଜିନିଷ ଗାୟବ ହୋଈଯିବ ଗାଇ କ୍ଷୀର ଦେବା ବନ୍ଦ କରିଦେବ ।

ମହିଳାଙ୍କ ସ୍ୱଭାବ କଠୋର ଓ କଟୁବାଣୀ ହେବ, ସେ ନିଜ ସ୍ୱାମୀଙ୍କ କଥାମାନିବେ ନାହିଁ, ଯାହାଙ୍କ ପାଖରେ ପଇସା ରହିବ ତାଙ୍କ ପାଖରେ ମହିଳା ରହିବେ, ମନୁଷ୍ୟର ସ୍ୱଭାବ ଖରାପ ହେବ, ମନୁଷ୍ୟ ନାସ୍ତିକ ଓ ଚୋର ହୋଈଯିବେ  ।ସବୁ ଅନ୍ୟଙ୍କୁ ଲୁଣ୍ଠନ କରିବେ, କଳିଯୁଗରେ ସମାଜ ହିଂସକ ହୋଇଯିବ, ଯିଏ ବଳବାନ ଅଛି ସେ ଶାସନ କରିବେ, ମାନବତା ନାଶ ହେବ, ସଂମ୍ପର୍କ ଶେଷ ହେବ, ଜଣେ ଭାଇ ଅନ୍ୟର ଶତ୍ରୁ ହେବ, ଜୁଆ,ମଦ୍ୟପାନ, ଭ୍ୟବିଚାର, ଓ ହିଂସାର ଧର୍ମ ହେବ । ପୁଅ ବାପାଙ୍କ ଉପରେ ହାତ ଉଠାଇବ, କଳିଯୁଗ ଶେଷରେ ବାପା ଓ ଭାଇ ଭଉଣୀ କାମରଶିକାର ହେବେ

ଲୋକେ ନିଜ ପ୍ରଶଂସା ପାଇଁ ବଡ ବଡ କଥା କହିବେ, ଜଣେ ଅନ୍ୟର ହାତକୁ ଲୁଟିନେବ, କଳିଯୁଗ ଲୋକେ ଶାସ୍ତ୍ରରୁ ଦୁରରେ ରହିବେ, ଅନୈତିକ ସାହିତ୍ୟ ଲୋକଙ୍କୁ ପସନ୍ଦ ହେବ, ଖରାପ ଶବ୍ଦକୁ ହିଁ କହିବେ, ପୁରୁଷ ଓ ମହିଳା ଦୁହେଁ ଦୋଷୀ ହେବେ, ମହିଳା ପତିଧର୍ମ ପାଳନ କରିବା ବନ୍ଦ କରିଦେବେ, ଓ ପୁରୁଷ ହିଁ ଏମିତି କରିବେ । କଳିଯୁଗର ଅନ୍ତରେ ମହାପ୍ରଳୟ ପୁରାଣ ଅନୁସାରେ କଳିଯୁଗ ଶେଷରେ ବାରଟି ସୁର୍ଯ୍ୟ ଏକା ସାଙ୍ଗେ ଉଦୟ ହେବେ

ତାଙ୍କର ତେଜରୁ ପୃଥିବୀରେ ଜଳ ସୁଖିଯିବ, କଳିଯୁଗର ଶେଷରେ କେବଳ ଭୟଙ୍କର ତୋଫାନ, ଓ ଭୁକମ୍ପ ଆସିବ, ପୃଥିବୀରେ ସାଢେ ଚାରି ଫୁଟ ତଳକୁ ପୃଥିବୀର ଉପଜାଉ ଭାଗ ନଷ୍ଟ ହୋଇଯିବ, ମହାଭାରତରେ କଳିଯୁଗର ଅନ୍ତରେ ଆସୁଥିବା ମହାପ୍ରଲୟର ଉଲ୍ଲେଖ ଅଛି, କିନ୍ତୁ ଏହା କେଉଁ ଜଳ ବିନାଶ କାରଣରୁ ନୁହେଁ ବରଂ ପୃଥିବୀରେ ବଢୁଥିବା ଗର୍ମ କାରଣରୁ ହେବ ।

ମହାଭାରତରେ ବନ ଉତ୍ସବରେ କୁହାଯାଇଛି କି କଳିଯୁଗର ଶେଷରେ ସୁର୍ଯ୍ୟଙ୍କ ଚମକ ଏତେ ବଢିଯିବ କି ସାତ ସମୁଦ୍ର ଓ ନଦୀ ସୁଖୀଯିବ, ସଂବର୍ତକ ନାମକ ଅଗ୍ନି ପୃଥିବୀକୁ ରସାତଳ ରେ ଭଷ୍ମ କରିଦେବ, ବର୍ଷା ପୁରା ଭାବେ ଅଟକିଯିବ ସବୁ କିଛି ଜଲିଯିବ, ଓ ତାପରେ ୧୨ ବର୍ଷ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବ, ଯାହାଦ୍ୱାରା ପୃଥିବୀ ଜଳମଗ୍ନ ହୋଇଯିବ ।

Leave a Reply

Your email address will not be published. Required fields are marked *